Masthead

ଜର୍ଜ ଫ୍ଲୟଡଙ୍କ ହତ୍ୟା ମାମଲା, ଦୋଷୀକୁ ୨୨ ବର୍ଷ ୬ମାସ ଜେଲଦଣ୍ଡ

(ବଡ଼ ଖବର ବ୍ୟୁରୋ): ଆମେରିକାର କୃଷ୍ଣକାୟ ନାଗରିକ ଜର୍ଜ ଫ୍ଲୟଡଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ମିନେପଲିସ ପୁଲିସର ଡେରେକ ଚୌଭିନକୁ ଦଣ୍ଡାଦେଶ । ସ୍ଥାନୀୟ କୋର୍ଟ ଏହି ଘଟଣାରେ ତାଙ୍କୁ ୨୨ବର୍ଷ ୬ମାସର ଜେଲ ଦଣ୍ଡ ଶୁଣାଇଛନ୍ତି । ୱାଶିଂଟନର ହେନିପିନ କାଉଣ୍ଟି କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ତେବେ ଏହି ଘଟଣା ପାଇଁ ୩୦ବର୍ଷର ଦଣ୍ଡାଦେଶ ଶୁଣାଇବାକୁ ଦାବି ହୋଇଥିଲା । ଡେରେକଙ୍କ ବିରୋଧରେ ପୂର୍ବରୁ କୌଣସି ଅପରାଧିକ କାର୍ଯ୍ୟକଳାପ ନଥିବାରୁ ତାଙ୍କୁ ୧୦ରୁ ୧୫ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବାକୁ ପରାମର୍ଶ ଦିଆଯାଇଥିଲା । ବିଚାରପତି କିନ୍ତୁ ତାଙ୍କୁ ୨୨ବର୍ଷ ୬ମାସ ଜେଲ ଦଣ୍ଡ ଶୁଣାଇଛନ୍ତି । ଆମେରିକାର ରାଷ୍ଟ୍ରପତି ନିର୍ବାଚନନ ପୂର୍ବରୁ ମିନେପଲିସରେ କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲୟଡଙ୍କୁ ନିଜ ଗୋଡ଼ରେ ଚାପି ଡେରେକ ହତ୍ୟା କରିଥିଲେ ।

ମେ ୨୫, ୨୦୨୦ରେ ଏହି ଘଟଣା ଘଟିଥିଲା । ଏହାପରେ ଏହାକୁ ବିରୋଧ କରି ଶତାଧିକ ଆମେରିକୀୟ ରାଜରାସ୍ତାକୁ ଓହ୍ଲାଇଥିଲେ । ଜର୍ଜ ପ୍ଲୟଡଙ୍କ ଶେଷ ଶବ୍ଦ ‘ଆଇ କାଣ୍ଟ ବ୍ରିଥ’କୁ କ୍ୟାମ୍ପେନ ଆରମ୍ଭ ହୋଇଥିଲା । କେବଳ ଆମେରିକାରେ ନୁହେଁ ସମ୍ପୂର୍ଣ୍ଣ ବିଶ୍ୱରେ ଏହାର ବିରୋଧ କରାଯାଇଥିଲା । ତେବେ ଏହି ଘଟଣା ପରେ ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସତ୍ତାକୁ ମଧ୍ୟ ଦୋହଲାଇଦେଇଥିଲା । ଯାହାର ପରିଣାମ ଡୋନାଲ୍ଡ ଟ୍ରମ୍ପଙ୍କୁ ନିର୍ବାଚନରେ ହାରିବାକୁ ପଡ଼ିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼