Masthead

ଘର ଦେଲେନି ସରକାର, ବ୍ଲକ ସମ୍ମୁଖ ହେଲା ହାଣ୍ଡିଶାଳ

ପାଟଣାଗଡ (ବଡ଼ ଖବର ବ୍ୟୁରୋ) : ଆବାସ ଯୋଜନାରେ ଘର କରିବାକୁ ଆଦେଶ ଦେଲେ । କାର୍ଯ୍ୟାଦେଶ ପରେ ହିତାଧିକାରୀ ଘର ନିର୍ମାଣ କଲେ । କିନ୍ତୁ ଗୋଟିଏ ବି କିସ୍ତି ଟଙ୍କା ପାଇଲେନି  । ଏଭଳି  ଘଟଣାକୁ ନେଇ ପାଟଣାଗଡ ବ୍ଲକ ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗୋଟିଏ ପରିବାର ଅଭିନବ ଉପାୟରେ ରୋଷେଇ ବାସ କରି ଧାରଣାରେ ବସିଛନ୍ତି । ପାଟଣାଗଡ ବ୍ଲକ ଦେଉଲଗାଁ ପଞ୍ଚାୟତ ଅନ୍ତର୍ଗତ ଘୁନଘୁଟିପାଲି ଗ୍ରାମର ସୁନ୍ଦରମଣି ସାହୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ଭାବେ ଚୟନ ହୋଇଥିଲେ ।

ପିଇଓ ଏବଂ ଜିଓଟେଗର ଶୀଘ୍ର ଘର ସାରିବାକୁ କହିଥିଲେ । ସୁନ୍ଦରମଣି ତାଙ୍କ ପୁରୁଣା ଘରକୁ ଭାଙ୍ଗି ଧାର କରଜ କରି ନୂତନ ଘର ନିର୍ମାଣ କଲେ । ଘର କାର୍ଯ୍ୟ ସ୍ଲାପ ଲେବେଲ ପର୍ଯ୍ୟନ୍ତ ତିଆରି ହେଲା ।  ଏଯାଏଁ ଗୋଟିଏ କିସ୍ତି ଟଙ୍କା ମଧ୍ୟ ମିଳିଲାନାହିଁ । କିସ୍ତି ଟଙ୍କା ପାଇଁ ବାରମ୍ବାର ପଞ୍ଚାୟତ ଠୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡି ଦୌଡି ନୟାନ୍ତ ହେଲାପରେ ଶନିବାର ବାଧ୍ୟ ହୋଇ ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପରିବାର ସହ ଧାରଣାରେ ବସିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ