ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଛାତ୍ରୀଛାତ୍ରଙ୍କ ଦୁର୍ଘଟଣାଜନିତ ସମସ୍ୟାରେ ସହାୟତା ପ୍ରଦାନକୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି ହୋଇଛି। ସହାୟତା ରାଶି ପ୍ରଦାନ ପାଇଁ ପ୍ରଧାନଶିକ୍ଷକ, ଜିଲାପାଳ, ଜିଲା ଶିକ୍ଷା ଅଧିକାରୀ (ଡିଇଓ) ଓ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କ ଅନୁମୋଦନ ଆବଶ୍ୟକ ହେବ। ଅନୁମୋଦନ ମିଳିବାର ୨୪ ଘଣ୍ଟା ମଧ୍ୟରେ ଅଭିଭାବକଙ୍କୁ ସହାୟତା ରାଶି ପ୍ରଦାନ କରାଯିବ। ନୂଆ ବ୍ୟବସ୍ଥା ଦୁର୍ଘଟଣାଗ୍ରସ୍ତ ଛାତ୍ରୀଛାତ୍ର ଓ ସେମାନଙ୍କ ପରିବାରକୁ ତ୍ୱରିତ ସହାୟତା ଯୋଗାଇବାରେ ସହାୟକ ହେବ ବୋଲି ଆଶା କରାଯାଉଛି।
–ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ସହୟତା ରାଶିକୁ ନେଇ ନୂଆ ନିର୍ଦ୍ଦେଶାବଳୀ
-ଶିଶୁ ବାଟିକାରୁ ଦ୍ୱାଦଶ ପଢୁଥିବା ଛାତ୍ରଙ୍କ ପାଇଁ ଲାଗୁ ହେବ ବ୍ୟବସ୍ଥା
-ମୃତ୍ୟୁ କିମ୍ବା ଅକ୍ଷମତା କ୍ଷେତ୍ରରେ ସହାୟତା ରାଶି ମିଳିବ ୨ ଲକ୍ଷ ଟଙ୍କା
-ଉଚ୍ଚତର ଚିକିତ୍ସା ଲାଗି ସ୍ଥାନାନ୍ତର ପାଇଁ ମିଳିବ ୩୦ ହଜାର ଟଙ୍କା
-ଯାତାୟାତ ଖର୍ଚ୍ଚ ବାବଦକୁ ମିଳିବ ୧୦ ହଜାର ଟଙ୍କା
-ସରକାରୀ ମେଡିକାଲରେ ନିଶୁଳ୍କ ଚିକିତ୍ସା ପ୍ରଦାନ କରାଯିବ
-ଅନୁକମ୍ପା ସହାୟତା ରାଶି ମା’ କିମ୍ବା ବାପାଙ୍କୁ ପ୍ରଦାନ କରାଯିବ
-ଉଭୟ ନଥିଲେ ଜିଲ୍ଲାପାଳଙ୍କ ଦ୍ୱାରା ଚିହ୍ନଟ ଅଭିଭାବକଙ୍କୁ ମିଳିବ ସହାୟତା
-ସହୟତା ରାଶି ପାଇଁ ପ୍ରଧାନଶିକ୍ଷକ, ଜିଲ୍ଲାପାଳ, ଡିଇଓ, ବିଇଓଙ୍କ ଅନୁମୋଦନ ଜରୁରୀ
-ଅନୁମୋଦନର ୨୪ ଘଣ୍ଟା ମଧ୍ୟରେ ଅଭିଭାବକଙ୍କୁ ମିଳିବ ସହାୟତା ରାଶି
