କେରଳମ ଛୁଇଁଲା ମୌସୁମୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବଦଳିଲା ପାଗର ମିଜାଜ୍। କେରଳମ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏଥର ବିଳମ୍ଵରେ ମୌସୁମୀ ବାୟୁ କେରଳ ଛୁଇଁଛି। ମେ ୨୬ରେ କେରଳ ଛୁଇଁବା ନେଇ ଆଇଏମଡି ଆକଳନ କରିଥିଲା। ହେଲେ ୪ ଦିନ ବିଳମ୍ଵରେ ମୌସୁମୀ କେରଳ ଛୁଇଁଛି। କେରଳରେ ଏବେ ବର୍ଷା ଜାରି ରହିଛି। ବିଭିନ୍ନ ଅଲପୁଝା, କୋଟ୍ଟୟମ୍ ଏବଂ ଏର୍ଣ୍ଣାକୁଲମ୍ ଜିଲ୍ଲାକୁ ଆଇଏମଡି ପକ୍ଷରୁ ଅରେଞ୍ଜ୍ ଆଲର୍ଟ ଜାରି କରାଯାଇଛି।

ଏହି ସବୁ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଘଣ୍ଟାପ୍ରତି ପବନର ବେଗ ୪୦ କିଲୋମିଟର ରହିବ ବୋଲି ସତର୍କ ସୂଚନା ଜାରି କରାଯାଇଛି। ସେହିପରି ତିରୁଅନନ୍ତପୁରମ୍, କୋଲ୍ଲମ, ପତନମଥିଟା, ଇଡ୍ଡୁକି, ଏବଂ ତ୍ରିଶୁର ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ମୌସୁମୀ ଆସିବା ପରେ ଭୀଷଣ ଗରମ ଗୁଳୁଗୁଳିରୁ ଆଶ୍ଵସ୍ତି ମିଳିଛି। ପାଣିପାଗ ବିଭାଗ ମଡେଲ୍ ଅନୁଯାୟୀ ଜୁନ୍ ୩୦ ସୁଦ୍ଧା ମୌସୁମୀ ବାୟୁ ସାରା ଦେଶରେ ପହଞ୍ଚିଯାଇଥାଏ। ରାଜଧାନୀ ଦିଲ୍ଲୀରେ ମୌସୁମୀ ଜୁନ ୨୫ ରୁ ୩୦ ଭିତରେ ପହଞ୍ଚେ। ସେହିପରି ଉତ୍ତର ପ୍ରଦେଶ, ଓଡ଼ିଶାରେ ଜୁନ୍ ୧୫ ସୁଦ୍ଧା ମୌସୁମୀ ବାୟୁ ପହଞ୍ଚିଯାଏ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!