Masthead

ହସ୍ତକ୍ଷେପ କଲେନାହିଁ ହାଇକୋର୍ଟ, କେବଳ ପୁରୀରେ ଗଡ଼ିବ ରଥ

କଟକ(ବଡ଼ ଖବର ବ୍ୟୁରୋ): ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ କୋଣସି ସ୍ଥାନରେ ହେବନି ରଥଯାତ୍ରା । ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟ । ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ପୁରୀରେ ବିନା ଭକ୍ତରେ ହେବ ରଥଯାତ୍ରା । ଜଗନ୍ନାଥ ଧାମ ବ୍ୟତୀତ ଅନ୍ୟ ସ୍ଥାନରେ ଗଡିବନି ରଥ । ରାଜ୍ୟରେ କେବଳ ପୁରୀରେ ହେବ ରଥଯାତ୍ରା । ଆବେଦନ ହୋଇଥିବା ସମସ୍ତ ପିଟିସନକୁ ଖାରଜ କରିଛନ୍ତି ହାଇକୋର୍ଟ । ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟ । ଶ୍ରୀକ୍ଷେତ୍ର ଭଳି ତୁଳସୀ କ୍ଷେତ୍ର କେନ୍ଦ୍ରାପଡା ବଳଦେବ ଜୀଉରେ ରଥଯାତ୍ରା ପାଇଁ ହାଇକୋର୍ଟରେ ଦାଖଲ ହୋଇଥିଲା ୪ଟି ପିଟିସନ୍ ।

ସେହିପରି ଭଟଲିରେ ରଥଯାତ୍ରା ପାଇଁ ରୁଜୁ ହୋଇଥିଲା ଆଉ ଏକ ମାମଲା । ଏହିସବୁ ପିଟିସନର ଏକତ୍ର ଶୁଣାଣି କରିଥିଲେ ହାଇକୋର୍ଟ । ରାଜ୍ୟସରକାର ଜାରି କରିଥିବା ନିର୍ଦ୍ଦେଶନାମାକୁ କାୟମ ରଖିଛନ୍ତି ହାଇକୋର୍ଟ । ରଥ ଟାଣିବା ଦୂରର କଥା । ବଡ଼ଦାଣ୍ଡରେ ମଧ୍ୟ ପାଦ ଥାପିପାରିବେ ନାହିଁ ଭକ୍ତ । ଗତବର୍ଷ ଭଳି ଚଳିତ ବର୍ଷ ବି ରଥଯାତ୍ରା ଉପରେ ରାଜ୍ୟ ସରକାର ଜାରି କରିଛନ୍ତି କଟକଣା। ପୁରୀ ଛଡ଼ା ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା କରାଯାଇପାରିବ ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ସୂଚନା ଦେଇଥିଲେ। କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସାଧାରଣ ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱଦେଇ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ବିନାଭକ୍ତରେ କାଳିଆ ସାଆନ୍ତ ବଡ଼ଦାଣ୍ଡରେ କରିବେ ଲୀଳା । ୯ଦିନ ଗୁଣ୍ଡିଚାମନ୍ଦିରରେ ଲାଗିବ ଗହଳଚହଳ । କିନ୍ତୁ ଭକ୍ତ ଓ ଭଗବାନଙ୍କ ମିଳନ ହେବନି, ଏହାହିଁ ଦୁଃଖ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଆତଙ୍କବାଦ ଶେଷ ଭାରତର ସଂକଳ୍ପ’ 🔴 ୩୨ ପାକିସ୍ତାନୀ ସେନା ନିହତ 🔴 ଡିଭାଇଡରରେ ଧକ୍କା ହୋଇ ଟ୍ରକକୁ ପିଟିଲା କାର୍‌ 🔴 ଦାନା ବାନ୍ଧୁଛି ଲଘୁଚାପ 🔴 ଶୁଭମନ ଗିଲ ଟେଷ୍ଟ ଟିମ କ୍ୟାପଟେନ 🔴 ମୌସୁମୀ…ତମେ କେଉଁଠି ଥିଲ, ଏତେ ଜଲଦି ଆସିଗଲ 🔴 ଏନକାଉଣ୍ଟର ପୂର୍ବରୁ ହାର୍ଡକୋର ମାଓନେତା ବାସବରାଜର ଶେଷ ଚିଠି 🔴 ଯାହାଙ୍କ ସୁରକ୍ଷା ଦାୟିତ୍ବ ତୁଲାଉଛନ୍ତି ତାଙ୍କଠୁ ସମ୍ମାନିତ ହେଉଛନ୍ତି 🔴 ଫରେଷ୍ଟରଙ୍କୁ ଗୁଳି କରି ପହତ୍ୟା 🔴 କାଳବୈଶାଖୀ ପାଇଁ ଆଲର୍ଟ 🔴 ‘ଆତଙ୍କବାଦ ଶେଷ ଭାରତର ସଂକଳ୍ପ’ 🔴 ୩୨ ପାକିସ୍ତାନୀ ସେନା ନିହତ 🔴 ଡିଭାଇଡରରେ ଧକ୍କା ହୋଇ ଟ୍ରକକୁ ପିଟିଲା କାର୍‌ 🔴 ଦାନା ବାନ୍ଧୁଛି ଲଘୁଚାପ 🔴 ଶୁଭମନ ଗିଲ ଟେଷ୍ଟ ଟିମ କ୍ୟାପଟେନ 🔴 ମୌସୁମୀ…ତମେ କେଉଁଠି ଥିଲ, ଏତେ ଜଲଦି ଆସିଗଲ 🔴 ଏନକାଉଣ୍ଟର ପୂର୍ବରୁ ହାର୍ଡକୋର ମାଓନେତା ବାସବରାଜର ଶେଷ ଚିଠି 🔴 ଯାହାଙ୍କ ସୁରକ୍ଷା ଦାୟିତ୍ବ ତୁଲାଉଛନ୍ତି ତାଙ୍କଠୁ ସମ୍ମାନିତ ହେଉଛନ୍ତି 🔴 ଫରେଷ୍ଟରଙ୍କୁ ଗୁଳି କରି ପହତ୍ୟା 🔴 କାଳବୈଶାଖୀ ପାଇଁ ଆଲର୍ଟ