Masthead

ଛିଡ଼ୁନି ଯୁକ୍ତ ଦୁଇ ମୂଲ୍ୟାୟନ ଦ୍ୱନ୍ଦ୍ୱ, ଆଜି ପୁଣି ବସିପାରେ ବୈଠକ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଯୁକ୍ତ ୨ ପରୀକ୍ଷା ମୂଲ୍ୟାୟନକୁ ନେଇ ଲାଗିରହିଛି ଦ୍ୱନ୍ଦ୍ୱ । ଆଜି ପୁଣି ବସିପାରେ ବୈଠକ । ବିକଳ୍ପ ମୂଲ୍ୟାୟନ ପ୍ରକ୍ରିୟା ପାଇଁ ୧୪ ଜଣିଆ ବିଶେଷଜ୍ଞ କମିଟି ଗଠନ କରିଥିଲା ପରିଷଦ। ତେବେ ଏହି କମିଟି ପକ୍ଷରୁ ବୁଧବାର ମୂଲ୍ୟାୟନକୁ ନେଇ ବୈଠକ ହୋଇଥିବାବେଳେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରିନି। କମିଟି ପକ୍ଷରୁ ତଥ୍ୟ ଦାଖଲ ପାଇଁ ସମୟ ନିର୍ଘଣ୍ଟ ହୋଇଥିଲେ ମଧ୍ୟ ସହମତି ପ୍ରକାଶ ପାଇ ନ ଥିବା ଜଣାପଡ଼ିଛି। ୧୦ ଦିନ ମଧ୍ୟରେ କମିଟି ତଥ୍ୟ ଦାଖଲ କରିବାକୁ ଧାର୍ୟ୍ୟ ହୋଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନି।ଅବଧି ଅତିକ୍ରାନ୍ତ କରିଥିବାବେଳେ କମିଟି ପକ୍ଷରୁ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରିନି।

ବିଭିନ୍ନ ଦିଗକୁ ନେଇ ବିଚାର ବିମର୍ଶ କରାଯାଇଥିବା ବେଳେ ଶିକ୍ଷାବିତଙ୍କର ମତ ନିଆଯାଇଛି। ମୁଖ୍ୟତଃ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ମାର୍କ ଆଧାରରେ ଯୁକ୍ତ ଦୁଇ ପାଠ୍ୟକ୍ରମର ମୂଲ୍ୟାୟନ କରାଯିବ। ତେବେ ଯୁକ୍ତ ଦୁଇ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ଓ ପରୀକ୍ଷା ଦେଇ ନ ଥିବା (ଗତବର୍ଷ ଅନୁପସ୍ଥିତ ଥିବା) ବିଦ୍ୟାର୍ଥୀଙ୍କୁ କିଭଳି ମାର୍କ ଦିଆଯିବ ତାକୁ ନେଇ ଆଲୋଚନା କରାଯାଇଛି। ତେବେ ଆଜି ପୁଣି ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ପରୀକ୍ଷାକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୪୪ଟି ତହସିଲରେ ଜମି କିଣାବିକା 🔴 ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟା, ୯ ମୃତ୍ୟୁ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଛାତ୍ରୀଙ୍କୁ ଅସଦାଚରଣ, ଧାରଣାରେ ଛାତ୍ରଛାତ୍ରୀ 🔴 ନଭେମ୍ବରରେ ରାଜ୍ୟରେ ହେବ କମ୍‌ ଶୀତ  🔴 ଆଜିଠୁ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ 🔴 ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ରାଧାରାଣୀ 🔴 SI ପରୀକ୍ଷା କେଳେଙ୍କାରୀ, ଜେଲ୍‌ରୁ ବାହାରିଲେ ୧୧୪ ଆଶାୟୀ 🔴 ୫୧ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ 🔴 କରଞ୍ଜିଆରେ ବାଘ ଆତଙ୍କ 🔴 ୪୪ଟି ତହସିଲରେ ଜମି କିଣାବିକା 🔴 ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟା, ୯ ମୃତ୍ୟୁ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଛାତ୍ରୀଙ୍କୁ ଅସଦାଚରଣ, ଧାରଣାରେ ଛାତ୍ରଛାତ୍ରୀ 🔴 ନଭେମ୍ବରରେ ରାଜ୍ୟରେ ହେବ କମ୍‌ ଶୀତ  🔴 ଆଜିଠୁ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ 🔴 ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ରାଧାରାଣୀ 🔴 SI ପରୀକ୍ଷା କେଳେଙ୍କାରୀ, ଜେଲ୍‌ରୁ ବାହାରିଲେ ୧୧୪ ଆଶାୟୀ 🔴 ୫୧ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ 🔴 କରଞ୍ଜିଆରେ ବାଘ ଆତଙ୍କ