Masthead

ପିପିଇ କିଟ, ଗ୍ଲୋବସ ଆଦିକୁ ଧୋଇ ପୁଣି ଥରେ ବିକ୍ରି କରୁଛନ୍ତି ଦୁର୍ବୃତ୍ତ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଦେଶ କରୋନା ମହାମାରୀ ପାଇଁ ଅଣନିଶ୍ୱାସୀ ହୋଇପଡିଲାଣି । ପ୍ରତି ଦିନ ପ୍ରତି ମୂହୂର୍ତ୍ତରେ ଚିହ୍ନଟ ହେଉଛନ୍ତି ନୂଆ ନୂଆ କରୋନା ରୋଗୀ । ଦୈନିକ ସକାଳ ୮ଟା ବାଜିଲେ କେନ୍ଦ୍ର ଏବଂ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଆସୁଛି କରୋନା ସକ୍ରମିତଙ୍କ ରିପୋର୍ଟ । ଯାହାର ଗ୍ରାଫ କେତେବେଳେ ଉପରକୁ ତ କେବେ ତଳକୁ ରହୁଛି । ହେଲେ ଏହି କରୋନା ଭାଇରସ ନିପାତ ହେବାର ନାଁ ଧରୁନି । ସ୍ୱାସ୍ଥ୍ୟବିଶେଷଜ୍ଞ, ସ୍ୱାସ୍ଥ୍ୟ କର୍ମଚାରୀ, ସରକାର ଏବଂ ଜନତା ପ୍ରାଣ ପୟେ ଚେଷ୍ଟା ଜାରି ରଖିଛନ୍ତି । ହେଲେ ସେତେ ଟା ସଫଳତା ହାସଲ ହେଉନଥିଲେ ବି ବିଫଳ ବି ସ୍ବୀକାର କରାଯାଇପାରିବ ନାହିଁ । କାରଣ କରୋନା ସବୁ ଚେଷ୍ଟାକୁ ମାତ ଦେଇ ପୁଣି ନୂଆ ରୂପରେ ଦେଖା ଦେଉଛି । ନୂଆ ନୂଆ ଭାରିୟାଣ୍ଟ ନେଇ ଜନ୍ମ ବଂଶ ବିସ୍ତାର କରୁଛି ମହାମାରୀ ।ତେବେ ଆମ ଦେଶର ସ୍ୱାସ୍ଥ୍ୟ କର୍ମୀ ମାନେ କରୋନା ରୋଗୀଙ୍କ ସେବା ପାଇଁ ପରିବାର ଛାଡି ହସ୍ପିଟାଲରେ ରହୁଛନ୍ତି । କରୋନା ରୋଗୀଙ୍କ ଠାରୁ ସଂକ୍ରମିତ ନହେବା ପାଇଁ ସେମାନେ ପିପିଇ କିଟ୍ ଗ୍ଲୋବସ ଏବଂ ମାସ୍କର ବ୍ୟବହାର କରିଥାନ୍ତି । ଆଉ ଯାହାକୁ ବ୍ୟବହାରର କିଛି ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଫୋଫାଡି ଦିଆଯାଇଥାଏ ।

ହେଲେ ମଧ୍ୟପ୍ରଦେଶରେ ଏହି ପ୍ରୋଟୋକଲଗୁଡିକୁ ଫଲୋ କରାଯାଉନାହିଁ । ଏହି ସାମଗ୍ରୀର ହେଉଛି ପୁନଃ ବ୍ୟବହାର । ଏହି ଦୃଶ୍ୟ ହେଉଛି ମଧ୍ୟପ୍ରଦେଶର ସତନା ଅଂଚଳର । ଯାହାକି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଦେଖୁଛନ୍ତି ତ ଏମିତି ବି ହୋଇପାରେ । ଲୋକମାନେ ନିଜର ସ୍ବାର୍ଥ ପାଇଁ କରୋନା ସାମଗ୍ରୀକୁ ପୋଷାକ ବୋଲି ଭାବିନେଉଛନ୍ତି । ଆଉ ତାହାର ପୁନଃ-ବ୍ୟବହାର ପାଇଁ ପ୍ରସ୍ତୁତ କରୁଛନ୍ତି । ସେ ପୁଣି ଏକ ଗୋଦାମରେ ପ୍ରସ୍ତୁତ ହେଉଛି ଯାହାକି ବିକ୍ରି ହେବା ପାଇଁ । ସୂଚନା ଥାଉକି କରୋନା ଜଡିତ କୌଣସି ସାମଗ୍ରୀର ପୁନଃବ୍ୟବହାର ହୋଇପାରିବ ନାହିଁ । ସାଧାରଣ ଲୋକମାନେ ବି ଏହି ପ୍ରୋଟୋକଲ ଫଲୋ କରୁଛନ୍ତି । ହେଲେ କିଛି ବେପାରୁଆ ଚିନ୍ତାଧାରା ଲୋକ ଏହି ପ୍ରୋଟୋକଲକୁ ଖାତିର କରୁନାହାନ୍ତି । କିଛି ଟଙ୍କା ପାଇଁ ଲୋକଙ୍କ ଜୀବନର ମୂଲ୍ୟକୁ ଭୁଲିଯାଉଛନ୍ତି । ତେବେ ଏହି ସାମଗ୍ରୀ ଦ୍ବାରା ଲୋକମାନେ ଆକ୍ରାନ୍ତ ହୋଇପାରନ୍ତି କରୋନାରେ । ଯେଉଁମାନେ ଏହି ସାମଗ୍ରୀ ଦୋକାନରୁ କିଣିବେ ସେମାନେ ବ୍ୟବହାର କରିବା ପରେ ଆକ୍ରାନ୍ତ ହେବାଟା ଥୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି