Masthead

୫ଟି ସହରରେ ଘରେ ମିଳିବ ଅକ୍ସିଜେନ କନସେନଟ୍ରେଟର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଓଡିଶାର ୫ଟି ସହରରେ ଘରେ ମିଳିବ ଅକ୍ସିଜେନ କନସେନଟ୍ରେଟର । ଓଡିଶାର ଭୁବନେଶ୍ୱର, ବ୍ରହ୍ମପୁର, କଟକ, ରାଉରକେଲା ଓ ସମ୍ବଲପୁରର ସହରରେ ଏହି ସୁବିଧା ଯୋଗାଇ ଦିଆଯିବ । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ମହାମାରୀ ସମୟରେ ଅକ୍ସିଜେନ ଖୋଜୁଥିବା ଲୋକଙ୍କୁ ଏହି ବ୍ୟବସ୍ଥା ସହାୟକ ହେବ ବୋଲି ଟ୍ୱିଟରେ ଲେଖଛନ୍ତି ମୁଖ୍ୟମନ୍ତ୍ରୀ । ଏହା କରୋନା ବିରୋଧୀ ଲଢ଼େଇ ଓ ଆଗାମୀ କରୋନା ଲହରର ମୁକାବିଲା ପ୍ରସ୍ତୁତିରେ ସହାୟକ ହେବ ।

କୋଭିଡ ଡ୍ୟାସ ବୋର୍ଡରେ ଲଗଇନ କରି ଅକ୍ସିଜେନ କଂନସେନଟ୍ରେଟର ପାଇଁ ବୁକ କରିବାକୁ ପଡିବ । ବୁକ କରିବା ପରେ ଅକ୍ସିଜେନ କନସେନଟ୍ରେଟର ହୋମଡେଲିଭରି କରାଯିବ । ଅକ୍ସିଜେନ କନସେନଟ୍ରେଟର ବାହାର ବାୟୁରୁ ଅକ୍ସିଜେନ ପ୍ରସ୍ତୁତ କରିପାରିବ । ସାଧାରଣତଃ ବାହାର ବାୟୁରେ ୨୧ ପ୍ରତିଶତ ଅକ୍ସିଜେନ ଥାଏ । ତେବେ ଏହି କନସେନଟ୍ରେଟର ଶୁଦ୍ଧ ଅକ୍ସିଜେନ ପ୍ରସ୍ତୁତ କରି ଯୋଗାଇ ଦେଇପାରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ