ହୃତଘାତରେ ଟଳି ପଡିଲେ ଓଡ଼ିଆ ଯବାନ

କନ୍ଧମାଳ(ବଡ଼ ଖବର ବ୍ୟୁରୋ): ଡ୍ୟୁଟି ସମୟରେ ହୃତଘାତରେ ଜଣେ ଓଡ଼ିଆ ଯବାନଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତ ଯବାନ ଜଣକ ହେଲେ କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନା ଅଧିନସ୍ଥ ଆଡାସିକୁପା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଗାରାମା ଗ୍ରାମର ୩୫ବର୍ଷୀୟ ସଞ୍ଜୟ ପ୍ରଧାନ। ମୃତକ ସଞ୍ଜୟ ପ୍ରଧାନ ଗତ ୨୦୦୭ ମସିହାରେ ସେନାରେ ଯୋଗଦେଇ ୪୪ଆର୍ ଆର୍ ବାଟାଲିୟନରେ କାର୍ଯ୍ୟରତ ଥିଲେ ।

ବର୍ତ୍ତମାନ ସମୟରେ ସେ ଜାମୁକାଶ୍ମୀରର ଶ୍ରୀନଗରରେ କାର୍ଯ୍ୟରତ ଥିଲେ । ଆଜକୁ ୧୪ ବର୍ଷ ତଳେ ଅର୍ଥାତ ୨୦୦୭ ମସିହାରେ ସେନାରେ ଯୋଗ ଦେଇଥିଲେ ସଞ୍ଜୟ ପ୍ରଧାନ। ଆଜି ଜବାନ ସଞ୍ଜୟଙ୍କ ମରଶରୀର ନିଜ ଜନ୍ମମାଟି ବାଗାରାମା ଗ୍ରାମରେ ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଯବାନଙ୍କ ମୃତ୍ୟୁକୁ ନେଇ ବାଗାରାମା ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଦେଶପାଇଁ ନିଜକୁ ସମର୍ପିତ କରି ସେନାରେ ଯୋଗ ଦେଇଥିଲେ ସଞ୍ଜୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ