Masthead

ଏୟାର ଇଣ୍ଡିଆ ବିକ୍ରି ହୋଇନାହିଁ , ସ୍ପଷ୍ଟିକରଣ ଦେଲେ କେନ୍ଦ୍ରସରକାର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ସରକାରୀ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆକୁ ଟାଟା ସନ୍ସ କିଣିଥିବା ଖବର କିଛି ସମୟ ପୂର୍ବରୁ ପ୍ରକାଶ ପାଇଥିଲା । ତେବେ ଏହି ଖବରରେ ଏବେ ଏକ ନୂଆ ଟ୍ୱିଷ୍ଟ ଆସିଛି । ଆଜି ସକାଳୁ ସବୁ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ ଏୟାର ଇଣ୍ଡିଆକୁ ବିକ୍ରି କରିବା ପାଇଁ କେନ୍ଦ୍ର ସରକାର ଯେଉଁ ନିଲାମ ଡାକିଥିଲେ, ସେଥିରେ ଟାଟା ଗୃପ ବାଜି ମାରି ନେଇଛି । ହେଲେ ପରେ କେନ୍ଦ୍ରସରକାର ଏହି ତଥ୍ୟକୁ ଭୁଲ ବୋଲି କହିଛନ୍ତି । ସେ କହିଛନ୍ତି ମିଡିଆରେ ପ୍ରକାଶିତ ରିପୋର୍ଟରେ ଏପରି ସଙ୍କେତ ଦିଆଯାଇଛି ଯେ ଭାରତ ସରକାର ଏୟାର ଇଣ୍ଡିଆର ଡିସଇନଭେଷ୍ଟମେଣ୍ଟ ପାଇଁ ଡକା ଯାଇଥିବା ନିଲାମକୁ ମଞ୍ଜୁରି ଦେଇଛନ୍ତି । ତେବେ ଏଯାଏଁ କୌଣସି ବିଡକୁ ସରକାରୀ ମଞୁରୀ ଦେଇନାହିଁ ।

ଏୟାର ଇଣ୍ଡିଆକୁ ଅଧିଗ୍ରହଣ କରିବା ପାଇଁ ଟାଟା ଗୃପ୍ ଓ ସ୍ପାଇସ ଜେଟ୍ ଦ୍ୱାରା ବିଡ ଦାଖଲ କରାଯାଇଛି । ସରକାର ନିକଟରେ କହିଥିଲେ ଯେ ଟାଟା ଓ ସ୍ପାଇସ ଜେଟର ଆର୍ଥିକ ବିଡର ମୂଲ୍ୟାଙ୍କନ ଆରମ୍ଭ ହୋଇଛି ।ଏୟାର ଇଣ୍ଡିଆ ପାଇଁ ଲାଗିଥିବା ବିଡରେ ଟାଟା ଗୃପକୁ ସରକାରୀ ପ୍ୟାନେଲ ପାଇଁ ଅନୁମୋଦନ ମିଳିଛି । ସୂଚନା ଅନୁସାରେ , ୧୯୩୨ ମସିହାରେ ଟାଟା ପକ୍ଷରୁ ଟାଟା ଏୟାରଲାଇନ ସ୍ଥାପନ କରାଯାଇଥିଲା । ତେବେ ପରେ ୧୯୪୬ରେ ଏହାର ନାମ ବଦଳାଇ ଏୟାର ଇଣ୍ଡିଆ ରଖାଯାଇଥିଲା । ୧୯୫୩ ମସିହାରେ ଏୟାର ଇଣ୍ଡିଆର ମାଲିକାନା ସରକାରଙ୍କ କ୍ଷମତାକୁ ଚାଲିଆସିଲା । ଏବେ ପ୍ରାୟ ୬୮ ବର୍ଷ ପରେ ପୁଣି ଟାଟା ଏୟାର ଇଣ୍ଡିଆର ମାଲିକାନା ହାସଲ କରିବା ନେଇ ଜଣାଡିଛି ।

ସୂତ୍ରରୁ ଜଣାପଡିଛି ଯେ, ଏୟାର ଇଣ୍ଡିଆ ଏୟାର ଲାଇନ୍ସ ଉପରେ ୨୦୧୯ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୬୦,୦୭୪ କୋଟି ବାକି ପଡିଛି । କେନ୍ଦ୍ର ସରକାର ଏୟାର ଇଣ୍ଡିଆକୁ ଘରୋଇକରଣ କରିବାକୁ ଦୀର୍ଘ ବର୍ଷ ହେବ ଚେଷ୍ଟା ଚଳାଇଥିଲେ । ୨୦୧୮ ମସିହାରେ କେନ୍ଦ୍ର ସରକାର ଏହି ସଂସ୍ଥାର ୭୬ ପ୍ରତିଶତ ବିକ୍ରି କରିବାକୁ ବିଫଳ ହୋଇଥିଲା । ସେତେବେଳେ ଏହାକୁ କିଣିବାକୁ କେହି ଆଗ୍ରହ ପ୍ରକାଶ କରିନଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ