Masthead

ଡକାୟତି ଯୋଜନା ପଣ୍ଡ କଲା ଟାଉନ ପୋଲିସ, ଡକାୟତ ଗିରଫ ସହ ବହୁ ମାରଣାସ୍ତ୍ର ଜବତ

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ): ବଲାଙ୍ଗିରରେ ଡକାୟତି ଯୋଜନା ପଣ୍ଡ କଲା ଟାଉନ ପୋଲିସ। ୧୦ ଡକାୟତ ଗିରଫ ସହ ବହୁ ମାରଣାସ୍ତ୍ର ଜବତ। ସହର ମଧ୍ୟରେ ଥିବା ସ୍ୱପ୍ନା ଲଜ ନିକଟ ଉପହାର ଗେଲେରି ଦୋକାନ ଉପର ମହଲାରେ ଏକ କୋଠରୀରେ ଏମାନେ ଏକ ବଡ ଡକାୟତି ଯୋଜନା କରୁଥିବା ପୋଲିସ ସୂଚନା ପାଇଥିଲା। ଅତର୍କିତ ଭାବରେ ଗତକାଲି ରାତିରେ ସେଠାରେ ଚଢ଼ାଉ କରିଥିଲା। ୧୦ ଜଣକୁ ଗିରଫ କରିବା ତାଙ୍କଠାରୁ ଲୁହା ପାଇପ, ରଡ଼, ଖଣ୍ଡା, ଟାଙ୍ଗିଆ ଚେନ ଭଳି ଅନେକ ମାରଣାସ୍ତ୍ର ପୋଲିସ ଜବତ କରିଛି। ଏଥିସହ ନଗଦ ପାଞ୍ଚ ହଜାର ଟଙ୍କା ଓ ଆଠଟି ମୋବାଇଲ ଜବତ କରାଯାଇଛି ।

ତେବେ ଗିରଫ ଡକାୟତ ମଧ୍ୟରେ ଆଠ ଜଣ ଯୁବକ ଥିବା ବେଳେ ଦୁଇ ଜଣ ନାବାଳକ ରହିଥିବା ପୋଲିସ ସୂଚନା ଦେଇଛି। ଗିରଫ ଡକାୟତମାନେ ହେଲେ ବଲାଙ୍ଗିର ଗେଟସରୋବର ପଡ଼ାର ସିଲୁ ସେଠ, କଂସାରିପଡ଼ାର ବବ୍ଲୁ ବେହେରା, ରାମେଶ୍ୱରନଗରର ଶିବ ପଟେଲ, ଆକାଶ ରାଓ, ତାଲପାଲିପଡ଼ାର ସିଲୁ ପ୍ରଧାନ, ରାଜୀବନଗରର ଦିଲୁ ବଂଛୋର, ବିଭୁତିପଡ଼ାର ଆକାଶ ରାଉତ ଓ ପ୍ରତାପସାଗରପଡ଼ାର ସୁମନ୍ତ ବରାଡ଼। ସେହିପରି ଏମାନଙ୍କ ଠାରୁ ପୋଲିସ ଏକ ଖଣ୍ଡା, ଲୁହା ରଡ଼, ଲୁହା ପାଇପ, ବଡ ବଡ ହାତୁଡି, ଟାଙ୍ଗିଆ ଚେନ ଇତ୍ୟାଦି ମାରଣାସ୍ତ୍ର ଜବତ ହୋଇଥିବାର ସେ କହିଛନ୍ତି। ଏନେଇ ଟାଉନ ଥାନରେ ମାମଲା ରୁଜୁ କରି ସମସ୍ତଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ସୂଚନା ଦେଇଛନ୍ତି ଏସଡିପିଓ ତୁଫାନ୍ ବାଗ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ