Before Header

ଆଜି ପହିଲି ରଜ, କରୋନା ପାଇଁ ଘରେ ଘରେ ଜମୁଛି ଆସର

0 59

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ପହିଲି ରଜ । ରଜ ଆସିଲା ମାତ୍ରେ ଚଳଚଞ୍ଚଳ ହୋଇ ଉଠିଥାଏ ଗାଁ ରୁ ସହର । ତା ସହ ମହମହ ପିଠାର ବାସ୍ନା । କେଉଁଠୁ ନଡିଆ-ଗୁଡ ମିଶା ପୁରର ବାସ୍ନା ତ ଆଉ କେଉଁଠି ଘିଅ କଡେଇରେ ପଡିଥିବା ଆରିସାର ବାସ୍ନା । ଧନୀ ହେଉ କି ଗରିବ ସମସ୍ତଙ୍କ ଘରେ ଜମିଥାଏ ଭଳିକି ଭଳି ପିଠାର ଆସର | ଗାଁ ଠୁ ସହର, ପଲ୍ଲୀରୁ ଦିଲ୍ଲୀ ସବୁଠି ଉତ୍ସବର ମାହୋଲ୍ । ଘରେ ଘରେ ଆଜି ସମସ୍ତେ ପାଳୁଛନ୍ତି ରଜ ପର୍ବ । ମହାମାରୀ ଯୋଗୁ ଏଥର ରଜ ମଉଜ ଟିକେ ଫିକା ପଡିଛି । କିନ୍ତୁ ଘରେ ରହିବି ଝିଅମାନେ ଆନନ୍ଦର ସହ ପାଳନ କରୁଛନ୍ତି ରଜ ।

ଘରେ ଘରେ ଜମୁଛି ପିଠାପଣାର ଆସର । ନିଜ ଘର ଅଗଣାରେ ଦୋଳି ଲଗାଇ, ପିଠା ପଣା ଓ ରଜ ପାନ ଖାଇ ପରିବାର ସହ ପାଳନ କରୁଛନ୍ତି ରଜ । କରୋନା ମହାମରୀ ପୂର୍ବ ବର୍ଷ ପରି ଏଥର ବି ରଜ ମଉଜକୁ ଫିକା କରିଛି । ଚଳିତ ବର୍ଷ ଝିଅମାନଙ୍କର ରଜ ଉତ୍ସବକୁ ଗ୍ରହଣ ଲଗାଇଛି ମହାମାରୀ କରୋନା । ଦେଢ଼ମାସ ହେଲା ଦୋକାନ ବଜାରରେ ତାଲା । ଲକଡାଉନ୍ କଟକଣା । ଜୁନ୍ ପ୍ରଥମ ସପ୍ତାହରୁ ଲକଡାଉନ୍ ହଟିଯିବ ବୋଲି ଆଶା ଥିଲା । ମାତ୍ର ବିଡମ୍ବନାର ବିଷୟ ସେମିତି କିଛି ହେଲାନି । କିନ୍ତୁ ସବୁପରେ ବି ରଜ ପାଇଁ ଓଡ଼ିଆଙ୍କ ମନରେ ଥିବା ଉତ୍ସାହ କମିନି । ଘରେ ରହି ସତର୍କତାର ସହ ଆମେ ଆମ ସଂସ୍କୃତି ଓ ପରମ୍ପରାକୁ ଜୀବିତ କରିପାରିବା । ଓଡ଼ିଶାର ଏହି ଗଣପର୍ବ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରଜ ପର୍ବ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Leave A Reply

Your email address will not be published.