Masthead

ଟିକା ନେଲେ ୧୮୯୬ ମସିହାରେ ଜନ୍ମ ନେଇଥିବା ବୃଦ୍ଧ

ବାରଣାସୀ(ବଡ଼ ଖବର ବ୍ୟୁରୋ): ଟିକା ନେବାକୁ ପହଞ୍ଚିଲେ ୧୨୫ବର୍ଷ ବୟସ୍କ ବୃଦ୍ଧ । ବାରଣାସୀରେ ଚାଲିଥିବା ଟିକାକରଣ କାର୍ଯ୍ୟକ୍ରମରେ ୧୮୯୬ମସିହାରେ ଜନ୍ମ ନେଇଥିବା ଜଣେ ବୃଦ୍ଧ ଟିକା ନେବାକୁ ପହଞ୍ଚିଥିବା ଦେଖିବାକୁ ମିଳିଛି । ତାଙ୍କୁ ସେଠାରେ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତାଙ୍କ ପଞ୍ଜିକରଣକୁ ସହଜରେ ସ୍ୱୀକାର କରିନଥିଲେ ପ୍ରଥମେ କର୍ମଚାରୀମାନେ । ତେବେ ତାଙ୍କ ଜନ୍ମ ୧୯୦୦ ମସିହା ଆଗରୁ ହୋଇଛି । ପରେ ତାଙ୍କୁ ଟିକା ଦିଆଗଲା । ଟିକା ନେଇସାରି ସେ ଅନ୍ୟମାନଙ୍କୁ ଟିକା ନେବାକୁ ଅନୁରୋଧ କରିଥିଲେ । ତେବେ ଏହି ବ୍ୟକ୍ତିଙ୍କ ନାଁ ଶିବାନନ୍ଦ । ଟିକା ପାଇଁ ପଞ୍ଜିକରଣ ହେଉଥିବା ସାଇଟରେ ୧୯୦୦ ମସିହାର ପୂର୍ବ ତାରିଖ ନଥିବାରୁ ପଞ୍ଜିକରଣ କରାଉଥିବା ସ୍ୱେଚ୍ଛାସେବୀ ମାନେ ହରଡ ଘଣାରେ ପଡିଥିଲେ ।

ହେଲେ ସ୍ୱାମୀ ଶିବାନନ୍ଦଙ୍କର ଭୋଟର ପରିଚୟପତ୍ର, ଆଧାର କାର୍ଡ ଓ ପାସପୋର୍ଟରେ ଜନ୍ମ ତାରିଖ ୧୮୯୬ ବୋଲି ଉଲ୍ଲେଖ ରହିଛି । ଏହାପରେ ପଞ୍ଜିକରଣ କର୍ତ୍ତା କୌଣସି ଉପାୟରେ ଶିବାନନ୍ଦଙ୍କ ଜନ୍ମ ତାରିଖ ୧୯୦୦ ମସିହାରେ ହୋଇଥିବା ଲେଖି ପଞ୍ଜିକରଣ କରିଥିଲେ । ଏହାପରେ ବିଶ୍ୱର ସବୁଠାରୁ ବୟସ୍କ ବ୍ୟକ୍ତି କହୁଥିବା ସ୍ୱାମୀ ଶିବାନନ୍ଦଙ୍କୁ ଟିକା ଦିଆଯାଇଥିଲା । ତେବେ ସ୍ୱାମୀ ଶିବାନନ୍ଦଙ୍କ ଜନ୍ମ ଅଗଷ୍ଟ ୮ ତାରିଖ ୧୮୯୬ ରେ ହୋଇଥିଲା । ସେ ଶ୍ରୀହଟ୍ଟ ଜିଲ୍ଲା ହବିଗଂଜ ମହକୁମାର ହରିପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାମାତା ଭିକାରୀ ବ୍ରାହ୍ମଣ ଥିଲେ । ଏହି ଅଞ୍ଚଳ ଏବେ ବାଂଲାଦେଶରେ ରହିଛି । ପରିବାରର ଆର୍ଥିକ ଦୁରାବସ୍ତା ଯୋଗୁଁ ଶିବାନନ୍ଦଙ୍କୁ ଯେତେବେଳେ ୪ ବର୍ଷ ହୋଇଥିଲା ତାଙ୍କ ବାପା ଓ ମା ଶିବାନନ୍ଦଙ୍କ ଭବିଷ୍ୟତକୁ ନଜରରେ ରଖି ତାଙ୍କୁ ନବଦ୍ୱୀପରେ ବାବା ଶ୍ରୀ ଓଂକାରନନ୍ଦଙ୍କ ନିକଟରେ ଛାଡି ଦେଇଥିଲେ । ଶିବାନନ୍ଦଙ୍କୁ ୬ ବର୍ଷ ହୋଇଥିବା ବେଳେ ତାଙ୍କ ପିତା, ମାତା ଓ ଭଉଣୀ ଭୋକରେ ପ୍ରାଣ ହରାଇଥିଲେ । ଏହାପରେ ଶିବାନନ୍ଦ ଗୁରୁଙ୍କ ଆଧ୍ୟାତ୍ମିକ ମାର୍ଗ ଅନୁସରଣ କରି ଆଜୀବନ ଅବିବାହିତ ରହିଗଲେ । ଏବେ ସେ ବାରଣାସୀର ଦୁର୍ଗାକୁଣ୍ଡ ଅଞ୍ଚଳର କାଶୀନଗର କଲୋନୀରେ ରହୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ