Masthead

‘ମାହେନ୍ଦ୍ର ବେଳା ଗଡ଼ିଯାଉଛି…ଆମକୁ ଆଗ ଛାଡ଼’

ଚୌଦ୍ୱାର (ବଡ଼ ଖବର ବ୍ୟୁରୋ): ମାହେନ୍ଦ୍ର ବେଳା ଗଡ଼ି ଯିବାକୁ ନେଇ ଦୁଇ ପ୍ରାର୍ଥୀଙ୍କ ସମର୍ଥକମାନେ ମୁହାଁମୁହିଁ ହୋଇଛନ୍ତି । କଟକ ଜିଲ୍ଲା ସାଲେପୁର ନିର୍ବାଚନମଣ୍ଡଳି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବେହେରା ଗୁରୁବାର ନାମାଙ୍କନ ପତ୍ର ଦାଖଲ ପାଇଁ ସାଲେପୁର ମାହେଶ୍ୱରୀ ମନ୍ଦିର ଦର୍ଶନ କରି କଟକ ଜିଲ୍ଲାପାଳଙ୍କ ଅଫିସ ଅଭିମୁଖେ ବାହାରିଥିଲେ । କିନ୍ତୁ ସେଠାରେ ପହଞ୍ଚିବା ପୂର୍ବରୁ ସାଲେପୁର ବିଜେପି ପ୍ରାର୍ଥୀ ଅରିନ୍ଦମ ରାୟ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚି ତାଙ୍କ ନାମାଙ୍କନ ଦାଖଲ କରୁଥିଲେ ।

ଆଉ ସେହି ସମୟରେରେ ପ୍ରଶାନ୍ତଙ୍କ ହଜାର ହଜାର ସମର୍ଥକ ଜିଲ୍ଲାପାଳଙ୍କ ଅଫିସ ଭିତରକୁ ଜୋରଜବଦସ୍ତ ପଶିବା ପାଇଁ ଚେଷ୍ଟା କରିଥିଲେ। କାରଣ ପ୍ରଶାନ୍ତଙ୍କ ନାମାଙ୍କନ ପତ୍ର ଦାଖଲ ମହେନ୍ଦ୍ର ବେଳେ ଥିଲା ଗୋଟେ ୫ରେ । ଜଣେ ପ୍ରାର୍ଥୀ ଅଫିସ ଭିତରେ ନାମାଙ୍କନ ପତ୍ର ଦାଖଲ କରୁଥିବାରୁ ପୋଲିସ ପ୍ରଶାନ୍ତଙ୍କୁ ନିର୍ବାଚନ ଅଧିକାରୀଙ୍କ ପାଖକୁ ଛାଡି ନଥିଲେ । ଅନ୍ୟ ଏକ ରୁମରେ ବସାଇ ଥିଲେ। ଏହି ସମୟରେ ପ୍ରଶାନ୍ତଙ୍କ ସମର୍ଥକମାନେ ମାହେନ୍ଦ୍ର ବେଳା ଗଡି ଯାଉଛି ଆମ ପ୍ରାର୍ଥୀଙ୍କୁ ଛାଡ ବୋଲି କହି ଜିଲ୍ଲାପାଳଙ୍କ ଅଫିସ ଭିତରେ ପସି ହେହାଲା କରିବା ସହ ବିଜେପି କର୍ମୀମାନଙ୍କୁ କଟାକ୍ଷ କରିଥିଲେ। ଯାହା ଫଳରେ ଦୁଇ ଦଳର କର୍ମୀ ମୁହାଁମୁହିଁ ହେବାର ଦେଖିବାକୁ ମିଳିଥିଲା।

ସେପଟେ ରାଲି ରେ ଆସିଥିବା କାର୍ ଯୋବ୍ରା ଛକରେ ଦୁର୍ଘଟଣା ଘଟାଇ ଖସିଯିବାକୁ ଚେଷ୍ଟା ଏନେଇ କଟକ ମଙ୍ଗଳାବାଗ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳକୁ ଯାଇ ପ୍ରାଥମିକ ତଦନ୍ତ ପରେ ହିଟ୍ ଆଣ୍ଡ ରନ୍ ମାମଲା ରୁଜୁ କରି ଗାଡି ଚାଳକଙ୍କୁ ନୋଟିସ ଦେଇ ଛାଡ଼ିବା ପରେ ଦୁର୍ଘଟଣା ଘଟାଇଥିବା ଗାଡି ଟିକୁ ପୋଲିସ ଜବତ କରି ଥାନାରେ ରଖିଛି। ବିଜେଡିର ଏପରି କାର୍ଯ୍ୟକଳାପକୁ ସାଧାରଣରେ ଦୃଢ ନିନ୍ଦା କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା