Masthead

ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରସଙ୍ଗ, ରାଜ୍ୟ ସରକାର ବିଳମ୍ବ କରୁଛନ୍ତି କାହିଁକି?

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆସନ୍ତା ୨୧ ତାରିଖରେ ପୁରିବାକୁ ଯାଉଛି ଜାତୀୟ କ୍ରୀଡ଼ା ପୁରସ୍କାର ଆବେଦନର ଶେଷ ତାରିଖ । ତେବେ ଏପର୍ଯ୍ୟନ୍ତ ରାଜ୍ୟ ସରକାର କୌଣସି କ୍ରୀଡ଼ାବିତଙ୍କ ନାମ ସୁପାରିସ କରିନାହାନ୍ତି । ହକିର ୪ଜଣ ଖେଳାଳି ଅର୍ଜୁନ ପୁରସ୍କାର ପାଇଁ ଦାବିଦାରିରେ ରହିଛନ୍ତି । ତେବେ ମହାମାରୀରେ ନିୟମ ଅନୁସାରେ ଯେଉଁ ଖେଳାଳି ନିଜକୁ ଯୋଗ୍ୟ ମନେ କରୁଥିବେ ନିଜ ନାମ ନିଜେ ସୁପାରିସ କରିପାରିବେ । କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ଖେଳାଳି ଏଥିପାଇଁ ନିଜ ନାମ ସୁପାରିସ ନ କରି ହକି ଇଣ୍ଡିଆ ଓ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି । ସେପଟେ ହକି ଇଣ୍ଡିଆ ଓ ହକି ଓଡ଼ିଶା ମଧ୍ୟରେ ବିବାଦ ଏବେ ଚର୍ଚ୍ଚାରେ । ଏହାମଧ୍ୟରେ କୌଣସି ଯୋଗ୍ୟ ଖେଳାଳିଙ୍କ ସ୍ୱାର୍ଥ ଯେପରି ପ୍ରଭାବିତ ନହୁଏ ସେଥିପ୍ରତି ଉଭୟ ହକି ଓଡ଼ିଶା ଓ ରାଜ୍ୟ ସରକାର ଦୃଷ୍ଟି ଦେବା ଦରକାର । ତେବେ ଗତ ୪ବର୍ଷ ହେବ ହକି ଇଣ୍ଡିଆର ପ୍ରଯୋଜକ ରହି ଆସିଛନ୍ତି ରାଜ୍ୟ ସରକାର । ଏହି ୫ବର୍ଷିଆ ଚୁକ୍ତି ପାଇଁ ରାଜ୍ୟ ସରକାର ୧୫୦କୋଟି ଟଙ୍କା ହକି ଇଣ୍ଡିଆକୁ ଦେବେ । ଅର୍ଥାତ ବର୍ଷକୁ ୩୦କୋଟି ଟଙ୍କା ଓଡ଼ିଶାରୁ ହକି ଇଣ୍ଡିଆକୁ ପ୍ରଯୋଜକ ବାବଦରେ ଦିଆଯାଉଛି । ତଥାପି ଏହି ୪ବର୍ଷ ମଧ୍ୟରେ କୌଣସି ଖେଳାଳିଙ୍କ ନାମ ଜାତୀୟ ପୁରସ୍କାର ପାଇଁ ସୁପାରିସ କରିନାହାନ୍ତି ରାଜ୍ୟ ସରକାର । ଯାହା କି ଏକ ବିଡ଼ମ୍ବନାର ବିଷୟ ।

ଓଡ଼ିଶାର ବୀରେନ୍ଦ୍ର ଲାକ୍ରା, ଦୀପଗ୍ରେସ ଏକ୍କା, ଲିଳିମା ମିଞ୍ଜ ଓ ନମିତା ଟପ୍ପୋ । ଏହି ୪ଜଣ ଓଡ଼ିଆ ଖେଳାଳି ଦୀର୍ଘ ଏକ ଦଶନ୍ଧିରୁ ଅଧିକ ସମୟ ଜାତୀୟ ଦଳରେ ଖେଳି ଆସୁଛନ୍ତି । କିନ୍ତୁ ଜାତୀୟ ପୁରସ୍କାର ପାଇଁ ହକି ଇଣ୍ଡିଆ ଏମାନଙ୍କ ଉପରେ ଏପର୍ଯ୍ୟନ୍ତ ଦୃଷ୍ଟି ଦେଇନି । ତେବେ ଏଭଳି ଅନେକ ପ୍ରତିଭାବାନ ଖେଳାଳି ରହିଛନ୍ତି । ସେମାନଙ୍କ ପ୍ରତିଭାନୁସାରେ ରାଜ୍ୟ ସରକାର କେବେ ସେମାନଙ୍କୁ ଜାତୀୟ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ କରିବେ ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି