Masthead

ଆସୁଛି ‘କ୍ରିଷ୍-୪’

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ହ୍ରିତିକ ରୋଶନ ତାଙ୍କ ଆଗାମୀ ଫିଲ୍ମକୁ ନେଇ ଫ୍ୟାନ୍ସମାନଙ୍କ ସହ ଏକ ଖୁସି ଖବର ସେୟାର କରିଛନ୍ତି। ସେ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ‘କ୍ରିଷ୍ ୪’ ବିଷୟରେ ଏକ ବଡ଼ ସୂଚନା ଦେଇଛନ୍ତି। ଅଭିନେତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ତାଙ୍କର ଆଗାମୀ ଫିଲ୍ମ ବିଷୟରେ କହି କ୍ୟାପସନରେ ଲେଖିଥିଲେ, ‘ଅତୀତରେ ଯାହା ହେବାକୁ ଥିଲା, ତାହା ହୋଇଗଲା।

୧୩ ସେକେଣ୍ଡର ଭିଡିଓ କ୍ଲିପ୍ରେ ହ୍ରିତିକ୍ ରୋଶନ୍ ଏକ ସୁପରହିରୋ ଅବତାରରେ ନଜର ଆସିଛନ୍ତି । ସେ କ୍ରିଷ୍ -୪ ଏବଂ ଏହାର ନୂଆ ମାସ୍କର ଝଲକ ମଧ୍ୟ ଦେଖାଇଛନ୍ତି।୨୦୧୯ ମସିହାରେ ହ୍ରିତିକ ରୋଶନ ପିଟିଆଇ ସହ ବାର୍ତ୍ତାଳାପରେ କହିଥିଲେ ଫିଲ୍ମ ‘ୱାର’ ପରେ ସେ କ୍ରିଷ୍ ୪ ପାଇଁ ସୁଟିଂ ଆରମ୍ଭ କରିବେ। ତାଙ୍କ ବାପା ରାକେଶ ରୋଶନ କ୍ୟାନ୍ସର ରୋଗରେ ଚିକିତ୍ସିତ ହେଉଥିବାରୁ କାରଣରୁ ଉଭୟ ପ୍ରୋଜେକ୍ଟରେ ଆଗକୁ ବଢି ପାରିନଥିଲେ। ହ୍ରିତିକ ଫିଲ୍ମ ‘କ୍ରିଷ୍’ରେ ସୁପରହିରୋ ଅବତାରରେ ନଜର ଆସିଥିଲେ। ଏହି ଫିଲ୍ମଟି ୨୩ ଜୁନ୍ ୨୦୦୬ ରେ ରିଲିଜ୍ ହୋଇଥିଲା। ହ୍ରିତିକଙ୍କ ସହ ପ୍ରିୟଙ୍କା ଚୋପ୍ରା, ରେଖା, ନାସିରୁଦ୍ଦିନ ଶାହା ମୁଖ୍ୟ ଭୂମିକାରେ ଥିଲେ। ୨୦୧୩ ରେ, କ୍ରିଷ୍ ୩ ହ୍ରିତିକଙ୍କ ସହ କଙ୍ଗନା, ପ୍ରିୟଙ୍କା ଚୋପ୍ରା ଏବଂ ବିବେକଙ୍କୁ ଦେଖିବାକୁ ମିଳିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର