Masthead

ବାହାଘର ଭାଙ୍ଗିଦେଲେ ସରକାର? ଭାଇରାଲ ହେଉଛି ଶିକ୍ଷକ ଆଶାୟୀଙ୍କ ପୋଷ୍ଟ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସବୁଆଡ଼େ ବେରୋଜଗାରୀ । ଦେଶରେ ବେରୋଜଗାରୀ ଗତ ୪୫ବର୍ଷର ରେକର୍ଡ଼ ଭାଙ୍ଗିଛି । ସେପଟେ କରୋନା ମହାମାରୀ ପାଇଁ ବି ବୃଦ୍ଧି ପାଉଛି ବେରୋଜଗାରୀ । ରିପୋର୍ଟ ଅନୁସାରେ ୨୦୨୦ରେ ଦେଶରେ ୭.୧%କୁ ଖସିଛି ବେରୋଜଗାରୀ ହାର । ତେବେ ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ସମାନ ଅବସ୍ଥା । ୨୦୨୦ରେ ରାଜ୍ୟର ବେରୋଜଗାରୀ ହାର ୧୦.୭%କୁ ବୃଦ୍ଧି ପାଇଛି । ସେପଟେ କରୋନା ମହାମାରୀ ପାଇଁ ୨୦୨୦-୨୧ ବର୍ଷ ପାଇଁ ସରକାରୀ ନିଯୁକ୍ତି ମଧ୍ୟ ବନ୍ଦ କରିଛନ୍ତି ରାଜ୍ୟ ସରକାର । ତେବେ ଏହାରି ମଧ୍ୟରେ ଏକ ଟ୍ୱିଟର ପୋଷ୍ଟ ଭାଇରାଲ ହେଉଛି । ଏଥିରେ ଜଣେ ବ୍ୟକ୍ତି ନିଜକୁ ଓଡ଼ିଶା ଜୁନିଅର ଟିଚର ଆଶାୟୀ ଆସୋସିଏସନ ଭୁବନେଶ୍ୱରର ସାଧାରଣ ସମ୍ପାଦକ ବୋଲି ଦାବି କରି ପୋଷ୍ଟ କରିଛନ୍ତି । ଟ୍ୱିଟର ହ୍ୟାଣ୍ଡେଲରେ ତାଙ୍କର ନାଁ ହିରେନ ବେରିଆ ବୋଲି ଉଲ୍ଲେଖ ରହିଛି । ଏହି ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି ।

ସେ ନିଜ ଟ୍ୱିଟର ଆକାଉଣ୍ଟରେ କନିଷ୍ଠ ଶିକ୍ଷକ ଆଶାୟୀ ଭାବେ ଏକ ଆକାଉଣ୍ଟରେ ନିଜ ଦୁଃଖକୁ ବାରମ୍ବାର ପୋଷ୍ଟ କରୁଥିବା ନଜରକୁ ଆସିଛି । ଏବଂ ନିଜ ପୋଷ୍ଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ତାଙ୍କ କାର୍ଯ୍ୟାଳୟ ତଥା ମୋ ସରକାର-୫ଟିକୁ ଟ୍ୟାଗ କରନ୍ତି । ତେବେ ନିଜର ଏକ ପୋଷ୍ଟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ, ମୋ ସରକାର ୫ଟି ଓ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଉପରେ ଆଣିଛନ୍ତି ଏକ ଅଭିଯୋଗ । ସେ ନିଜ ଟ୍ୱିଟରେ ଲେଖିଛନ୍ତି ଯେ, କନିଷ୍ଠ ଶିକ୍ଷକ ଭାବରେ ତାଲିମ ନେବା ସମୟରେ ତାଙ୍କର ଜଣେ ଝିଅ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏବଂ ରୋଜଗାର କରୁଥିବା ଚାକିରିଆ ପିଲାଙ୍କୁ ପ୍ରତ୍ୟାଖାନ କରି ତାଙ୍କୁ ବିବାହ କରିବାକୁ କଥା ଦେଇଥିଲେ । କିନ୍ତୁ ତାଲିମ ପରେ ନିଯୁକ୍ତି ନମିଳିବାରୁ ସେ ବର୍ତ୍ତମାନ ବେରୋଜଗାର । ତେଣୁ ବର୍ତ୍ତମାନ ସେହି ଝିଅ ତାଙ୍କୁ ପ୍ରତ୍ୟାଖାନ କରି ଜଣେ ଚାକିରି କରୁଥିବା ପିଲା ଦେଖି ବାହାହୋଇଗଲେ । ଯାହାର ଦୋଷୀ ଭାବେ ସେ ସରକାରଙ୍କୁ ଦାୟୀ କରିଛନ୍ତି ।

ତୁରନ୍ତ ଜୁନିଅର ଟିଚର ନିଯୁକ୍ତି ଆରମ୍ଭ କରିବାକୁ ଦାବି କରିଛନ୍ତି । ତେବେ କେବଳ ଏହି ଗୋଟିଏ ପୋଷ୍ଟ ନୁହେଁ ତାଙ୍କ ପାଖେ ଚାକିରି ନଥିବା କାରଣରୁ ଅର୍ଥାଭାବରେ ତାଙ୍କୁ ଚିରାଫଟା ଲୁଗା ପିନ୍ଧିବା ସହ ଭୋକ ଉପାସରେ ରହିବାକୁ ପଡ଼ୁଥିବା ଅନ୍ୟ ଏକ ପୋଷ୍ଟରେ ଲେଖିଛନ୍ତି । ୨୦୧୬ ପରଠାରୁ ଜୁନିଅର ଟିଚର ନିଯୁକ୍ତି ବାହାର କରୁନାହାନ୍ତି ସରକାର । ଯେଉଁ କାରଣରୁ ଏପରି ଅନେକ ବ୍ୟକ୍ତି ସିଟି, ବିଏଡ୍ ପାସ କରି ମଧ୍ୟ ବେରୋଜଗାର ହୋଇ ବସିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ