Masthead

କେରଳମ ଛୁଇଁଲା ମୌସୁମୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବଦଳିଲା ପାଗର ମିଜାଜ୍। କେରଳମ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏଥର ବିଳମ୍ଵରେ ମୌସୁମୀ ବାୟୁ କେରଳ ଛୁଇଁଛି। ମେ ୨୬ରେ କେରଳ ଛୁଇଁବା ନେଇ ଆଇଏମଡି ଆକଳନ କରିଥିଲା। ହେଲେ ୪ ଦିନ ବିଳମ୍ଵରେ ମୌସୁମୀ କେରଳ ଛୁଇଁଛି। କେରଳରେ ଏବେ ବର୍ଷା ଜାରି ରହିଛି। ବିଭିନ୍ନ ଅଲପୁଝା, କୋଟ୍ଟୟମ୍ ଏବଂ ଏର୍ଣ୍ଣାକୁଲମ୍ ଜିଲ୍ଲାକୁ ଆଇଏମଡି ପକ୍ଷରୁ ଅରେଞ୍ଜ୍ ଆଲର୍ଟ ଜାରି କରାଯାଇଛି।

ଏହି ସବୁ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଘଣ୍ଟାପ୍ରତି ପବନର ବେଗ ୪୦ କିଲୋମିଟର ରହିବ ବୋଲି ସତର୍କ ସୂଚନା ଜାରି କରାଯାଇଛି। ସେହିପରି ତିରୁଅନନ୍ତପୁରମ୍, କୋଲ୍ଲମ, ପତନମଥିଟା, ଇଡ୍ଡୁକି, ଏବଂ ତ୍ରିଶୁର ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ମୌସୁମୀ ଆସିବା ପରେ ଭୀଷଣ ଗରମ ଗୁଳୁଗୁଳିରୁ ଆଶ୍ଵସ୍ତି ମିଳିଛି। ପାଣିପାଗ ବିଭାଗ ମଡେଲ୍ ଅନୁଯାୟୀ ଜୁନ୍ ୩୦ ସୁଦ୍ଧା ମୌସୁମୀ ବାୟୁ ସାରା ଦେଶରେ ପହଞ୍ଚିଯାଇଥାଏ। ରାଜଧାନୀ ଦିଲ୍ଲୀରେ ମୌସୁମୀ ଜୁନ ୨୫ ରୁ ୩୦ ଭିତରେ ପହଞ୍ଚେ। ସେହିପରି ଉତ୍ତର ପ୍ରଦେଶ, ଓଡ଼ିଶାରେ ଜୁନ୍ ୧୫ ସୁଦ୍ଧା ମୌସୁମୀ ବାୟୁ ପହଞ୍ଚିଯାଏ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା