Masthead

ମାତିଲେ ସାଇବର ଲୁଟେରା, ଲୁଟିଲେ ୧୦ଲକ୍ଷ ୫୨ହଜାର ଟଙ୍କା

କେନ୍ଦ୍ରାପଡା(ବଡ଼ ଖବର ବ୍ୟୁରୋ): ଲୋଭ କଲେ ଡାକ୍ତର, ଚାଲିଗଲା ଟଙ୍କା | ସାଇବର ଲୁଟେରାମାନେ ନିଜ ଜାଲରେ ଫସାଇ ଅନେକ ଲୋକଙ୍କୁ ଠକୁଛନ୍ତି । ବିଭିନ୍ନ ଆପ ମାଧ୍ୟମରେ ବିଭିନ୍ନ ଆକର୍ଷଣୀୟ ଅଫର ଦେଇ ନକଲି କମ୍ପାନୀ ନାମରେ ଲୁଟୁଛନ୍ତି । ଏହି ଭଳି ଏକ ଚକ୍ରାନ୍ତର ଶିକାର ହୋଇଛନ୍ତି ଜଣେ ଯୁବ ଡାକ୍ତର । ଟଙ୍କାକୁ ଅଧିକ ଗୁଣ କରିଦେବା ଲୋଭ ଦେଖାଇ ୧୧ ଲକ୍ଷ ଟଙ୍କା ହଡପ କରିନେଇଛନ୍ତି ଲୁଟେରା । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ବଡାମ୍ବିଳାର ଅକ୍ଷୟ ମହାନ୍ତିଙ୍କ ପୁଅ ବାଦଲ ମହାନ୍ତି ଡାକ୍ତରୀ ପାଠ ପଢା ଶେଷ କରିବାପରେ ଗତ ବର୍ଷେ ରାଜକନିକା ସରକାରୀ ଡାକ୍ତରଖାନାରେ ଡାକ୍ତର ଭାବେ ଯୋଗ ଦେଇଥିଲେ ।

ଗାଁରେ ଗୃହ ନିର୍ମାଣ ପାଇଁ ବ୍ୟାଙ୍କରୁ ଲୋନ କରିଥିଲେ ଯାହା ତାଙ୍କ ଆକାଉଣ୍ଟରେ ଥିଲା । ମେ ୧ ତାରିଖ ଦିନ ଇନଷ୍ଟାଗ୍ରାମରେ ତାଙ୍କ ମୋବାଇଲ ନମ୍ବରକୁ ବିଟ୍‌କଏନ ମାଇନିଂ ଲିମିଟେଡ ଡଟ୍‌କମରୁ ମେସେଜ ଆସିଥିଲା ୧୨୦ ଡଲାର ଅର୍ଥାତ ୯୦୦୦ ଟଙ୍କା ପଠାଇଲେ ବଦଳରେ ୧୩୦୦ ଡଲାର ଅର୍ଥାତ ୧ ଲକ୍ଷ ଟଙ୍କା ମିଳିବ । ଏହି ଟଙ୍କା ଆକାଉଣ୍ଟରୁ କଟିବା ପରେ ବାରମ୍ବାର ପ୍ରଲୋଭିତ କରି ଆଉ ଦିଅ ଏକା ଥରେ ଅଧିକ ଲାଭ ମିଳିବ କହି ବିଭିନ୍ନ ପର୍ୟ୍ୟାୟରେ ମେ ୩୦ ତାରିଖ ସୁଦ୍ଧା ୧୦ ଲକ୍ଷ ୫୨ ହଜାର ୧୦୦ ଟଙ୍କା କାଟି ନେଇଥିଲେ ।

ଏହା ପରେ ବାଦଲ ହ୍ୱାଟ୍ସଆପ ନମ୍ବରରେ ଟଙ୍କା କାହିଁକି ଆସୁନି ପଚାରିବାରୁ ଉତ୍ତର ମିଲିଲା ଲିଡସ୍ କମର୍ସିଆଲ ବ୍ୟାଙ୍କରେ ତାଙ୍କ ନାମରେ ଆକାଉଣ୍ଟ ଖୋଲା ଯାଇଛି । ଆରଟିସି ଓ ଟାକ୍ସ କୋଡ ପାଇଁ ଆଉ ୫ ଲକ୍ଷ ୫୦ ହଜାର ଟଙ୍କା ଡିପୋଜିଟ କଲେ ଲାଭାଂଶ ସହ ସମସ୍ତ ଅର୍ଥ ମିଳିଯିବ । ଏଥିରେ ସନ୍ଦେହ ହେବାରୁ କମ୍ପାନୀ ଓ ବ୍ୟାଙ୍କ ବିଷୟରେ ସର୍ଚ କରିବା ପରେ ଏହା ଏକ ଠକ ବୋଲି ଜଣା ପଡିଥିଲା । ଏ ବିଷୟରେ ଆଳି ଥାନାକୁ ଜଣାଇବା ପରେ ଆଇଆଇସି ପରାମର୍ଶ କ୍ରମେ ବାଦଲ କଟକ ଯାଇ ଏସପି, ସିବିଙ୍କ ନିକଟରେ ଏତଲା ଦାୟର କରିଛନ୍ତି । ଏବେବି ସେମାନେ ଆଉ ଟଙ୍କା ଡିପୋଜିଟ କରିବାକୁ ମେସେଜ ଦେଇ ଚାଲିଛନ୍ତି।

 

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ