Masthead

ସୀମାରେ ଭାରତ ସଜାଗ, ଚିନ୍ତାରେ ଡ୍ରାଗନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଗଲୱାନ ଘାଟିରେ ହୋଇଥିବା ରକ୍ତ ସଙ୍ଘର୍ଷକୁ ବର୍ଷେ ପୁରିଛି । ଚୀନ ସୈନିକଙ୍କ ସହ ହୋଇଥିବା ରକ୍ତ ସଙ୍ଘର୍ଷରେ ୨୦ ଜଣ ଭାରତୀୟ ସେନା ଶହୀଦ ହୋଇଥିଲେ। ଏହି ଘଟଣା ପରେ ସମ୍ପୂର୍ଣ୍ଣ ଲଦ୍ଦାଖରେ ଭାରତୀୟ ସେନା ତାର ସ୍ଥିତି ମଜବୁତ କରିଛି। ଯୋଗାଯୋଗ ସୁଦୃଢ କରିବା ପାଇଁ ଭିତ୍ତିଭୂମି ନିର୍ମାଣ ଏବଂ ଚୀନ ସୈନିକଙ୍କ ସହ ମୁକାବିଲା କରିବା ପାଇଁ ସୈନିକଙ୍କୁ ନିୟୋଜିତ କରାଯାଇଛି। ସ୍ଥଳ ସେନା, ବାୟୁ ସେନ ସହ ସଶସ୍ତ୍ର ବାହିନୀକୁ ସବୁ ସ୍ତରରେ ସୁଦୃଢ କରାଯାଇଛି। ସରକରୀ ଅଧିକାରୀଙ୍କ କହିବା ଅନୁଯାୟୀ, ଲଦ୍ଦାଖରେ ଚୀନ ସୈନିକଙ୍କ ଆକ୍ରମଣର ମୁକାବିଲା କରିବା ପାଇଁ ଭାରତୀୟ ସେନା ଏବେ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ।

ଯୋଗାଯୋଗ କରିବା ପାଇଁ ସଡକ ମଧ୍ୟ ନିର୍ମାଣ କରାଯାଇଛି। ଜୋଜିଲା ଦରା, ଓମଲିଙ୍ଗ ଲା, ମାର୍ସମିକ ଲା, ଖାରଦୁଙ୍ଗ ଲା ସଡ଼କ ଗୁଡିକୁ ସୈନିକଙ୍କ ଯିବା ଆସିବା କରିବା ପାଇଁ ବର୍ଷ ସାରା ଖୋଲା ରଖାଯାଇଛି। ଭାରତୀୟ ସେନା ଲଦ୍ଦାଖ ସହ ଏଲଏସିରେ ସୈନ୍ୟ ଶକ୍ତି ସୁଦୃଢ କରିଛି। ଚୀନ ସେନା ସହ ମୁକାବିଲା କରିବା ପାଇଁ ଏକ ଅତିରିକ୍ତ ଷ୍ଟ୍ରାଇକ୍ କୋରକୁ ନିୟୋଜିତ କରାଯାଇଛି। ଭରତୀୟ ସେନା ପ୍ରତି ଦୁଇ ମାସରେ ନୁଆ ରାଫେଲ ଯୁଦ୍ଧ ବିମାନ ପାଇଁ ନିଜର ସୈନବଳ ଆହୁରି ସୁଦୃଢ କରୁଛି । ତାଛଡା ରାଫେଲ ସହ ମିଗ୍-୨୯ ଓ ସୁଖୋଇ-୩୦ ସାମୀରେ ନିୟୋଜିତ ଅଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସୈନିକଙ୍କ ଆବାସ ପାଇଁ ଇଞ୍ଜିନିୟରମାନେ ଆସନ୍ତା ୫ ବର୍ଷ ପାଇଁ ସମସ୍ତ ସୁବିଧା ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼