Masthead

ମାତିଲେ ସାଇବର ଲୁଟେରା, ଲୁଟିଲେ ୧୦ଲକ୍ଷ ୫୨ହଜାର ଟଙ୍କା

କେନ୍ଦ୍ରାପଡା(ବଡ଼ ଖବର ବ୍ୟୁରୋ): ଲୋଭ କଲେ ଡାକ୍ତର, ଚାଲିଗଲା ଟଙ୍କା | ସାଇବର ଲୁଟେରାମାନେ ନିଜ ଜାଲରେ ଫସାଇ ଅନେକ ଲୋକଙ୍କୁ ଠକୁଛନ୍ତି । ବିଭିନ୍ନ ଆପ ମାଧ୍ୟମରେ ବିଭିନ୍ନ ଆକର୍ଷଣୀୟ ଅଫର ଦେଇ ନକଲି କମ୍ପାନୀ ନାମରେ ଲୁଟୁଛନ୍ତି । ଏହି ଭଳି ଏକ ଚକ୍ରାନ୍ତର ଶିକାର ହୋଇଛନ୍ତି ଜଣେ ଯୁବ ଡାକ୍ତର । ଟଙ୍କାକୁ ଅଧିକ ଗୁଣ କରିଦେବା ଲୋଭ ଦେଖାଇ ୧୧ ଲକ୍ଷ ଟଙ୍କା ହଡପ କରିନେଇଛନ୍ତି ଲୁଟେରା । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ବଡାମ୍ବିଳାର ଅକ୍ଷୟ ମହାନ୍ତିଙ୍କ ପୁଅ ବାଦଲ ମହାନ୍ତି ଡାକ୍ତରୀ ପାଠ ପଢା ଶେଷ କରିବାପରେ ଗତ ବର୍ଷେ ରାଜକନିକା ସରକାରୀ ଡାକ୍ତରଖାନାରେ ଡାକ୍ତର ଭାବେ ଯୋଗ ଦେଇଥିଲେ ।

ଗାଁରେ ଗୃହ ନିର୍ମାଣ ପାଇଁ ବ୍ୟାଙ୍କରୁ ଲୋନ କରିଥିଲେ ଯାହା ତାଙ୍କ ଆକାଉଣ୍ଟରେ ଥିଲା । ମେ ୧ ତାରିଖ ଦିନ ଇନଷ୍ଟାଗ୍ରାମରେ ତାଙ୍କ ମୋବାଇଲ ନମ୍ବରକୁ ବିଟ୍‌କଏନ ମାଇନିଂ ଲିମିଟେଡ ଡଟ୍‌କମରୁ ମେସେଜ ଆସିଥିଲା ୧୨୦ ଡଲାର ଅର୍ଥାତ ୯୦୦୦ ଟଙ୍କା ପଠାଇଲେ ବଦଳରେ ୧୩୦୦ ଡଲାର ଅର୍ଥାତ ୧ ଲକ୍ଷ ଟଙ୍କା ମିଳିବ । ଏହି ଟଙ୍କା ଆକାଉଣ୍ଟରୁ କଟିବା ପରେ ବାରମ୍ବାର ପ୍ରଲୋଭିତ କରି ଆଉ ଦିଅ ଏକା ଥରେ ଅଧିକ ଲାଭ ମିଳିବ କହି ବିଭିନ୍ନ ପର୍ୟ୍ୟାୟରେ ମେ ୩୦ ତାରିଖ ସୁଦ୍ଧା ୧୦ ଲକ୍ଷ ୫୨ ହଜାର ୧୦୦ ଟଙ୍କା କାଟି ନେଇଥିଲେ ।

ଏହା ପରେ ବାଦଲ ହ୍ୱାଟ୍ସଆପ ନମ୍ବରରେ ଟଙ୍କା କାହିଁକି ଆସୁନି ପଚାରିବାରୁ ଉତ୍ତର ମିଲିଲା ଲିଡସ୍ କମର୍ସିଆଲ ବ୍ୟାଙ୍କରେ ତାଙ୍କ ନାମରେ ଆକାଉଣ୍ଟ ଖୋଲା ଯାଇଛି । ଆରଟିସି ଓ ଟାକ୍ସ କୋଡ ପାଇଁ ଆଉ ୫ ଲକ୍ଷ ୫୦ ହଜାର ଟଙ୍କା ଡିପୋଜିଟ କଲେ ଲାଭାଂଶ ସହ ସମସ୍ତ ଅର୍ଥ ମିଳିଯିବ । ଏଥିରେ ସନ୍ଦେହ ହେବାରୁ କମ୍ପାନୀ ଓ ବ୍ୟାଙ୍କ ବିଷୟରେ ସର୍ଚ କରିବା ପରେ ଏହା ଏକ ଠକ ବୋଲି ଜଣା ପଡିଥିଲା । ଏ ବିଷୟରେ ଆଳି ଥାନାକୁ ଜଣାଇବା ପରେ ଆଇଆଇସି ପରାମର୍ଶ କ୍ରମେ ବାଦଲ କଟକ ଯାଇ ଏସପି, ସିବିଙ୍କ ନିକଟରେ ଏତଲା ଦାୟର କରିଛନ୍ତି । ଏବେବି ସେମାନେ ଆଉ ଟଙ୍କା ଡିପୋଜିଟ କରିବାକୁ ମେସେଜ ଦେଇ ଚାଲିଛନ୍ତି।

 

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ପୁରୀ ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ପୁରୀ ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼