Masthead

୫ହଜାର କରୋନା ରୋଗୀଙ୍କ ପତ୍ତା ମିଳୁନି, ଜାଣନ୍ତୁ କେଉଁଠି..

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ୫ହଜାର କରୋନା ରୋଗୀଙ୍କ ପତ୍ତା ମିଳୁନି । ଦେଶର ରାଜଧାନୀ ଦିଲ୍ଲୀରେ ୫ହଜାର କରୋନା ରୋଗୀଙ୍କୁ ଖୋଜୁଛି ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗ । ଏପ୍ରିଲ ୧ରୁ ମେ ୩୧ ମଧ୍ୟରେ କରୋନାର ଦ୍ୱିତୀୟ ଲହର ସମୟରେ କରୋନା ରୋଗୀଙ୍କ ମୃତ୍ୟୁକୁ ନେଇ ଦିଲ୍ଲୀ ସରକାର ଓ ଦିଲ୍ଲୀ ମହାନଗର ନିଗମ ମୁହାଁମୁହିଁ ହୋଇଛନ୍ତି । ଦିଲ୍ଲୀ ମହାନଗର ନିଗମ କହିଛି ୬୧ ଦିନରେ ରାଜଧାନୀ ଦିଲ୍ଲୀରେ ୧୮ହଜାରରୁ ଅଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମାତ୍ର ଦିଲ୍ଲୀ ସରକାରଙ୍କ ହେଲଥ ବୁଲେଟିନ୍ ଅନୁଯାୟୀ ଏହି ସମୟ ମଧ୍ୟରେ ୧୩ହଜାର କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସରକାରୀ କାଗଜପତ୍ରରେ ଏପ୍ରିଲ ଓ ମେ’ ମାସରେ ପ୍ରତିଦିନ ୮୭ଜଣଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀ ମହାନଗର ନିଗମ ଓ ଓ ଦିଲ୍ଲୀ ସରକାରଙ୍କ ମଧ୍ୟରେ କରୋନା ରୋଗୀଙ୍କ ମୃତ୍ୟୁସଂଖ୍ୟାକୁ ନେଇ ବିବାଦ ମୁଣ୍ଡଟେକିଛି । ୫ହଜାରରୁ ଅଧିକ କରୋନା ରୋଗୀଙ୍କ ପତ୍ତା ମିଳୁନି । ଏମାନଙ୍କୁ ଖୋଜା ଚାଲିଛି ।

ଦିଲ୍ଲୀ ମହାନଗର ନିଗମ କହିଛି ଏହି ୬୧ଦିନରେ ୧୮ହଜାର ୪୮୦କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏପ୍ରିଲ ୧ରୁ ମେ’ ୩୧ ମଧ୍ୟରେ ପ୍ରତିଦିନ ହାରାରହାରି ୩୦୩ ଲୋକଙ୍କର ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଏହି ସମୟ ମଧ୍ୟରେ ୧୩ ହଜାର ୨୦୧ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରତିଦିନ ହାରାହାରି ୨୧୬ଜଣଙ୍କ ମୃତ୍ୟୁ ହୋଇଛି । କରୋନା ଆକ୍ରାନ୍ତଙ୍କ ମୃତ୍ୟୁକୁ ନେଇ ସରକାର ଓ ଦିଲ୍ଲୀ ମହାନଗର ନିଗମ ମୁହାଁମୁହିଁ ହୋଇଛନ୍ତି । ଏବେ ୪୯୪୧ମୃତ ବ୍ୟକ୍ତିଙ୍କ କାଗଜପତ୍ର ଖୋଜାଚାଲିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା