ବଳଙ୍ଗା ଘଟଣାକୁ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟ ନାରୀ ନିର୍ଯାତନା ବୃଦ୍ଧିକୁ ନେଇ ବିରୋଧୀ ଦଳ ସରକାରକୁ ଟାର୍ଗେଟ କରିଛନ୍ତି । ବାଲେଶ୍ୱର ଏଫଏମ୍ କଲେଜର ଛାତ୍ରୀ ଆତ୍ମହୁତୀକୁ ନେଇ ସାରା ରାଜ୍ୟ ଉଠୁଛି ପଡ଼ୁଛି । ଏହି ସମୟରେ ପୁଣି ଏକ ଘଟଣା ଘଟିଛି ଯାହାକୁ ନେଇ ବିରୋଧି ଦଳ ପ୍ରତିବାଦ କରିଛନ୍ତି । ପୁରୀ ଜିଲ୍ଲାର ବଳଙ୍ଗାରେ ଏକ ନାବାଳିକାଙ୍କୁ କିରୋସିନ ଢ଼ାଳି ନିଆ ଲଗାଇ ୩ ଦୁର୍ବୃତ୍ତ ପୋଡ଼ିବାକୁ ଉଦ୍ୟମ କରିଥିବା ଘଟଣା ସମ୍ନାକୁ ଆସିଛି । ଛାତ୍ରୀ ଜଣଙ୍କର ଶରୀରର ୭୫ ପ୍ରତିଶତ ପୋଡ଼ି ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ଏମ୍ସରେ ଚିକିତ୍ସତ  ହେଉଛନ୍ତି ।

ପୂର୍ବରୁ ଏଫଏମ୍ କଲେଜ ଛାତ୍ରୀଙ୍କୁ ନ୍ୟାୟ ଦାବିରେ ବିରୋଧି ଦଳ ଓଡ଼ିଶା ବନ୍ଦ କରିଥିଲେ । ପୁଣି ଆଜି ଆଉ ଏକ ଘଟଣା ସାମ୍ନାକୁ ଆସିଛି ଯାହା ପାଇଁ ସରାକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧି । ମହିଳା କଂଗ୍ରେସ ପକ୍ଷରୁ ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଘେରାଉ କରିବା ସହ ବାସଭବନ ଉପରେ ଟମାଟୋ ମାଡ଼ କରିଛନ୍ତି । ଯାହା ଫଳରେ ପ୍ରଭାତୀ ପରିଡ଼ାଙ୍କ ବାସଭବନ ସାମ୍ନାରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏହି ଘଟଣାକୁ ନେଇ କଂଗ୍ରେସ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଛି । ଏହି ଅନୁଧ୍ୟାନ କମିଟିକୁ ପିସିସି ସଭାପତି ଗଠନ କରିଛନ୍ତି । ଏହି କମିଟିରେ ୧୨ ଜଣ ସଦସ୍ୟ ରହିଛନ୍ତି । ଖୁବଶୀଘ୍ର ଘଟଣାସ୍ଥଳ ପରିଦର୍ଶନ କରି ପିସିସି ସଭାପତି ଭକ୍ତ ଦାସଙ୍କୁ ରିପୋର୍ଟ ଦେବ ଏହି ଟିମ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’