Masthead

ବିଧାନସଭାରେ କାହା ରଣନୀତି ହେବ ସଫଳ? ଲୁଚିଯିବ କି ନବ ହତ୍ୟା ପ୍ରସଙ୍ଗ?

ଭୁବନେଶ୍ୱର( ବଡ଼ ଖବର ବ୍ୟୁରୋ): ଜଣେ ମନ୍ତ୍ରୀଙ୍କୁ ଦିନ ଦ୍ୱିପ୍ରହରରେ ହତ୍ୟା କଲା ପୋଲିସ । ବିରୋଧୀ ଦଳ ନେତା ପୋଲିସ ମୁଥ ମରାମରି । ବିଧାନସଭା ପୂର୍ବରୁ ଏହି ଦୁଇଟି ପ୍ରସଙ୍ଗରେ ଉଠୁୁଛି ପଡ଼ୁଛି ରାଜ୍ୟ । ବିଜେପିର ଫୋକସ ନବ ଦାସଙ୍କ ଉପରେ । ନବଙ୍କ ଉପରୁ ଫୋକସ ଉଠାଇବାକୁ ବିଜେଡିର ପୂରା ଫୋକସ ଜୟଙ୍କ ଉପରେ । ଚୁଲିକୁ ଯାଇସାରିଲାଣି ଚାଉଳ-ଆଇନଶୃଙ୍ଖଳା ଲଢେଇ । ଏବେ ହଟ୍ ଟପିକ୍ ଜୟନାରାୟଣ । ଯେତେବେଳେ ଖୋଦ୍ ବିରୋଧୀ ଦଳ ନେତାଙ୍କୁ ନେଇ ହୋ ହାଲ୍ଲା, ଠିକ୍ ସେତିକିବେଳେ ବିଧାନସଭା ଆରମ୍ଭ ହେଲେ ସ୍ଥିତି କ’ଣ ହେବ ଠିକ୍ ବୁଝିହେଉଛି ।

ସୋମବାର ବସିବ ସର୍ବଦଳୀୟ ବୈଠକ । କେମିତି ଗୃହ ସୁରୁଖୁରରେ ଚାଲିବ ଆଲୋଚନା କରିବେ ବାଚସ୍ପତି । ଏହାପରେ ସବୁଦଳର ବିଧାୟକ ଦଳ ବୈଠକ ବି ବସିବ । ମଙ୍ଗଳବାରରୁ ଲଢେଇ ବିଧାନସଭାରେ ପହଂଚିବ । ଗୃହ କେତେ ଚାଲିବ, କେମିତି ଚାଲିବ ତାକୁ ନେଇ ଚର୍ଚ୍ଚା । ଗୃହ ଭିତରେ ବିରୋଧୀ ଦଳ ନେତାଙ୍କ ସ୍ୱତନ୍ତ୍ର ମର୍ଯ୍ୟାଦା ରହିଛି । ଯେତେବେଳେ ସିଧା ତାଙ୍କୁ ଆଟାକ୍ ହେବ ଆଉ ଏପଟୁ କାଉଂଟର ଆଟାକ୍, ସେତେବେଳେ ଗୃହ ପରିଚାଳନା ସହଜ ହେବନି । ଆଉ ତାହା ଭିତରେ ନବ ଦାସଙ୍କ ହତ୍ୟା ଭଳି ସମ୍ବେଦନଶୀଳ ପ୍ରସଙ୍ଗ ଲୁଚିଯିବ ବୋଲି ଆଶଙ୍କା କରୁଛି ବିଜେପି । ଏହି ପ୍ରସଙ୍ଗରେ କଂଗ୍ରେସ ବି ପ୍ରତିକ୍ରିୟା ରଖିଛି । ଯାହାର ଜବାବ ରଖିଛି ବିଜେଡି । ତେବେ ଏକଥା ଥୟ, ଏଥର ବିଧାନସଭା ବେଶ୍ ସରଗରମ ହେବ । ତେବେ ନବ ଦାସଙ୍କ ହତ୍ୟା ନା ଜୟନାରାୟଣଙ୍କ ପ୍ରସଙ୍ଗ ଭାରି ପଡ଼ିବ ତାହା ଚର୍ଚ୍ଚାର ବିଷୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼