Masthead

ଘରକୁ ଫେରିଲା ଜୀଅନ୍ତା ଶବ

ହାଇଦ୍ରାବାଦ(ବଡ଼ ଖବର ବ୍ୟୁରୋ): ଘରକୁ ଫେରିଲା ଜୀଅନ୍ତା ଶବ । ଏ କଥାକୁ କେହି ବିଶ୍ୱାସକୁ ନେବେନି । ମାତ୍ର କଥାଟି ସତ । ଡାକ୍ତରଙ୍କ ଭୁଲ୍ ଯୋଗୁଁ ଏଭଳି ବିଚିତ୍ର କଥା କରୋନା କାଳରେ ଘଟିଛି । ଏଭଳି ଘଟଣା ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲ୍ଲାର ଜଗଗାୟାପେଟା ସହରରେ ଘଟିଛି । ଜଗଗାୟାପେଟା ସହରର ଜଣେ ୭୫ ବର୍ଷ ବୟସ୍କା ମହିଳାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା । ପରେ ପରିବାର ଲୋକେ ଡାକ୍ତରଖାନାରୁ ଶବ ନେଇ ଦାହ କରିଥିଲେ । କିନ୍ତୁ ବୁଧବାର ବୃଦ୍ଧା ଜଣକ ସ୍ୱଦେହରେ ଘରକୁ ଫେରିବା ପରେ ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏବେ ଆସିବା ସମ୍ପୂର୍ଣ୍ଣ ଘଟଣାକୁ । ଗିରିକାମା ନାମକ ଜଣେ ମହିଳା କରୋନାରେ ଆକ୍ରାନ୍ତ ହୋଇ ମେ’୧୨ରେ ବିଜୟୱାଡାର ଏକ ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କ ସ୍ୱାସ୍ଥାବସ୍ଥା ବିଗିଡି ଯାଇଥିବା ଡାକ୍ତରଖାନା ପକ୍ଷରୁ ଗିରିକାମାଙ୍କ ପରିବାରକୁ ସୂଚନା ଦିଆଯାଇଥିଲା ।

ମେ’୧୫ରେ ଗିରିକାମାଙ୍କ ମୃତ୍ୟୁ ହୋଇଥିବା ଡାକ୍ତରଖାନା କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚି ଶବ ନେଇ ରୀତିନୀତି ଶେଷ କରିଥିଲେ । ଗିରିକାମାଙ୍କ ଜ୍ୱାଇଁ ନାଗୁ କହିଛନ୍ତି, ତାଙ୍କ ଶ୍ୱଶୁର ଗଡ଼ାୟା ମେ’୧୫ରେ ଡାକ୍ତରଖାନା ଯାଇଥିଲେ । ସେ ଗିରିକାମାଙ୍କୁ ବହୁତ ଖୋଜାଖୋଜି କରିଥିଲେ । ମାତ୍ର ପାଇନଥିଲେ । ପରେ ଡାକ୍ତରଖାନା ପକ୍ଷରୁ ଗିରିକାମ ମରିଯାଇଥିବା ପ୍ରମାଣପତ୍ର ଗଡ଼ାୟାଙ୍କୁ ଦିଆଯାଇଥିଲା । ସ୍ତ୍ରୀଙ୍କ ଶବ ଓ ମୃତ ପ୍ରମାଣପତ୍ର ଧରି ଗଡ଼ାୟା ଗାଁକୁ ଫେରି ଶେଷକୃତ୍ୟ ସାରିଦେଇଥିଲେ । ମେ’୨୩ରେ ଗଡ଼ାୟାଙ୍କ ବଡ଼ପୁଅ ରମେଶଙ୍କର କରୋନାରେ ମୃତ୍ୟୁ ହୋଇଥିଲା । ପ୍ରଥମେ ମାଆ ଓ ପରେ ପୁଅକୁ ହରାଇ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡିଥିଲେ । ତେଣେ ଗିରିଜାମା ସୁସ୍ଥ ହୋଇଥିଲେ ମଧ୍ୟ ଡାକ୍ତରଖାନାରୁ କେହି ତାଙ୍କୁ ଆଣିବାକୁ ନଯିବାରୁ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବାଧ୍ୟ ହୋଇ ଗିରିଜାମା ଏକାକୀ ଏକ ଗାଡିରେ ଘରେ ଆସି ପହଞ୍ôଚଥିଲେ । ପରିବାର ଲୋକେ ଆଶାକରିଛନ୍ତି ବୋଧହୁଏ ଆଉ ଏକ ଚମକ୍ରାର ଘଟିବ । ମୃତ ରମେଶ ପୁଣି ଫେରିଆସିବ!

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ