Masthead

ଚାନ୍ଦବାଲି ବିଧାୟକ ଓ ବିଡିଓଙ୍କ ଘର କଳି ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଚାନ୍ଦବାଲି ବିଧାୟକଙ୍କ ଶଳା ଓ ଶ୍ୱଶୁର କଣ ଆଇନଠୁ ଉର୍ଦ୍ଧ୍ୱରେ କି ବୋଲି ପ୍ରଶ୍ନ କଲା ବିଜେପି । ବିଡ଼ିଓଙ୍କୁ ମାଡ଼ ମାରିଥିବା ବ୍ୟୋମକେଶ ରାୟଙ୍କ ଶ୍ୱଶୁର ଓ ଶଳାଙ୍କୁ କାହିଁକି ଗିରଫ କରୁନି ପୋଲିସ । ଚାନ୍ଦବାଲି ବିଡ଼ିଓ ଥାନାରେ ଏତଲା ଦେବା ସତ୍ତ୍ୱେ ପୋଲିସ କାର‌୍ୟ୍ୟାନୁଷ୍ଠାନ ନେଉନାହିଁ । ଓଡ଼ିଶାରେ ଆଇନର ଶାସନ ଅଛିକି ନାହିଁ ଏହା ଏକ ରାଜନୈତିକ ଏବଂ ସାମାଜିକ ପ୍ରସଙ୍ଗ ହୋଇ ଉଭା ହେଲାଣି । ମୁଖ୍ୟମନ୍ତ୍ରୀ ସବୁବେଳେ ଆଇନ ତା ବାଟରେ ଯିବ ବୋଲି କୁହନ୍ତି । କିନ୍ତୁ ଅତୀତରେ ହୋଇଥିବା ପରୀ ହତ୍ୟା, ମାହାଙ୍ଗା ଡବଲ ମର୍ଡର ଭଳି ଅନେକ ଘଟଣା, ଯେଉଁଥିରେ ଶାସକ ଦଳର ବିଧାୟକ ମାନଙ୍କର ସଂପୃକ୍ତି ଥିଲା ।

ଏ ସବୁ ଘଟଣା ଗୁଡ଼ିକରେ ମୁଖ୍ୟମନ୍ତ୍ରୀ ଠିକ୍ ଭାବରେ ତଦନ୍ତ କଲେ ନାହିଁ କି ବିଧାୟକ ମାନଙ୍କ ପାଇଁ ବି ଆଇନ ସମାନ, ଏକଥା ଦେଖାଇଲେ ନାହିଁ । ବିଜେଡି ବିଧାୟକ ମାନେ ଆଇନ ଠାରୁ ଉର୍ଦ୍ଧ୍ବରେ ଏ କଥା ରାଜ୍ୟ ସରକାର ଅନେକ ସମୟରେ ଦେଖାଇଛନ୍ତି । କିନ୍ତୁ ଏବେ ଦେଖିବାକୁ ମିଳୁଛି ଯେ, ଚାନ୍ଦବାଲିରେ ବିଜେଡ଼ି ବିଧାୟକ ବ୍ୟମୋକେଶ ରାୟଙ୍କ ଶ୍ୱଶୁର ଓ ଶଳା ମଧ୍ୟ ଆଇନରୁ ଉପରେ । କିଛି ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ସଭାରେ ବସିବା ପାଇଁ ବିଜେଡ଼ି ବିଧାୟକଙ୍କ ଶଳା ଓ ଶ୍ୱଶୁର ଇଚ୍ଛା କରିଥିଲେ । ଯାହାକୁ ନେଇ ବିବାଦ ହୋଇଥିଲା ଏବଂ ସେମାନେ ସ୍ଥାନୀୟ ବିଡ଼ିଓଙ୍କୁ ମାଡ଼ ମାରିଥିଲେ । ଯାହାକୁ ନେଇ ଥାନାରେ ବିଡ଼ିଓ ଏତଲା ମଧ୍ୟ ଦେଇଥିଲେ , ଆଉ ଅଭିଯୁକ୍ତ ମାନଙ୍କ ନାଁରେ ସଙ୍ଗୀନ ଦଫା ମଧ୍ୟ ଲଗାଇଛି ପୋଲିସ । ହେଲେ ଘଟଣାକୁ ଏତେ ଦିନ ବିତିଯିବା ସତ୍ତ୍ୱେ ପୋଲିସ କୌଣସି କାର‌୍ୟ୍ୟାନୁଷ୍ଠାନ ନେଉନାହିଁ ବୋଲି ଅଭିଯୋଗ କରିଛି ବିଜେପି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା