Masthead

ହୃତଘାତରେ ଟଳି ପଡିଲେ ଓଡ଼ିଆ ଯବାନ

କନ୍ଧମାଳ(ବଡ଼ ଖବର ବ୍ୟୁରୋ): ଡ୍ୟୁଟି ସମୟରେ ହୃତଘାତରେ ଜଣେ ଓଡ଼ିଆ ଯବାନଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତ ଯବାନ ଜଣକ ହେଲେ କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନା ଅଧିନସ୍ଥ ଆଡାସିକୁପା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଗାରାମା ଗ୍ରାମର ୩୫ବର୍ଷୀୟ ସଞ୍ଜୟ ପ୍ରଧାନ। ମୃତକ ସଞ୍ଜୟ ପ୍ରଧାନ ଗତ ୨୦୦୭ ମସିହାରେ ସେନାରେ ଯୋଗଦେଇ ୪୪ଆର୍ ଆର୍ ବାଟାଲିୟନରେ କାର୍ଯ୍ୟରତ ଥିଲେ ।

ବର୍ତ୍ତମାନ ସମୟରେ ସେ ଜାମୁକାଶ୍ମୀରର ଶ୍ରୀନଗରରେ କାର୍ଯ୍ୟରତ ଥିଲେ । ଆଜକୁ ୧୪ ବର୍ଷ ତଳେ ଅର୍ଥାତ ୨୦୦୭ ମସିହାରେ ସେନାରେ ଯୋଗ ଦେଇଥିଲେ ସଞ୍ଜୟ ପ୍ରଧାନ। ଆଜି ଜବାନ ସଞ୍ଜୟଙ୍କ ମରଶରୀର ନିଜ ଜନ୍ମମାଟି ବାଗାରାମା ଗ୍ରାମରେ ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଯବାନଙ୍କ ମୃତ୍ୟୁକୁ ନେଇ ବାଗାରାମା ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଦେଶପାଇଁ ନିଜକୁ ସମର୍ପିତ କରି ସେନାରେ ଯୋଗ ଦେଇଥିଲେ ସଞ୍ଜୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼