Masthead

ଭାରତରେ ଆଇନଗତ ସୁରକ୍ଷା ହରାଇଲା ଟ୍ୱିଟର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତରେ ଦିନକୁ ଦିନ ଟ୍ୱିଟର ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି । ଭାରତ ସରକାର ଆଣିଥିବା ନୂଆ ଆଇଟି ନୀତିକୁ ପାଳନ ନକରିବା କମ୍ପାନୀ ପାଇଁ ମହଙ୍ଗା ପଡ଼ିଛି । ଯେଉଁଥିପାଇଁ ଭାରତରେ ଟ୍ୱିଟରକୁ ମିଳୁଥିବା ଆଇନଗତ ସୁରକ୍ଷା କମ୍ପାନୀକୁ ହରାଇବାକୁ ପଡ଼ିଛି । ଟ୍ୱିଟରରେ ଯଦି କୌଣସି ଲୋକ ଅପରାଧିକ, ବିଭ୍ରାନ୍ତିକର କିମ୍ବା ଉତ୍ତେଜନା ମୂଳକ ବୟାନ ପୋଷ୍ଟ କରନ୍ତି ତେବେ କମ୍ପାନୀର ବରିଷ୍ଠ ଅଧିକାରୀ ମାନଙ୍କୁ ବିଭିନ୍ନ ଦଫାରେ ପୋଲିସ ଜେରା କରିପାରିବ । ତେବେ ଏପରି ହେବାଦ୍ୱାରା ଆମେରିକାର ଏକମାତ୍ର କମ୍ପାନୀ ଭାବେ ଟ୍ୱିଟର ଭାରତରେ ଆଇନଗତ ଅଧିକାର ହରାଇଥିବା ଜଣା ପଡ଼ିଛି । ଅନ୍ୟ ସମସ୍ତ ବିଦେଶୀ କମ୍ପାନୀ ଗୁଡ଼ିକୁ ଆଇଟି ଆକ୍ଟ ସେକସନ ୭୯ ଅନୁସାରେ ଭାରତରେ ଆଇନଗତ ସୁରକ୍ଷା ଯୋଗାଇ ଦିଆଯାଇଥାଏ ।

ଟ୍ୱିଟରକୁ ଛାଡ଼ି ଭାରତରେ ସେବା ଯୋଗାଉଥିବା ଗୁଗୁଲ, ୟୁଟ୍ୟୁବ, ଫେସବୁକ, ଇନଷ୍ଟାଗ୍ରାମ ଓ ହ୍ୱାଟସଆପ ଆଇନଗତ ସୁରକ୍ଷା ପାଉଛନ୍ତି । ତେବେ ନୂଆ ଗାଇଡ଼ଲାଇନ ପାଳନ କରିବାକୁ ଟ୍ୱିଟରକୁ ଅଧିକ ସମୟ ଦିଆଯାଇଥିଲେ ମଧ୍ୟ ଟ୍ୱିଟର ଏହା ପାଳନ କରିବାକୁ ଇଚ୍ଛା ପ୍ରକାଶ କରିନଥିଲା । ଏହି କାରଣ ପାଇଁ ଟ୍ୱିଟର ଭାରତରେ ପାଇଥିବା ଆଇନଗତ ସୁରକ୍ଷା କବଚକୁ ହରାଇଛି। ଏବେ ଥାର୍ଡ ପାର୍ଟିର ଯେକୌଣସି ବେଆଇନ କାର୍ୟ୍ୟ ପାଇଁ ଟ୍ୱିଟର ଆଇପିସିର ବିଭିନ୍ନ ଧାରା ଅନୁଯାୟୀ ତଦନ୍ତ ପରିସର ଭୁକ୍ତ ହେବ। ଅନ୍ୟପକ୍ଷରେ ନୂତନ ଆଇଟି ନିୟମ ପାଳନ ନ କରି ଟ୍ୱିଟର ତାଦର ଆଇନଗତ ସୁରକ୍ଷା ହରାଇଥିବାରୁ ଅବଦୁଲ ସମାଦ ମାମଲାରେ କମ୍ପାନୀ ବିରୋଧରେ କାର୍ୟ୍ୟାନୁଷ୍ଠାନ ହୋଇପାରେ।

ଅବଦୁଲ ସାମଦଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତେବେ ଏହା ନକଲି ଥିଲା ବୋଲି କୁହାଯାଉଛି। କିନ୍ତୁ ଟ୍ୱିଟର ଏହାକୁ ମ୍ୟାନୁପଲେଟ୍‌ ଟ୍ୟାଗ ଦେଇ ନଥିବାରୁ ସଂସ୍ଥା ବିରୋଧରେ ଏଫଆଇଆର କରାଯାଇଛି। ଗାଜିଆବାଦର ଲୋନି ପୁଲିସ ଧାର୍ମିକ ଭାବନାକୁ ଆଘାତ ପହଞ୍ଚଇବା ଘଟଣାରେ ଟ୍ୱିଟର ସମେତ ୯ ଜଣ ବିରୋଧରେ ମାମଲା ରୁଜୁ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସ୍ୱାଧୀନତା ଦିବସରେ ଗାନ କରାଯିବ ‘ବନ୍ଦେ ମାତରମ୍‌’ 🔴 ରାଜ୍ୟର ଯୁବପିଢିଙ୍କ ପାଇଁ ଖୁସି ଖବର,୧୩୨୬ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ 🔴 ସୁଧାଂଶୁଙ୍କୁ ପଛରେ ପକାଇବେ ଏହି ଆଇପିଏସ୍ 🔴 ଝାଡ଼ଖଣ୍ଡରେ ଛାତ୍ର ରଣହୁଙ୍କାର, ବିଧାନସଭା ନିକଟରେ ହଙ୍ଗାମା 🔴 ହର ହର ମହାଦେବ ଧ୍ୱନିରେ ମୁଖରିତ ଲିଙ୍ଗରାଜ ମନ୍ଦିର, ଭକ୍ତଙ୍କ ଅସମ୍ଭାଳ ସମାଗମ 🔴 ନାଳରେ ଭାସିଗଲେ ଦୁଇ କାଉଡ଼ିଆ 🔴 ୧୧ ଜିଲ୍ଲାରେ ପ୍ରବଳ ବର୍ଷା! 🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍ 🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା 🔴 ସ୍ୱାଧୀନତା ଦିବସରେ ଗାନ କରାଯିବ ‘ବନ୍ଦେ ମାତରମ୍‌’ 🔴 ରାଜ୍ୟର ଯୁବପିଢିଙ୍କ ପାଇଁ ଖୁସି ଖବର,୧୩୨୬ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ 🔴 ସୁଧାଂଶୁଙ୍କୁ ପଛରେ ପକାଇବେ ଏହି ଆଇପିଏସ୍ 🔴 ଝାଡ଼ଖଣ୍ଡରେ ଛାତ୍ର ରଣହୁଙ୍କାର, ବିଧାନସଭା ନିକଟରେ ହଙ୍ଗାମା 🔴 ହର ହର ମହାଦେବ ଧ୍ୱନିରେ ମୁଖରିତ ଲିଙ୍ଗରାଜ ମନ୍ଦିର, ଭକ୍ତଙ୍କ ଅସମ୍ଭାଳ ସମାଗମ 🔴 ନାଳରେ ଭାସିଗଲେ ଦୁଇ କାଉଡ଼ିଆ 🔴 ୧୧ ଜିଲ୍ଲାରେ ପ୍ରବଳ ବର୍ଷା! 🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍ 🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା