Masthead

ସବୁଜ ଦେଖାଯାଉଛି ଗଙ୍ଗା ନଦୀର ଜଳ

ଲକ୍ଷ୍ନୌ(ବଡ଼ ଖବର ବ୍ୟୁରୋ): ସବୁଜ ଦେଖାଯାଉଛି ଗଙ୍ଗା ନଦୀ । ଗତ ୨୦ ଦିନ ହେବ ଏପରି ସବୁଜ ଦେଖାଯାଉଛି ଗଙ୍ଗାନଦୀର ଜଳ । ମାମଲା ଅଧିକ ବିଗିଡ଼ିବାରୁ ଜିଲ୍ଲାପାଳ ଯାଞ୍ଚ କମିଟି ଗଠନ କରି ଏଥିରେ ଉତ୍ତର ପ୍ରଦେଶ ପ୍ରଦୂଷଣ ବୋର୍ଡକୁ ସାମିଲ କରିଛନ୍ତି। ଯାଞ୍ଚ କମିଟି ଗଙ୍ଗା ଜଳର ନମୂନା ସଂଗ୍ରହ କରି ଯାଞ୍ଚ କରିଛନ୍ତି। ହେଲେ ରିପୋର୍ଟରେ ଯାହା ଆସିଛି ତାହା ଅତ୍ୟନ୍ତ ଚିନ୍ତାଜନକ ବିଷୟ। ଜଳରେ ଅମ୍ଳଜାନ ମାତ୍ରା କମ ରହିଛି। ଏପରିକି ଗାଧୋଇବା ଉପଯୋଗୀ ରହିନାହିଁ ବାରଣାସୀର ଗଙ୍ଗା ପାଣି। ରିପୋର୍ଟରେ କୁହାଯାଇଛି ଯେ, ଗଙ୍ଗାର ପାଣି ମିର୍ଜାପୁରରେ ଗଙ୍ଗା କୂଳରେ ନିର୍ମିତ ଏକ ପୁରୁଣା ଏସଟିପି କାରଣରୁ ସବୁଜ ରଙ୍ଗ ହୋଇ ଯାଇଛି। ପାଣି ଶୈବାଳରେ ଭର୍ତ୍ତି ହୋଇ ଯାଇଛି।

ଏହି ଏସଟିପିକୁ ପୁରୁଣା କାଳର ମେସିନରେ ଚଲାଯାଉଛି। ଯାହା ଲିକେଜ୍ ହୋଇ ଦୂଷିତ ପାଣି ଗଙ୍ଗାରେ ମିଶୁଛି। ଏହି କାରଣରୁ ଡାଉନ ଷ୍ଟ୍ରିମ ଅର୍ଥାତ ବାରଣାସୀରେ ଗଙ୍ଗା ପାଣିରେ ଶୈବାଳ ଜମି ଯାଇଛି। ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ ରହିଛି, ଗଙ୍ଗା ଜଳରୁ ନାଇଟ୍ରୋଜେନ୍ ଓ ଫସଫରସ ମାତ୍ରା ଅଧିକ ମିଳିଛି, ଯାହା ଅକ୍ସିଜେନ୍ ମାତ୍ରାକୁ କମ କରି ଦେଇଥାଏ। ତେଣୁ ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ସମସ୍ତ ବନାରସ ଜନତାଙ୍କୁ ଆଗାମୀ ଚାରି-ପାଞ୍ଚ ଦିନ ଯାଏଁ ଗଙ୍ଗାରେ ନଗାଧୋଇବାକୁ ଅପିଲ୍ କରିଛନ୍ତି। ଅଧିକାରୀଙ୍କ ଅନୁଯାୟୀ, ଗଙ୍ଗାରେ ପାଣିର ମାତ୍ରା ଅଧିକ ରହିଛି। ଏହି କାରଣରୁ ଶୈବାଳ ଶୀଘ୍ର ନଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି