ଲକଡାଉନ ପାଇଁ ୧୫% ହ୍ରାସ ହେଲା ଓଜନ ସ୍ତର

(ବଡ଼ ଖବର ବ୍ୟୁରୋ): ଲକଡାଉନ କମାଇଛି ନାଇଟ୍ରୋଜେନ ଅକ୍ସାଇଡ୍ ନିର୍ଗମନ । ବିଶ୍ୱର ଓଜୋନ୍ ସ୍ତରରେ ୧୫ ପ୍ରତିଶତ ହ୍ରାସ । ମହାମାରୀ କରୋନାର ଭୟାବହତାର ମୁକାବିଲା ପାଇଁ ୨୦୨୦ ମାର୍ଚ୍ଚ ମାସରୁ ବିଶ୍ୱବ୍ୟାପି ଲକଡାଉନ ଓ ସଟଡାଉନ ପରି କଡା କଟକଣା ଲାଗୁ ହୋଇଥିଲା । ଏହି କଟକଣା ଯୋଗୁଁ ବିଶ୍ୱ ଅର୍ଥନୀତି ପ୍ରଭାବିତ ହୋଇଥିଲା । କୋଟି କୋଟି ଲୋକ ଚାକିରୀ ହରାଇ ବେକାର ହୋଇଯାଇଥିଲେ । ସେଭଳି କଟକଣା ପରୋକ୍ଷରେ ପରିବେଶ ପାଇଁ ମଙ୍ଗଳକାରୀ ସାବ୍ୟସ୍ତ ହୋଇଥିବା ଦକ୍ଷିଣ କାଲିଫର୍ଣ୍ଣିଆ ସ୍ଥିତ ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ର ଜେଟ୍‌ ପ୍ରପଲସନ୍‌ ପରୀକ୍ଷାଗାରର ବୈଜ୍ଞାନିକମାନେ କହିଛନ୍ତି ।

ବିଭିନ୍ନ ସ୍ଥାନରେ କଳକାରଖାନା ଓ ଗାଡ଼ିମୋଟର ଚଳାଚଳ ବନ୍ଦ ହେବା କାରଣରୁ ବାୟୁମଣ୍ଡଳକୁ ବିଷାକ୍ତ ନାଇଟ୍ରୋଜେନ୍‌ ଅକ୍ସାଇଡ୍‌ ବା ଯବକ୍ଷାରାମ୍ଳ ବାଷ୍ପର ନିର୍ଗମନ ଯଥେଷ୍ଟ କମିଯାଇଛି । ଫଳରେ ଏହାଦ୍ବାରା ସୃଷ୍ଟି ହେଉଥିବା ସ୍ବାସ୍ଥ୍ୟହାନିକାରକ ଓଜୋନ୍‌ ବାଷ୍ପ ପରିମାଣ ୧୫ ପ୍ରତିଶତ କମିଯାଇଛି ବୋଲି ସେମାନେ ଆକଳନ କରିଛନ୍ତି । ୨୦୨୦ ଜୁନ୍‌ ସୁଦ୍ଧା ଏତିକି ପରିମାଣର ଓଜୋନ୍‌ ସ୍ତର ହ୍ରାସ ପାଇଁ ବିଶ୍ୱ ସମୁଦାୟର ଦୀର୍ଘ ପନ୍ଦର ବର୍ଷର ସ୍ୱାଭାବିକ ସାମୂହିକ ପ୍ରଚେଷ୍ଟା ଆବଶ୍ୟକ ପଡୁଥିବା ବେଳେ କୋଭିଡ୍‌ କଟକଣା ଯୋଗୁଁ ତାହା ଆପଣା ଛାଏଁ ହାସଲ ହୋଇପାରିଥିବାରୁ ସେମାନେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ