କିଏ ସେ ରହସ୍ୟମୟୀ ଯୁବତୀ ?

ଭୁବନେଶ୍ଵର( ବଡ଼ ଖବର ବ୍ୟୁରୋ ): କିଏ ସେ ରହସ୍ୟମୟୀ ଯୁବତୀ ? କାହା କାହା ସହିତ ଲିଙ୍କରେ ଥିଲେ ? ଆଉ କେବେଠୁ ଲିଙ୍କରେ ଥିଲେ ? ଡିଆରଡିଓ ଗୁପ୍ତ ତଥ୍ୟ ଲିକ୍‌ ଘଟଣାର ଖୋଲୁଛି ଗୁମର। ହନିଟ୍ରାପ ନେଇ ଅଭିଯୁକ୍ତଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି। ପାଞ୍ଚ ଅଭିଭିଯୁକ୍ତଙ୍କ ସହ ୨୦୨୦ରୁ ଫେସବୁକ୍‌ ମାଧ୍ୟମରେ ସଂପର୍କରେ ଥିଲେ। ପାଞ୍ଚ ଜଣଙ୍କୁ ଭିନ୍ନ ଭିନ୍ନ ପରିଚୟ ଦେଇଥିଲେ ରହସ୍ୟମୟୀ ମହିଳା । କେତେବେଳେ କହୁଥିଲେ ଇଂଲଣ୍ଡରେ କାମ କରୁଛନ୍ତି। ଆଉ କେତେବେଳେ ମିସାଇଲ୍‌ ଉପରେ ଜାଣିବାର ଆଗ୍ରହ ଅଛି। କିଛି ଅଭିଯୁକ୍ତଙ୍କୁ ରାଜସ୍ଥାନର ପ୍ରେସ ଟ୍ରଷ୍ଟ ବ୍ୟୁରୋରେ କାମ କରୁଥିବା ନେଇ କହିଥିଲେ ସେହି ରହସ୍ୟମୟୀ ଯୁବତୀ। ଖାଲି ସେତିକି ନୁହେଁ ନିଜକୁ ଚଣ୍ଡୀଗଡ଼ର ଡିଫେନ୍‌ସ କର୍ମଚାରୀ। ଏପରିକି ପୋର୍ଟବ୍ଲେୟାରର ନର୍ସ ବୋଲି ମଧ୍ୟ ପରିଚୟ ଦେଉଥିଲେ। କ୍ରାଇମବ୍ରାଞ୍ଚ ତଦନ୍ତରୁ ଏଭଳି କିଛି ତଥ୍ୟ ସମ୍ନାକୁ ଆସିଛି।

ଦେଢ଼ ବର୍ଷ ଧରି ଅଭିଯୁକ୍ତଙ୍କ ଲିଙ୍କରେ ରହିଥିଲେ ସଂପୃକ୍ତ ମହିଳା। ପାଞ୍ଚଟି ବିଭିନ୍ନ ନମ୍ବରରେ କଲ୍‌ କରୁଥିଲେ । ଅଭିଯୁକ୍ତଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ । ଇଂରାଜୀ ଓ ହିନ୍ଦୀରେ କଥା ହେଉଥିଲେ। ପାଞ୍ଚ ଅଭିଯୁକ୍ତ ପରସ୍ପରକୁ ଜାଣିନଥିଲେ । ଏପରିକି ସମସ୍ତେ ଜଣେ ମହିଳାଙ୍କ ସହ କଥା ହେଉଥିବା ବି ଜାଣିନଥିଲେ । ହ୍ବାଟ୍‌ସ ଆପ୍‌, ମେସେଞ୍ଜର, ଫେସବୁକ୍‌ ଓ ଭିଡିଓ କଲ୍‌ ମାଧ୍ୟମରେ ସଂପର୍କ ରଖୁଥିଲେ ରହସ୍ୟମୟୀ ମହିଳା । ଆଇପି ଆଡ୍ରେସ କେଉଁଠାରୁ ବ୍ୟବହାର ହେଉଥିଲା ସେନେଇ ଖୋଳତାଡ଼ ଚାଲିଛି । ୟୁକେ ସରକାରଙ୍କୁ ହ୍ବାଟ୍‌ସ ଆପ୍‌ ନମ୍ବରର ଡିଟେଲ୍ସ ମଗାଯିବ । ଚାନ୍ଦିପୁରରେ ଏୟାରପୋର୍ଟର ପାଇଲଟଲେସ ଏୟାରକ୍ରାଫ୍ଟ ପରୀକ୍ଷଣ ହେଉଥିବାରୁ ଏୟାରଫୋର୍ସ ତଦନ୍ତ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ