Masthead

ଟିକା ନୀତି ବଦଳାଇବେ କି କେନ୍ଦ୍ର ସରକାର?

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଟିକା ନୀତିକୁ ନେଇ ଏବେ ସବୁଆଡ଼େ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିରୋଧୀ ଦଳ ଗୁଡ଼ିକ ବିରୋଧ କରିବା ସହ ଏବେ ସୁପ୍ରିମକୋର୍ଟ ମଧ୍ୟ ସରକାରଙ୍କୁ ୨ ଦୁଇ ସପ୍ତାହ ମଧ୍ୟରେ ଜବାବ ମାଗିଛନ୍ତି । ତେବେ ଏହାରି ମଧ୍ୟରେ ଟିକା ନୀତିକୁ କେନ୍ଦ୍ରସରକାର ପରିବର୍ତ୍ତନ କରିପାରନ୍ତି । ଟିକା ଯୋଗାଣରେ ସୁଧାର ଆସିଲେ ଜୁଲାଇ କିମ୍ବା ଅଗଷ୍ଟରେ ସରକାର ନୀତି ବଦଳାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ପୁଣିଥରେ ପୂର୍ବ ନୀତିକୁ ଫେରିବାକୁ ମଧ୍ୟ ବିଚାର କରିପାରନ୍ତି ସରକାର । ଏନେଇ ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି ।

ପୂର୍ବରୁ ‌ରାଜ୍ୟଗୁଡ଼ିକ ପାଇଁ କେନ୍ଦ୍ର ସରକାର ଟିକା ସଂଗ୍ରହ କରୁଥିଲେ। ତେଣୁ ବର୍ତ୍ତମାନ ଉଭୟ ୪୫ ବର୍ଷରୁ ଅଧିକ ଏବଂ ୧୮ରୁ ୪୪ ବର୍ଷ ବର୍ଗର ବ୍ୟକ୍ତିଙ୍କ ପାଇଁ ଟିକା ସଂଗ୍ରହ କେନ୍ଦ୍ର କରିପାରନ୍ତି। ଏନେଇ କୌଣସି ନିଷ୍ପତ୍ତି ନିଆଯାଇ ନଥିଲେ ମଧ୍ୟ ଅମଲା ସ୍ତରରେ ଆଲୋଚନା ଆରମ୍ଭ ହୋଇଥିବା ଜଣାପଡ଼ିଛି । ତେବେ ୧୮ରୁ ୪୪ ବର୍ଷ ବର୍ଗର ବ୍ୟକ୍ତିଙ୍କ ପାଇଁ ରାଜ୍ୟଗୁଡ଼ିକୁ ଟିକା ଆବଣ୍ଟନ ନୀତି କେନ୍ଦ୍ର କରୁଛି। କିନ୍ତୁ ରାଜ୍ୟ ସରକାର ଏ ବାବଦ ଅର୍ଥ ପ୍ରଦାନ କରୁଛନ୍ତି। ଲୋକଙ୍କ ଠାରୁ ଅର୍ଥ ନେଇ ଟିକା ପ୍ରଦାନ କରୁଥିବା ଘରୋଇ ଡାକ୍ତରଖାନାଗୁଡ଼ିକ ପାଇଁ ଏକ ନିର୍ଦ୍ଦିଷ୍ଟ କୋଟା ଅବ୍ୟାହତ ରହିବ ବୋଲି ଆଶା କରାଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା