ମୁଁ ମନ୍ତ୍ରୀ ପୁଅ, ଗୋଟିଏ ଫୋନ କଲରେ ତୁମ ବର୍ଦ୍ଦି ଓହ୍ଲାଇ ଦେବି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମୁଁ ମନ୍ତ୍ରୀଙ୍କ ପୁଅ ବାଟ ଛାଡ଼ । ରବିବାର ସପ୍ତାହନ୍ତ ସଟଡାଉନ ସମୟରେ ରାଜଧାନୀ ଭୁବନେଶ୍ୱରରେ ଚାଲିଥିଲା ଜୋରଦାର ଚେକିଂ । ଅମାନିଆ ଭାବେ କଟକଣାକୁ ଖାତିର ନକରି ବୁଲୁଥିବା ଜଣେ ଯୁବକଙ୍କୁ ପୋଲିସ ଅଟକାଇଥିଲା । ଆଉ ଏହାପରେ ଯୁବକଙ୍କର ଆରମ୍ଭ ହୋଇଥିଲା ଧମକ ଚମକ । ପୋଲିସକୁ ବର୍ଦ୍ଦି ଓହ୍ଲାଇ ଦେବି ବୋଲି ମଧ୍ୟ ଧମକ ଦେବାକୁ ପଛାଇ ନଥିଲେ ଯୁବକ ଜଣକ । ତେବେ ନିଜକୁ ଜଣେ ମନ୍ତ୍ରୀଙ୍କ ପୁଅ ବୋଲି ପରିଚୟ ଦେଇ ଏପରି କହିଛନ୍ତି ଯୁବକ । କେବଳ ଏତିକି ନୁହେଁ ପୋଲିସ ସହ ଖରାପ ବ୍ୟବହାର କରିବା ପୋଲିସଙ୍କୁ ନିଜ ଚାକିରୀ ପିତା ଲାଗୁଛି କି ବୋଲି ମଧ୍ୟ ପ୍ରଶ୍ନ କରିଥିଲେ ଯୁବକ ଜଣକ ।

ଭୁବନେଶ୍ୱର ଫାୟାର ଷ୍ଟେସନ ଛକରେ ଘଟିଛି ଏପରି କାଣ୍ଡ । ଖଣ୍ଡଗିରି ଥାନା ପୋଲିସ ତରଫରୁ ସେଠାରେ ଚେକିଂ ଚାଲୁଥିବା ସମୟରେ ଜ୍ୟୋତି ନାମକ ଜଣେ ଯୁବକ ନିଜକୁ ମନ୍ତ୍ରୀଙ୍କ ପୁଅ ପରିଚୟ ଦେଇ ଖସିଯିବାକୁ ଉଦ୍ୟମ କରୁଥିଲେ । ପରିଚୟପତ୍ର ଦେଖାଇବାକୁ ପୋଲିସ କହିବା ପରେ ଯୁବକ ଜଣକ ଆରମ୍ଭ କରିଥିଲେ ଗାଳିଗୁଲଜ । ତେବେ ଯୁବକଙ୍କ ହାବଭାବରୁ ସେ ଜଣେ ମଦ୍ୟପ ଲାଗିବାରୁ ପୋଲିସ ତାଙ୍କୁ ଥାନାକୁ ଆଣିଥିଲା । ପଚରା ଉଚରା କରିବା ପରେ ଜଣା ପଡ଼ିଥିଲା ଯେ ସେ ଜଣେ ପ୍ରଭାବଶାଳୀ ମନ୍ତ୍ରୀଙ୍କ ବନ୍ଧୁଙ୍କ ପୁଅ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ