Masthead

ଡିସେମ୍ବର ୩୦ରେ ଭାରତ ବନ୍ଦ ଡ଼ାକରା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସରନା ଧର୍ମକୁ ସ୍ବୀକୃତି ପ୍ରଦାନ ଦାବିରେ ଆଦିବାସୀ ସେଙ୍ଗେଲ ଅଭିଯାନ (ଏଏସ୍‌ଏ) ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଆସନ୍ତା ଡିସେମ୍ବର ୩୦ରେ ଭାରତ ବନ୍ଦ ଡ଼ାକରା ଦେଇଛି ଏଏସଏ । ସରନା ଧର୍ମାବଲମ୍ବୀମାନେ ଦୀର୍ଘବର୍ଷ ଧରି ଏହି ଦାବି କରିଆସୁଥିବାରୁ ଆଦିବାସୀ ସଙ୍ଗଠନ ଏଏସ୍‌ଏ ସେମାନଙ୍କ ସମର୍ଥନରେ ବାହାରିଛି। ଏଏସ୍‌ଏ ସଭାପତି ସଲଖାନ୍‌ ମୁର୍ମୁ କହିଛନ୍ତି, ସରନା ଧର୍ମ ଦେଶର ୧୫ କୋଟି ଆଦିବାସୀଙ୍କ ପରିଚୟ।

ଏହି ଆଦିବାସୀ ଧର୍ମକୁ ସ୍ବୀକୃତି ନ ଦେବା ଏକ ସାମ୍ବିଧାନିକ ଅପରାଧ ସଦୃଶ। ଆଦିବାସୀ ସମ୍ପ୍ରଦାୟର ଲୋକଙ୍କୁ ଅନ୍ୟ ଧର୍ମ ଗ୍ରହଣ ପାଇଁ ବାଧ୍ୟ କରାଯିବାର ତାତ୍ପର୍ଯ୍ୟ ହେଉଛି ସେମାନଙ୍କୁ ଦାସତ୍ୱର ଧର୍ମ ଆପଣାଇବାକୁ ବାଧ୍ୟ କରିବା। ଉଭୟ କଂଗ୍ରେସ ଓ ବିଜେପି ଆଦିବାସୀମାନଙ୍କୁ ସେମାନଙ୍କ ଧର୍ମରୁ ବଞ୍ଚିତ କରୁଛନ୍ତି ବୋଲି ସେ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ