Masthead

୧୫ ବର୍ଷ ପରେ ଭାରତର ରାଷ୍ଟ୍ରପତି ଚଢ଼ିଲେ ଟ୍ରେନ, ଶେଷ ଥର ଚଢ଼ିଥିଲେ ଅବଦୁଲ କଲାମ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଗାଁକୁ ଟ୍ରେନରେ ଗଲେ ରାଷ୍ଟ୍ରପତି । ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ତାଙ୍କ ପତ୍ନୀ ନୂଆଦିଲ୍ଲୀରୁ ଉତ୍ତରପ୍ରଦେଶ କାନପୁରସ୍ଥିତ ଗାଁକୁ ଯାଇଛନ୍ତି । ଏଥିପାଇଁ ଏକ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଥିଲା । ନୂଆଦିଲ୍ଳୀର ସଫଦରଜଙ୍ଗ ରେଳ ଷ୍ଟେସନରୁ ଟ୍ରେନ ଧରିଥିଲେ ରାଷ୍ଟ୍ରପତି । ଟ୍ରେନ ଚଢ଼ିବା ସମୟରେ ରେଳମନ୍ତ୍ରୀ ପୀୟୁଷ ଗୋୟେଲ ଏବଂ ରାଳ ବୋର୍ଡ ଚେୟାରମ୍ୟାନ ତଥା ସିଇଓ ସୁନୀତ ଶର୍ମା ଉପସ୍ଥିତ ଥିଲେ । ତେବେ ସନ୍ଧ୍ୟାରେ ରାଷ୍ଟ୍ରପତି ନିଜ ଗାଁରେ ପହଞ୍ଚିଛନ୍ତି । ଦୀର୍ଘ ୧୫ବର୍ଷ ପରେ କୌଣସି ରାଷ୍ଟ୍ରପତି ଟ୍ରେନରେ ଯାତ୍ରା କରିଛନ୍ତି ।

ଶେଷଥର ପାଇଁ ୨୦୦୬ ମସିହାରେ ଏପିଜେ ଅବଦୁଲ କଲାମ ଦିଲ୍ଲୀରୁ ଡେରାଡୁନ ଏକ ସ୍ୱତନ୍ତ୍ର ଟ୍ରେନରେ ଯାଇଥିଲେ । ତେବେ ରାଷ୍ଟ୍ରପତି ହେବାପରେ କୋବିନ୍ଦ ଆଜି ପ୍ରଥମ ଥର ପାଇଁ ନିଜ ଗାଁ ପାରୁଙ୍ଖକୁ ଗସ୍ତ କରିଛନ୍ତି। ୪ ଦିନିଆ ଗସ୍ତ ଅବସରେ ସେ ତାଙ୍କର ବନ୍ଧୁ ଏବଂ ପରିବାରବର୍ଗଙ୍କୁ ଭେଟିବେ। ଗାଁରୁ ଫେରିବା ପରେ ରାଷ୍ଟ୍ରପତି କାନପୁର ସେଣ୍ଟ୍ରାଲ ରେଲୱେ ଷ୍ଟେସନରୁ ୨୮ ତାରିଖରେ ଲକ୍ଷ୍ନୌ ଅଭି‌ମୁ‌ଖେ ଯିବେ। ସେଠାରେ ଗୋଟିଏ ଦିନ ରହି ୨୯ ତାରିଖରେ ଏକ ସ୍ବତନ୍ତ୍ର ବିମାନରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡ଼ିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା