Masthead

୩ ବର୍ଷ ହେଲା ସରୁନି ରାସ୍ତା ନିର୍ମାଣ

ଝାରସୁଗୁଡ଼ା (ବଡ଼ ଖବର ବ୍ୟୁରୋ): ଝାରସୁଗୁଡ଼ା ମୁଖ୍ୟ ହସ୍ପିଟାଲ ରାସ୍ତାର ଅବସ୍ଥାକୁ ନେଇ ସାରା ଜିଲ୍ଲାରେ ଅସନ୍ତୋଷ ଉଗ୍ର ରୂପ ନେବାକୁ ଯାଉଛି। ଦୁଇ ଘଣ୍ଟା ବର୍ଷାରେ ରାସ୍ତାର ଅବସ୍ଥା ହେଲା ବେହାଲ୍ । ସେଥିପାଇଁ ରାସ୍ତା ନିର୍ମାଣ ଦାବୀରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିବା ସହ ଦୀର୍ଘ ସମୟ ପର୍ଯ୍ୟନ୍ତ ଘେରିଲେ ପୁର୍ତ୍ତ ନିର୍ବାହୀ ଯନ୍ତ୍ରୀଙ୍କୁ । ଏହି ରାସ୍ତା ୧୦ ନମ୍ବର ରାଜ୍ୟ ରାଜପଥ ଓ ୪୯ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା ବେଳେ ଏହା ଝାରସୁଗୁଡ଼ା ସହରର ବାଇପାସ୍ ରାସ୍ତା ଅଟେ। ଫଳରେ ଏହି ରାସ୍ତାରେ ଦୈନିକ ହଜାର ହଜାର ଭାରିଯାନ ଚଳାଚଳ କରିଥାଏ। ବିଭିନ୍ନ ଶିଳ୍ପ କାରଖାନା, ଖଣି ତଥା ଅନ୍ୟ ରାଜ୍ୟକୁ ଏହି ରାସ୍ତାରେ ପରିବହନ ସାମଗ୍ରୀ ଯାଇଥାଏ।

ହଜାର ହଜାର କୋଇଲା ଟ୍ରକଠାରୁ ଆରମ୍ଭ କରି, କାରଖାନାରୁ ନିର୍ଗତ ପାଉଁଶ, କାରଖାନା ଯନ୍ତ୍ରାଂଶ, ଉତ୍ପାଦନ ସାମଗ୍ରୀ ଟ୍ରକ ଯୋଗେ ଯାଇଥାଏ । ଗୋଟିଏ ପଟେ ରାସ୍ତା ନିର୍ମାଣ ହେଉଥିବା ବେଳେ ହେବି ଟ୍ରାଫିକ୍ ସାଧାରଣ ଲୋକଙ୍କ ଯାତାୟତରେ ଘୋର ସମସ୍ୟା ସୃଷ୍ଟି କରୁଛି। ସମାନ୍ୟ ବର୍ଷା ହେବାରୁ ଏହି ରାସ୍ତାଦେଇ ବ୍ଲାକ ଡାଇମଣ୍ଡ ଇଞ୍ଜିନିୟରିଂ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ,ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟକୁ ରୋଗୀ,ଛାତ୍ରଛାତ୍ରୀଙ୍କ ସହ ସରକାରୀ କର୍ମଚାରୀଙ୍କୁ ଯିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ ।ଫଳରେ ସ୍ଥାନୀୟ କିଛି ବୁଦ୍ଧିଜିବୀ ଆସି ପ୍ରାୟ ୪ ଘଣ୍ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରି ତୁରନ୍ତ ରାସ୍ତା ନିର୍ମାଣ ପାଇଁ ଦାବୀ କରିଥିଲେ ।

ରାତିରେ ସେହି ରାସ୍ତାରେ ବାଇକ ଆରୋହୀ ଗଲେ ଦୁର୍ଘଟଣାର ଶିକାର ହେବାର ଆଶଙ୍କ ମଧ୍ୟ ରହିଛି ।ରାସ୍ତାରେ ହଜାର ହଜାର ଭାରୀଯାନ ଚଳାଚଳ କରୁଥିବାରୁ ଅନେକ ଟ୍ରାଫିକ୍ ସମସ୍ୟା ଲାଗି ରହିଛି। ଅନ୍ୟପକ୍ଷରେ ଦୀର୍ଘସମୟ ରାସ୍ତା ଅବରୋଧ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ସଂଖ୍ୟାରେ ଭାରି ଯାନ ଅଟକି ଟ୍ରାଫିକ ସମସ୍ୟା ସୃଷ୍ଟି କରିବାରୁ ଆନ୍ଦୋଳନକାରୀଙ୍କ ସହ ଆଲୋଚନା ପାଇଁ ଉପ-ଜିଲ୍ଲାପାଳ, ପୁର୍ତ୍ତ ନିର୍ବାହୀଯନ୍ତ୍ରୀ, ଏସଡିପିଓଙ୍କ ସହ ଝାରସୁଗୁଡା ଥାନାଧିକାରୀ ପହଞ୍ଚି ତୁରନ୍ତ ରାସ୍ତା ମରାମତି କାମ ଆରମ୍ଭ ପାଇଁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।ସମୁଦାୟ ୩୭ କୋଟି ଟଙ୍କା ବ୍ୟୟ ଅଟକଳରେ ରାସ୍ତାର ନିର୍ମାଣ କାର୍ୟ୍ୟ ହାତକୁ ନେଇଛି ପୁର୍ତ୍ତ ବିଭଗ । ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି