Masthead

ମିଳିମିଳାର ତାଣ୍ଡବ, ଟୀକା ଅଭାବରୁ ଯାଉଛି ଜୀବନ

(ବଡ଼ ଖବର ବ୍ୟୁରୋ): ବାଂଲାଦେଶରେ ସ୍ଥିତି ଭୟଙ୍କର ହୋବରେ ଲାଗିଛି । ଆତଙ୍କ ଖେଳାଇଛି ମହାମାରୀ ମିଳିମିଳା । ମହାମାରୀ ସାରା ଦେଶରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି ମହାମାରୀ ନିସ୍ପାପ ଶିଶୁଙ୍କ ଜୀବନ ନେବାରେ ଲାଗିଛି । ଯାହା ଫଳରେ ସେଠାର ଜନସାଧାରଣଙ୍କୁ ଭୟଭୀତ ଅବସ୍ଥାରେ ଅଛନ୍ତି । ତେବେ ଏହି ରୋଗରେ ପ୍ରାୟତଃ ଶିଶୁମାନଙ୍କୁ ବେଶୀ ଆକ୍ରାନ୍ତ କରୁଛି । ସୂଚନା ଅନୁଯାୟୀ ବୁଧବାର ୩ଜଣ ଶିଶୁଙ୍କ ଜୀବନ ନେଇଛି ମିଳିମିଳା ।

ଦିନକୁ ଦିନ ବାଂଲାଦେଶରେ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଛି । ବିଶ୍ୱ ସ୍ୱାସ୍ଥ୍ୟ ବିଭାଗ ଅଧୀକାରୀଙ୍କ ସୂଚନାରେ ୨୦୨୬ ମସିହାର ପ୍ରଥମ ୩ ମାସରେ ୮,୭୬୯ ଜଣ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ । ଏହି ଭୟଙ୍କର ରୋଗରେ ନିରିହ ଶିଶୁ ମାନଙ୍କର ମୃତୁ୍ୟ ସଂଖ୍ୟା ଏବେ ୬୦୧ ରେ ଅତିକ୍ରମ କରିଛି । ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯଦି ଗୋଟିଏ ପରିବାରର ଜଣେ ସଂକ୍ରମିତ ହେଉଛି ତେବେ ଏହାର ପ୍ରଭାବରେ ଅନ୍ୟମାନେ ମଧ୍ୟ ଖୁବ୍ ଶୀଘ୍ର ଆକ୍ରାନ୍ତ ହେଉଛନ୍ତି । ଗୋଟିଏ ଘରେ ଅନେକ ଲୋକଙ୍କ ବସବାସ, ସାମୂହିକ ଶୌଚାଳୟ ଓ ଜଳ ବ୍ୟବସ୍ଥା ମହାମାରୀ ବ୍ୟାପିବାର ମୁଖ୍ୟ କାରଣ ହେଉଛି ।

ଡା. ତୋହା କହିଛନ୍ତି ଏହି ଋତୁରେ ଏପରି ରୋଗ ସାଧାରଣ ବଢିଥାଏ । ଏଥିପ୍ରତି ନିଜକୁ ସଚେତନ କରିବା ଆବଶ୍ୟକ । ନିୟମିତ ଟୀକାକରଣ କାର୍ଯ୍ୟକ୍ରମ ଫଳରେ ମିଜଲ୍ସ ଓ ରୁବେଲା ବହୁ ପରିମାଣରେ ନିୟନ୍ତ୍ରଣରେ ରହିଛି । ତେବେ ଯଦି ଦେଖିବା ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୨୧୦ ନୂତନ ସନ୍ଦିଗ୍ଧ ମାମଲା ଚିହ୍ନଟ ହୋଇଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରୋଗୀ ସଂଖ୍ୟା ୭୪,୫୭୨ ରେ ପହଞ୍ଚିଛି । ସେପଟେ ଟୀକା ଅଭାବରୁ ରୋଗୀଙ୍କ ଜୀବନ ଯାଉଥିବା ଅଭିଯୋଗ ହେଉଛି । ଯେଉଁଥି ପାଇଁ ସରକାର ଉଚ୍ଚସ୍ତରୀୟ ବୈ÷ଠକ ମାଧ୍ୟମରେ ସ୍ୱାସ୍ଥ୍ୟ ଅଧିକାରିମାନଙ୍କୁ ଅବଗତ କରାଇଛନ୍ତି । ଠିକ୍ ସମୟରେ ଆକ୍ରାନ୍ତଙ୍କୁ ଟୀକା ଯୋଗାଇ ଦେବାକୁ ନିଦେ୍ର୍ଦଶ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା