Masthead

ଏମକେସିଜିରେ ରୋଗୀଙ୍କୁ ଦିଆଯାଉଛି ଏକ୍ସଟ୍ରାକେୟାର

ବ୍ରହ୍ମପୁର (ବଡ଼ ଖବର ବ୍ୟୁରୋ): ଏମକେସିଜିରୁ ଆସିଲା ଆଶ୍ବସ୍ତିକର ଚିତ୍ର । ରୋଗୀଙ୍କୁ ଦିଆଯାଉଛି ଏକ୍ସଟ୍ରାକେୟାର । ଧନ୍ୟବାଦ ଦେଲେ ଜିଲ୍ଲା ପ୍ରଶାସନ । କରୋନାର ଦ୍ୱିତୀୟ ଲହରରେ ବହୁ ଲୋକଙ୍କ ମୃତ୍ୟୁ ଘଟୁଛି। ବହୁ ସମୟରେ ମେଡିକାଲରେ ରୋଗୀଙ୍କୁ ଚିକିତ୍ସା ଅବା ଯତ୍ନ ଠିକରେ ନିଆଯାଉନଥିବା ଅଭିଯୋଗ, ଭିଡ଼ିଓ ବି ବାହାରକୁ ଆସୁଛି। ତେବେ ଏହା ଭିତରେ ବ୍ରହ୍ମପୁର ଏମକେସିଜି ମେଡିକାଲରୁ ଆସିଛି ଏକ ଆଶ୍ୱସ୍ତିକର ଚିତ୍ର। କରୋନା ରୋଗୀଙ୍କୁ ମେଡିକାଲ ଷ୍ଟାଫମାନଙ୍କ ଦ୍ୱାରା ଏକ୍ସଟ୍ରା କେୟାରର ଚିତ୍ର ଆସିଛି ।

କରୋନା ରୋଗୀମାନେ ସାଧାରଣତଃ ଦୁର୍ବଳ ହୋଇଯାନ୍ତି ଓ ବୟସ୍କ ରୋଗୀମାନେ ଉଠିପାରୁନଥିବା ଦେଖାଯାଉଛି। ସେହିଭଳି କରୋନାରେ ଚିକିତ୍ସା ପାଉଥିବା ମହିଳାଙ୍କ ମୁଣ୍ଡ କୁଣ୍ଡାଇବା, ବେଣୀ ପକାଇବା, ଚୁଟିରେ ତେଲ ଲଗାଇବା, ପୁରୁଷଙ୍କୁ ଶେଭିଂ କରିବା ଓ ଅନ୍ୟାନ୍ୟ ସହାୟତା କରାଯାଉଥିବା ଭିଡ଼ିଓରେ ପ୍ରଦର୍ଶିତ ହେଉଛି। ଏଭଳି କରିବା ଦ୍ୱାରା ରୋଗୀ ମଧ୍ୟ ଧୀରେ ଧୀରେ ଆତ୍ମବିଶ୍ବାସ ପାଇ ସୁସ୍ଥ ହେଉଥିବା ଦେଖାଯାଉଛି। ଏଭଳି ଭିଡ଼ିଓକୁ ନେଇ ଜିଲ୍ଲା ପ୍ରଶାସନ ଡାକ୍ତର ଓ ମେଡିକାଲ ଟିମକୁ ପ୍ରଶଂସା କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା