Masthead

ସିଂହ ପରେ ହାତୀଙ୍କ କୋଭିଡ଼ ଟେଷ୍ଟ

ଚେନ୍ନାଇ(ବଡ଼ ଖବର ବ୍ୟୁରୋ) ସିଂହ ପରେ ହାତୀଙ୍କ କୋଭିଡ ଟେଷ୍ଟ । ଚେନ୍ନାଇର ବାନ୍ଦାଲୁର ଚିଡିଆଖାନାରେ ୯ସିଂହଙ୍କ କୋଭିଡ କୋଭିଡ୍ ଟେଷ୍ଟ ପରେ ତାମିଲନାଡୁ ସରକାର ଆଉ ଏକ ପାଦ ଆଗକୁ ପକାଇଛନ୍ତି । ରାଜ୍ୟବ୍ୟାପୀ ସମସ୍ତ ପଶୁଙ୍କର କୋଭିଡ ଟେଷ୍ଟ କରିବାକୁ ତାମିଲନାଡୁ ଜଙ୍ଗଲମନ୍ତ୍ରୀ କେ ରାମଚନ୍ଦ୍ରନ୍ ନିର୍ଦ୍ଦେଶ ଦେଇଛନ୍ତି । କରୋନାର ଦ୍ୱିତୀୟ ଲହରରେ କେବଳ ମଣିଷମାନେ ପ୍ରଭାବିତ ହୋଇନାହାନ୍ତି, ପଶୁଙ୍କ ଉପରେ ମଧ୍ୟ ପ୍ରଭାବ ପକାଇଛି । ଚେନ୍ନାଇର ବାନ୍ଦାଲୁର ଚିଡିଆଖାନାର ୯ସିଂହ କୋଭିଡ ସଂକ୍ରମିତ ହୋଇଥିବା ଜଣାପଡିବା ପରେ ତାମିଲନାଡୁର କଙ୍ଗଲ ବିଭାଗ ଅଧିକାରୀମାନେ ମୁଦୁମଲାଇରେ ୨୮ଟି ହାତୀଙ୍କର କୋଭିଡ ଟେଷ୍ଟ କରାଇଛନ୍ତି ।

ତାମିଲନାଡୁର ସମସ୍ତ ଚିଡିଆଖାନାର ପଶୁମାନଙ୍କର କୋଭିଡ ଟେଷ୍ଟ ପାଇଁ ଜଙ୍ଗଲ ମନ୍ତ୍ରୀ କେ ରାମଚନ୍ଦ୍ରନ ନିର୍ଦ୍ଦେଶ ଦେବା ପରେ ମୁଦୁମଲାଇରେ ୨୮ହାତୀଙ୍କର କୋଭିଡ ଟେଷ୍ଟ କରାଯାଇଛି । ଜଙ୍ଗଳମନ୍ତ୍ରୀ କହିଛନ୍ତି, ପରୀକ୍ଷା ରିପୋର୍ଟରୁ ପଜିଟିଭ ଆସିଲେ ହାତୀମାନଙ୍କୁ ଆଇସୋଲେସନ୍ରେ ରଖାଯାଇ ଚିକିତ୍ସା କରାଯିବ । ରାଜ୍ୟ ଜଙ୍ଗଲ ବିଭାଗ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ନିଳଗିରି ଜିଲ୍ଲାର ଥେପାକ୍କାଡୁ ହାତୀ ଶିବିର, କୋଏମ୍ବାଟୁର ଜିଲ୍ଲାର ଟୋପସିଲ୍ପ କୁମ୍କି ହାତୀ ଶିବିରରେ ପର୍ଯ୍ୟୟକ୍ରମେ ହାତୀମାନଙ୍କର କୋଭିଡ ଟେଷ୍ଟ କରାଯିବ । ମୁଦୁମଲାଇ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧୀନରେ ଥିବା ଥେପାକ୍କାଡୁ ହାତୀ ଶିବିରରେ ମଙ୍ଗଳବାର ୨୮ହାତୀଙ୍କର କୋଭିଡ ଟେଷ୍ଟ କରାଯାଇଛି । ନମୁନା ଉତ୍ତରପ୍ରଦେଶର ଇଣ୍ଡିଆନ୍ ଭେଟେନାରୀ ରିସର୍ଚ ଇନ୍ଷ୍ଟିଚ୍ୟୁଟ୍କୁ ପରୀକ୍ଷା ପାଇଁ ପଠାଯାଇଛି । ପଶୁଙ୍କୁ କରୋନା ଆକ୍ରାନ୍ତ କରୁଥିବା ଜଣାପଡିବା ପରେ ବାନ୍ଦାଲୁର ଚିଡିଆଖାନାକୁ ଗତ ମାସରୁ ବନ୍ଦ କରିଦିଆଯାଇଛି । ୫ସିଂହଙ୍କ ସ୍ୱାସ୍ଥ୍ୟରେ ଅବନତି ଘଯୁଥିବାରୁ ମେ ୨୫ରେ ତାମିଲନାଡୁ ପ୍ରାଣୀ ବିଜ୍ଞାନ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ୧୧ ସିଂହଙ୍କ ନମୁନା ସଂଗ୍ରହ କରିଥିଲେ । ସିଂ କରୋନା ପଜିଯିଭ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୯ବର୍ଷର ସିଂ ଲୀଳାର ଜୁନ୍ ୩ରେ ମୃତ୍ୟୁ ହୋଇଥିଲା । ଅନ୍ୟ ୮ସିଂହଙ୍କୁ ସଂଘରୋଧରେ ରଖାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ