Masthead

ଆଜି ପହିଲି ରଜ, କରୋନା ପାଇଁ ଘରେ ଘରେ ଜମୁଛି ଆସର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ପହିଲି ରଜ । ରଜ ଆସିଲା ମାତ୍ରେ ଚଳଚଞ୍ଚଳ ହୋଇ ଉଠିଥାଏ ଗାଁ ରୁ ସହର । ତା ସହ ମହମହ ପିଠାର ବାସ୍ନା । କେଉଁଠୁ ନଡିଆ-ଗୁଡ ମିଶା ପୁରର ବାସ୍ନା ତ ଆଉ କେଉଁଠି ଘିଅ କଡେଇରେ ପଡିଥିବା ଆରିସାର ବାସ୍ନା । ଧନୀ ହେଉ କି ଗରିବ ସମସ୍ତଙ୍କ ଘରେ ଜମିଥାଏ ଭଳିକି ଭଳି ପିଠାର ଆସର | ଗାଁ ଠୁ ସହର, ପଲ୍ଲୀରୁ ଦିଲ୍ଲୀ ସବୁଠି ଉତ୍ସବର ମାହୋଲ୍ । ଘରେ ଘରେ ଆଜି ସମସ୍ତେ ପାଳୁଛନ୍ତି ରଜ ପର୍ବ । ମହାମାରୀ ଯୋଗୁ ଏଥର ରଜ ମଉଜ ଟିକେ ଫିକା ପଡିଛି । କିନ୍ତୁ ଘରେ ରହିବି ଝିଅମାନେ ଆନନ୍ଦର ସହ ପାଳନ କରୁଛନ୍ତି ରଜ ।

ଘରେ ଘରେ ଜମୁଛି ପିଠାପଣାର ଆସର । ନିଜ ଘର ଅଗଣାରେ ଦୋଳି ଲଗାଇ, ପିଠା ପଣା ଓ ରଜ ପାନ ଖାଇ ପରିବାର ସହ ପାଳନ କରୁଛନ୍ତି ରଜ । କରୋନା ମହାମରୀ ପୂର୍ବ ବର୍ଷ ପରି ଏଥର ବି ରଜ ମଉଜକୁ ଫିକା କରିଛି । ଚଳିତ ବର୍ଷ ଝିଅମାନଙ୍କର ରଜ ଉତ୍ସବକୁ ଗ୍ରହଣ ଲଗାଇଛି ମହାମାରୀ କରୋନା । ଦେଢ଼ମାସ ହେଲା ଦୋକାନ ବଜାରରେ ତାଲା । ଲକଡାଉନ୍ କଟକଣା । ଜୁନ୍ ପ୍ରଥମ ସପ୍ତାହରୁ ଲକଡାଉନ୍ ହଟିଯିବ ବୋଲି ଆଶା ଥିଲା । ମାତ୍ର ବିଡମ୍ବନାର ବିଷୟ ସେମିତି କିଛି ହେଲାନି । କିନ୍ତୁ ସବୁପରେ ବି ରଜ ପାଇଁ ଓଡ଼ିଆଙ୍କ ମନରେ ଥିବା ଉତ୍ସାହ କମିନି । ଘରେ ରହି ସତର୍କତାର ସହ ଆମେ ଆମ ସଂସ୍କୃତି ଓ ପରମ୍ପରାକୁ ଜୀବିତ କରିପାରିବା । ଓଡ଼ିଶାର ଏହି ଗଣପର୍ବ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରଜ ପର୍ବ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା