Masthead

ରାଜ୍ୟରେ ଖୋଲିଲା କଲେଜ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଖୋଲିଲା କଲେଜ । ତାଲାବନ୍ଦ ସମୟରେ ଆଜିଠାରୁ ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ଥିବା ସମସ୍ତ ବିଶ୍ୱ ବିଦ୍ୟାଳୟ ଓ ଡିଗ୍ରୀ ତଥା ଯୁକ୍ତ ତିନି ମହାବିଦ୍ୟାଳୟ ଖୋଲିଛି । କଲେଜ ଖୋଲିବା ସହିତ ଅନଲାଇନ ଯୋଗେ ପିଲାଙ୍କ ପାଠପଢ଼ା ମଧ୍ୟ ଆରମ୍ଭ ହୋଇଛି । ଏନେଇ ପୂର୍ବରୁ ନିଷ୍ପତ୍ତି ନେଇଥିଲା ଉଚ୍ଚଶିକ୍ଷା ବିଭାଗ । ତେବେ କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ରାଜ୍ୟରେ ସମସ୍ତ ସ୍କୁଲ କଲେଜ ବନ୍ଦ କରାଯାଇଥିଲା । ଗ୍ରୀଷ୍ମ ଅବକାଶ ସହିତ ଏହା ପୂର୍ବରୁ ବି ଚଳିତ ବର୍ଷ ମହାବିଦ୍ୟାଳୟ ମାନଙ୍କରେ ପାଠପଢ଼ା ଧିମେଇ ଯାଇଛି । ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ଅନଲାଇନ ମାଧ୍ୟମରେ ପିଲାମାନଙ୍କ ପାଠପଢ଼ା ଆରମ୍ଭ କରାଯାଇଛି । ସେପଟେ କଲେଜକୁ କେତେ ପ୍ରତିଶତ କର୍ମଚାରୀ ଆସିବେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି ।

ତେବେ ଏନେଇ ଅନେକ ସମସ୍ୟା ମଧ୍ୟ ଉପୁଜିଛି । ଅନଲାଇନରେ ପାଠପଢ଼ା ଆରମ୍ଭ ହେଲେ ଏଥିରେ ଗ୍ରାମାଞ୍ଚଳରେ ରହୁଥିବା ଛାତ୍ରଛାତ୍ରୀ ମାନେ ପ୍ରଭାବିତ ହେବେ । ସେପଟେ ଏବେ ବି ଅନେକ ଅଞ୍ଚଳରେ ନେଟୱର୍କ ପହଞ୍ଚିପାରିନି ଯେଉଁ କାରଣରୁ ସମସ୍ୟା ଦେଖାଦେଇଛି । ତେଣୁ ଅନଲାଇନ ପାଠ୍ୟକ୍ରମଦ୍ୱାରା ୫୦% ଛାତ୍ରଛାତ୍ରୀ ପ୍ରଭାବିତ ହେବା ନେଇ ଆଶଙ୍କା ଉପୁଜିଛି । ସେପଟେ ତାଲାବନ୍ଦ ପାଇଁ ବସ ଚଳାଚଳ ବନ୍ଦ ଥିବାରୁ ଦୂରରୁ କଲେଜକୁ ଯାତାୟାତ କରୁଥିବା ଅଧ୍ୟାପକ, ଅଧ୍ୟାପିକା ମଧ୍ୟ ପ୍ରଭାବିତ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼