Masthead

୫ଟି ସହରରେ ଘରେ ମିଳିବ ଅକ୍ସିଜେନ କନସେନଟ୍ରେଟର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଓଡିଶାର ୫ଟି ସହରରେ ଘରେ ମିଳିବ ଅକ୍ସିଜେନ କନସେନଟ୍ରେଟର । ଓଡିଶାର ଭୁବନେଶ୍ୱର, ବ୍ରହ୍ମପୁର, କଟକ, ରାଉରକେଲା ଓ ସମ୍ବଲପୁରର ସହରରେ ଏହି ସୁବିଧା ଯୋଗାଇ ଦିଆଯିବ । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ମହାମାରୀ ସମୟରେ ଅକ୍ସିଜେନ ଖୋଜୁଥିବା ଲୋକଙ୍କୁ ଏହି ବ୍ୟବସ୍ଥା ସହାୟକ ହେବ ବୋଲି ଟ୍ୱିଟରେ ଲେଖଛନ୍ତି ମୁଖ୍ୟମନ୍ତ୍ରୀ । ଏହା କରୋନା ବିରୋଧୀ ଲଢ଼େଇ ଓ ଆଗାମୀ କରୋନା ଲହରର ମୁକାବିଲା ପ୍ରସ୍ତୁତିରେ ସହାୟକ ହେବ ।

କୋଭିଡ ଡ୍ୟାସ ବୋର୍ଡରେ ଲଗଇନ କରି ଅକ୍ସିଜେନ କଂନସେନଟ୍ରେଟର ପାଇଁ ବୁକ କରିବାକୁ ପଡିବ । ବୁକ କରିବା ପରେ ଅକ୍ସିଜେନ କନସେନଟ୍ରେଟର ହୋମଡେଲିଭରି କରାଯିବ । ଅକ୍ସିଜେନ କନସେନଟ୍ରେଟର ବାହାର ବାୟୁରୁ ଅକ୍ସିଜେନ ପ୍ରସ୍ତୁତ କରିପାରିବ । ସାଧାରଣତଃ ବାହାର ବାୟୁରେ ୨୧ ପ୍ରତିଶତ ଅକ୍ସିଜେନ ଥାଏ । ତେବେ ଏହି କନସେନଟ୍ରେଟର ଶୁଦ୍ଧ ଅକ୍ସିଜେନ ପ୍ରସ୍ତୁତ କରି ଯୋଗାଇ ଦେଇପାରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ