Masthead

ଭାରତରେ ସ୍ପୁଟନିକ-ଭି ଟିକା ଉତ୍ପାଦନ କରିବ ସିରମ ଇନଷ୍ଟିଚ୍ୟୁଟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତରେ ସ୍ପୁଟନିକ-ଭି ଟିକା ଉତ୍ପାଦନ କରିବ ସିରମ ଇନଷ୍ଟିଚ୍ୟୁଟ । ବୁଧବାର କମ୍ପାନୀ ଡିସିଜିଆଇକୁ ଉତ୍ପାଦନ ପାଇଁ ଅନୁମତି ମାଗିଥିଲା । ଆଜି ଏହା ଉପରେ ମୋହର ମାରିଛି ଡିସିଜିଆଇ । ସମ୍ପୂର୍ଣ୍ଣ ପରୀକ୍ଷଣ, ଯାଞ୍ଚ ଓ ବିଶ୍ଲେଷଣ ପାଇଁ ସେରମକୁ ସ୍ଫୁଟନିକ ଭି ଟିକା ଉତ୍ପାଦନ ପାଇଁ ଅନୁମତି ମିଳିଛି । କମ୍ପାନୀ ତା’ର ହଦପସର ପ୍ରତିଷ୍ଠାନରେ ଏହାର ଉତ୍ପାଦନ କରିବ। ଏଥିପାଇଁ କିଛି ସର୍ତ୍ତ ମଧ୍ୟ ଲାଗୁ କରାଯାଇଛି । ହଦପସର ପ୍ରତିଷ୍ଠାନରେ ସ୍ପୁଟନିକ ଭି ଟିକାକୁ ବିକଶିତ କରିବା ପାଇଁ ସେରମ ରୁଷର ମସ୍କୋରେ ଥିବା ଗାମେଲିୟା ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଅଫ ଏପିଡେମୋଲୋଜି ଓ ମାକ୍ରୋବାୟୋଲିଜି ସହ ଅନୁବନ୍ଧିତ ହୋଇଥିଲା। ସେରମ ପକ୍ଷରୁ କୁହାଯାଇଛି, ବର୍ତ୍ତମାନ ଆମକୁ ପ୍ରାଥମିକ ଅନୁମତି ମିଳିଛି।

କେବଳ ଟିକାର ପରୀକ୍ଷଣ ଓ ବିଶ୍ଲେଷଣ ଆମେ କରିବୁ। ପ୍ରକୃତରେ ସ୍ପୁଟନିକ ଭି ଟିକା ଉତ୍ପାଦନ ପାଇଁ ଆଉ କିଛି ମାସ ଲାଗିବ। ତେବେ ବର୍ତ୍ତମାନ ଆମର ଫୋକ୍ସ କୋଭିସିଲ୍ଡ ଓ କୋଭାକ୍ସ ଉତ୍ପାଦନ ଉପରେ ରହିଛି। ଭାରତର ୭ନଂ କମ୍ପାନୀମାନେ ସେରମ ସ୍ପୁଟନିକ-ଭି ଟିକାର ଉତ୍ପାଦନ ମଧ୍ୟ କରିବ। ସେରମ ଜୁନ୍‌ ମାସରେ ୧୦ କୋଟି କୋଭିସିଲ୍ଡ ଟିକା ଉତ୍ପାଦନ କରିବ ବୋଲି ଭାରତ ସରକାରଙ୍କୁ କହିଛି। ଏଥିସହ ନୋଭାକ୍ସ ଟିକା ମଧ୍ୟ ସେରମ ଉତ୍ପାଦନ କରୁଛି। ଏବେ କମ୍ପାନୀ ସ୍ପୁଟନିକ-ଭି ଉତ୍ପାଦନ କରିବାକୁ ଅନୁମତି ପାଇଛି। ଅନ୍ୟପକ୍ଷରେ ବିଶ୍ୱସ୍ତରରେ ସ୍ପୁଟନିକ ଭିର ମାର୍କେଟିଂ କରୁଥିବା ରୁଷିଆର ଆରଡିଆଇଏଫ ଭାରତରେ ଏହାର ଉତ୍ପାଦନ ପାଇଁ ୬ଟି କମ୍ପାନୀ ସହ ଚୁକ୍ତି କରିଛି। ଏମାନଙ୍କ ମଧ୍ୟରେ ଡା ରେଡ୍ଡି ଲ୍ୟାବ, ଗ୍ଲାଣ୍ଡ ଫାର୍ମା, ହେଟ୍ରୋ ବାୟୋଫାର୍ମା, ପାନେସିୟା ବାୟୋଟେକ, ଷ୍ଟେଲିସ ବାୟୋଫାର୍ମା ଓ ଭୀରକୋ ବାୟୋଟେକ ରହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ