Masthead

ମାସ୍କ ଓ ସାମାଜିକ ଦୂରତା ପିଲାମାନଙ୍କ ପାଇଁ ହୋଇପାରେ ଘାତକ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ମହାମାରୀ ପାଇଁ ରହିଛି ୩ଟି ଗୋଲ୍ଡେନ ରୁଲ । ନିୟମିତ ହାତ ଧୋଇବା, ମାସ୍କ ବ୍ୟବହାର ଓ ସାମାଜିକ ଦୂରତା । ଏହାକୁ ପାଳନ କଲେ କରୋନାକୁ ମାତ ଦେଇ ହେବ ବୋଲି କରୋନା କାଳ ଆରମ୍ଭରୁ କୁହାଯାଉଛି । ଆସୁଥିବା ତୃତୀୟ ଲହର ପିଲାମାନଙ୍କ ପାଇଁ ବିପଦ ଆଣିବା ନେଇ ସତର୍କ କରାଉଛନ୍ତି ବିଶେଷଜ୍ଞ । କିନ୍ତୁ ମାସ୍କ ଓ ସାମାଜିକ ଦୂରତା ପିଲାମାନଙ୍କ ପାଇଁ ଘାତକ ହୋଇପାରେ ବୋଲି ମତ କହିଛନ୍ତି ଇଂଲଣ୍ଡର ବିଶେଷଜ୍ଞ । ଗଲା ୧୫ମାସ ହେଲାଣି ଛୋଟ ପିଲାମାନେ କୌଣସି ଭାଇରାଲ ଭୂତାଣୁ ସହ ଲଢ଼ିନାହାନ୍ତି । ଏହି ଭାଇରାଲ ଭୂତାଣୁ ସିଜନାଲ ଫ୍ଲୁ ସୃଷ୍ଟି କରିଥାଏ। ତେଣୁ ସେମାନଙ୍କ ଶରୀରରେ କୌଣସି ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇପାରୁ ନାହିଁ।

ଏହା ମହାମାରୀର ଦିନ ବିତିଲା ପରେ ସେମାନଙ୍କ ପାଇଁ ଘାତକ ହୋଇପାରେ। ଭାଇରୋଲଜିଷ୍ଟମାନେ ଫୁସଫୁସକୁ ସଂକ୍ରମଣ କରୁଥିବା Respiratory Syncytial Virus  ନେଇ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ଏପରି କି ଏହା ବେଳେବେଳେ ମୃତ୍ୟୁର କାରଣ ମଧ୍ୟ ସାଜିଥାଏ। ବର୍ଷକରୁ କମ ବୟସ୍କଙ୍କ ପିଲାମାନେ ଏହି Respiratory Syncytial Virus ରେ ପୀଡ଼ିତ ହୋଇଥାଆନ୍ତି। ଏମାନଙ୍କ ପାଇଁ କୌଣସି ଟିକା ନଥିବାରୁ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ସେମାନେ କହିଛନ୍ତି, କୋଭିଡ ଆସିବା ପୂର୍ବରୁ ଅନ୍ୟ ଋତୁଭିତ୍ତିକ ଭୂତାଣୁ ତୁଳନାରେ ଆରଏସ୍‌ଭି ଦ୍ୱାରା ପୀଡ଼ିତ ହୋଇ ଛୋଟ ପିଲାମାନେ ଅଧିକାଂଶ ସମୟରେ ହସ୍ପିଟାଲ ଆସୁଥିଲେ। ତେବେ ମାସ୍କ ଓ ସାମାଜିକ ଦୂରତା ମହାମାରୀ ସମୟରେ ପିଲାମାନେ ଏହି ରୋଗ ସଂସ୍ପର୍ଶରେ ଆସି ନାହାନ୍ତି।

କିନ୍ତୁ ସ୍ଥିତି ସ୍ୱାଭାବିକ ହେଲେ Respiratory Syncytial Virus  ଅଧିକ ଘାତକ ସାଜିପାରେ। କାରଣ ମହାମାରୀ ଶେଷ ହେବା ପରେ ମାସ୍କ, ସାମାଜିକ ଦୂରତା ଓ ଅନ୍ୟ କଟକଣା ହଟିଯିବ। ଫଳରେ ପିଲାମାନେ Respiratory Syncytial Virus  ଠସକ୍ସଙ୍କଗ୍ଦ ସଂସ୍ପର୍ଶରେ ପୁଣି ଆସିବେ। ଏହି ସମୟରେ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଇଥିବାରୁ ଆରଏସ୍‌ଭି ଅଧିକ ସାଂଘାତିକ ଅବସ୍ଥା ସୃଷ୍ଟି କରିବାର ଆଶଙ୍କା ରହିଛି। ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେଲେ, ଏହାକୁ ମାତ ଦିଆଯାଇପାରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। Respiratory Syncytial Virus  ରୋଗ ପ୍ରତିରୋଧକ ଶକ୍ତି କମ ରହୁଥିବା ପିଲାଙ୍କୁ ଅଧିକ ଆଟାକ କରେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି