Masthead

ସରପଞ୍ଚ ଥିଲେ କେନ୍ଦ୍ରମନ୍ତ୍ରୀ ହେଲେ

ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ): ସରପଞ୍ଚଥିଲେ କେନ୍ଦ୍ରମନ୍ତ୍ରୀ ହେଲେ । ଏ କଥା ଆପଣଙ୍କୁ ବିଶ୍ଵାସ ହେଉନଥିବ । ହେଲେ ଏହାକୁ ସତ କରି ଦେଖାଇଛନ୍ତି ମହାରାଷ୍ଟ୍ରର ନେତା କପିଲ ପାଟିଲ । ଆଜି ସେ ମୋଦୀ ମନ୍ତ୍ରୀମଣ୍ଡଳରେ ସାମିଲ ହେବା ସହିତ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

କପିଲ ପାଟିଲ ହେଉଛନ୍ତି ମହାରାଷ୍ଟ୍ରର ଜଣେ ଆଗଧାଡିର ନେତା । ସେ ୧୯୮୮ ମସିହାରୁ ୧୯୯୨ ମସିହା ପର୍ୟ୍ୟନ୍ତ ଡିଭେ-ଅଞ୍ଜୁର ଗ୍ରାମପଞ୍ଚାୟତର ସରପଞ୍ଚ ଭାବେ କାର୍ୟ୍ୟ କରୁଥିଲେ । ଏହାପରେ ରାଜନୀତିରେ ସେ ଆଗକୁ ବଢିଥିଲେ । ସେ ଥାନେ ଜିଲ୍ଲା କୋପରେଟିଭ ବ୍ୟାଙ୍କର ଚେୟାରମ୍ୟାନ୍ ଏବଂ ପରେ ପରେ ୧୯୯୨ ମସିହାରୁ ୧୯୯୬ ମସିହା ପର୍ୟ୍ୟନ୍ତ ଭିୱାଣ୍ଡି ପଞ୍ଚାୟତ ସମିତିର ସଦସ୍ୟ ଏବଂ ପରେ ଏହାର ସଭାପତି ହୋଇଥିଲେ । ଏହାପରେ ରାଜନୀତିର ଶିଡି ଚଢିବା ସହିତ ସେ କଂଗ୍ରେସକୁ ମାତ୍ ଦେଇ ବିଜେପିରେ ସାମିଲ ହୋଇଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ସେ ବିଜେପି ଟିକେଟରୁ ଲଢିବା ସହିତ ଆଜି କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତେବେ ସରପଞ୍ଚରୁ ଜଣେ ନେତା କେନ୍ଦ୍ରମନ୍ତ୍ରୀ ହେବା ଏବେ ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ