Masthead

ରାଜଧାନୀ ରେ ପୁରୁଷ ବେଶ୍ୟା ବନାମ “ଜିଗୋଲୋ”।

ବଡ଼ ଖବର।
ଭୁବନେଶ୍ୱର, ବ୍ୟୁରୋ ତା ୨୯/୦୯/୨୦୨୦ ରାଜଧାନୀରେ ଜିଗଲୋ (କଲ୍‌ ବୟ) ର଼୍ୟାକେଟକୁ ନେଇ ଏବେ ଖୋଳତାଡ଼ ଆରମ୍ଭ ହୋଇଛି। ଥାନାରେ ଅଭିଯୋଗ କରିଥିବା ହୋଟେଲ ମ୍ୟାନେଜର ଓ ଜିଗଲୋ ହେବାକୁ ଇଚ୍ଛା କରି ଠକେଇର ଶିକାର ହୋଇଥିବା ଯୁବକଙ୍କୁ ପୋଲିସ ପଚରାଉଚରା କରିଛି। ଜିଗଲୋ ର଼୍ୟାକେଟ ନେଇ ନୂଆ ତଥ୍ୟ ମିଳିଥିବାବେଳେ ଏହି ଆଧାରରେ ପୋଲିସ ତଦନ୍ତକୁ ଆଗକୁ ବଢ଼ାଇଛି। ଅନ୍ୟପଟରେ ଏହି ର଼୍ୟାକେଟ କିଭଳି ଚାଲିଛି ସେନେଇ ମୁହଁ ଖୋଲିଛନ୍ତି ଠକାମୀର ଶିକାର ଯୁବକ। କରୋନା ପରିସ୍ଥିତି ପାଇଁ ସେ ଜିଗଲୋ ହେବାକୁ ଇଚ୍ଛା କରିଥିଲେ। ତାଙ୍କ ଭଳି ଅନେକ ଯୁବକ ଓ ଯୁବତୀ ମଧ୍ୟ ଏହି ର଼୍ୟାକେଟରେ ଫସିଥିବା ସେ କହିଛନ୍ତି।
ଭୁବନେଶ୍ୱରରେ ଜିଗଲୋ ର଼୍ୟାକେଟ। ଜଣେ ଯୁବକ କିପରି ଜିଗଲୋ ହେବାକୁ ଇଚ୍ଛାକରି ଠକେଇର ଶିକାର ହୋଇଥିଲେ ସେସମ୍ପର୍କରେ ପୂରା ଘଟଣାକ୍ରମ ବଖାଣିଛନ୍ତି। ସେ କହିଛନ୍ତି, ସେ ଏକ ସଂସ୍ଥାରେ ଚାକିରି କରୁଥିଲେ। କରୋନା ପାଇଁ ଉକ୍ତ ସଂସ୍ଥା ଅଧା ଦରମା ଦେଉଛନ୍ତି। ତେଣୁ ଏହି ଟଙ୍କାରେ ଭୁବନେଶ୍ୱରରେ ରହି ଚଳିବା କଷ୍ଟକର ହୋଇପଡୁଛି। ଏପରି ସମୟରେ କିଛିଦିନ ତଳେ ସେ ଅନ୍‌ଲାଇନ୍‌ରେ ଜିଗଲୋ ନେଇ ଏକ ବିଜ୍ଞାପନ ଦେଖିଥିଲେ। ସେଥିରେ ରହିଥିବା ଫୋନ୍‌ ନମ୍ବରରେ ଯୋଗାଯୋଗ ପରେ ରାତିକୁ ୩୦ ହଜାର ଟଙ୍କା ଦେବେ ରିସିଭ୍‌ କରିଥିବା ବ୍ୟକ୍ତିଜଣ କହିଥିଲେ। ତାଙ୍କ ପରାମର୍ଶ ଅନୁସାରେ ପ୍ରଥମେ ଗୁଗଲ ପେ’ରେ ୨ହଜାର ଟଙ୍କା ଦେଇ ରେଜିଷ୍ଟ୍ରେଶନ କରିଥିଲେ। ଏହାପରେ ତାଙ୍କ ହ୍ବାଟ୍ସଆପକୁ ଏକ ମେମ୍ବର କାର୍ଡ ଆସିଥିଲା। ଏହାପରେ ବ୍ୟକ୍ତିଜଣକ କଲ୍‌ କରି ସୋନିଆ ନାମକ ଜଣେ ମହିଳା ପ୍ରଥମ ଗ୍ରାହକ ହେବେ ଓ ସେ ତୁମ ସହିତ ଯୋଗାଯୋଗ କରିବେ ବୋଲି ଜଣାଇଥିଲେ। ତେଣୁ ନିଶ୍ଚିତ କରିବାକୁ ତାଙ୍କଠାରୁ ପୁଣି ୭ ହଜାର ଟଙ୍କା ନେଇଥିଲେ। ଏହାର କିଛି ସମୟ ପରେ ଜଣେ ମହିଳା ସୋନିଆ ବୋଲି ପରିଚୟ ଦେଇ ଉକ୍ତ ଯୁବକଙ୍କୁ ଫୋନ୍‌ କରି ଲୋକେଶନ୍‌ ପଠାଇଥିଲେ। ସେହି ଅନୁସାରେ ଯୁବକ ଜଣକ କଳ୍ପନାରେ ଥିବା ହୋଟେଲକୁ ଯାଇ ସେଠାରେ ଅପେକ୍ଷା କରିଥିଲେ ମଧ୍ୟ କୌଣସି ମହିଳା ଆସି ନ ଥିଲେ। ତେଣୁ ସେ ଉକ୍ତ ଫୋନ୍‌ କଲ୍‌ କରିବାରୁ ମହିଳା ଜଣକ ସେଫ୍ଟି କିଟ୍‌ ଅଛି କି ନାହିଁ ବୋଲି ପଚାରିଥିଲେ। ହେଲେ ସେଫ୍ଟି କିଟ୍‌ କ’ଣ ସେ ଜାଣି ନ ଥିବାରୁ ତାଙ୍କୁ ତାହାକୁ ଆଣିବାକୁ କହିଥିଲେ। ଏହାପରେ ଯୁବକ ଜଣକ ପ୍ରଥମେ କଥା ହୋଇଥିବା ଯୁବକଙ୍କ ସହ ଯୋଗାଯୋଗ କରିବାରୁ ସେ ସେଫ୍ଟି କିଟ୍‌ ପାଇଁ ୫ହଜାର ଦେବାକୁ ପଡିବ ଓ ସେଥିରେ ସାବୁନ, ତେଲ ସହ ଯୌନ ସୁରକ୍ଷା ସାମଗ୍ରୀ ରହିଥିବା ଜଣାଇଥିଲେ। ଏସବୁ ଶୁଣିବା ପରେ ତାଙ୍କର ସନ୍ଦେହ ହୋଇଥିଲା। ହୋଟେଲର ରିସେପ୍ସନିଷ୍ଟଙ୍କୁ ସୋନିଆ ନାମରେ କେହି ମହିଳା ରୁମ୍‌ ବୁକ୍‌ କରିଥିବା ପଚାରିଥିଲେ। ସେମାନେ ମନା କରିବା ପରେ ହୋଟେଲ ମ୍ୟାନେଜରଙ୍କୁ ସବୁକଥା କହିଥିଲେ। ହୋଟେଲ ମ୍ୟାନେଜର ସବୁକିଛି ଯାଞ୍ଚ ପରେ ତାଙ୍କ ହୋଟେଲ ଫଟୋ ଓ ଠିକଣା ଅନ୍‌ଲାଇନ୍‌ରେ ଦିଆଯାଇଥିବାରୁ ସେ ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍ 🔴 ପାଣି ପାଇଁ ଚିନ୍ତାରେ ପାକିସ୍ତାନ, ଭାରତକୁ ୪ଥର ଲେଖିଲାଣି ଚିଠି 🔴 ପ୍ରଭାତିଙ୍କୁ ସମୀରଙ୍କ ଖୋଲା ଚ୍ୟାଲେଞ୍ଜ 🔴 ପୁଣି ୧୦୦ କେଜି ଲୁଟ୍ ବିସ୍ଫୋରକ ଜବତ 🔴 ୧୨ନୁହେଁ ୨୦ରେ ଆସିବେ ପିଏମ୍! 🔴 ୩ ଦିନ ଯାଏଁ ଭୀଷଣ ଗୁଳୁଗୁଳି 🔴 ଭାରତକୁ ପାକିସ୍ତାନର ୪ଟି ଚିଠି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍ 🔴 ପାଣି ପାଇଁ ଚିନ୍ତାରେ ପାକିସ୍ତାନ, ଭାରତକୁ ୪ଥର ଲେଖିଲାଣି ଚିଠି 🔴 ପ୍ରଭାତିଙ୍କୁ ସମୀରଙ୍କ ଖୋଲା ଚ୍ୟାଲେଞ୍ଜ 🔴 ପୁଣି ୧୦୦ କେଜି ଲୁଟ୍ ବିସ୍ଫୋରକ ଜବତ 🔴 ୧୨ନୁହେଁ ୨୦ରେ ଆସିବେ ପିଏମ୍! 🔴 ୩ ଦିନ ଯାଏଁ ଭୀଷଣ ଗୁଳୁଗୁଳି 🔴 ଭାରତକୁ ପାକିସ୍ତାନର ୪ଟି ଚିଠି