Masthead

ତୃତୀୟ ବିବାହ କରିବାକୁ କହିଲେ ସ୍ୱାମୀ, ସ୍ତ୍ରୀ କାଟିଦେଲେ ଯୌନାଙ୍ଗ

ମୁଜାଫରନଗର(ବଡ଼ ଖବର ବ୍ୟୁରୋ): ଜଣେ ବ୍ୟକ୍ତି ତୃତୀୟ ବିବାହ କରିବାକୁ ଇଚ୍ଛା କରିବାରୁ ଯୌନାଙ୍ଗ କାଟିଲେ ସ୍ତ୍ରୀ । ୟୁପିର ମୁଜାଫରନଗରରେ ଘଟିଛି ଏପରି ଘଟଣା । ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ବ୍ୟକ୍ତି ଜଣକଙ୍କ ନାମ ବକିଲ ଅହମଦ । ସେ ତୃତୀୟ ବିବାହ କରିବାକୁ ଇଚ୍ଛା କରିଥିଲେ । ଏନେଇ ନିଜ ସ୍ତ୍ରୀଙ୍କୁ ମଧ୍ୟ କହିଥିଲେ । ଏହାପରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲେ । ପରେ ଏହି ମାମଲା କୋର୍ଟରେ ମଧ୍ୟ ପହଞ୍ଚିଥିଲା । ଥାନାରେ ସ୍ତ୍ରୀ ହାଜରା ସ୍ୱାମୀଙ୍କ ବିଷୟରେ ସମସ୍ତ କଥା କହିଥିଲେ । ପରେ ଉଭୟ ଘରକୁ ଫେରିଥିଲେ ।

ରାତିରେ ବକିଲ ଶାଇଥିବା ସମୟରେ ରୋଷେଇ ଘରୁ ଏକ ଧାରୁଆ ଛୁରୀ ଆଣି ହାଜରା ତାଙ୍କ ସ୍ୱାମୀଙ୍କ ଲିଙ୍ଗକୁ କାଟି ଦେଇଥିଲେ । ଏହାଦ୍ୱାରା ଅଧିକ ରକ୍ତ ବୋହିବା କାରଣରୁ ବକିଲଙ୍କ ମୃତ୍ୟୁ ହୋଇଥିଲା । ତେବେ ଏହାପରେ ସମ୍ପର୍କୀୟଙ୍କୁ ଡାକି ହାଜରା ଅନ୍ତିମ ସଂସ୍କାର ମଧ୍ୟ କରିଥିଲେ । ତେବେ ସ୍ଥାନୀୟ ଜଣେ ବ୍ୟକ୍ତି ଏ ଖବର ପୋଲିସକୁ ଦେଇଥିଲେ । ପୋଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ହାଜରାଙ୍କୁ ଜେରା କରିଥିଲା । ସେଠାରେ ହାଜରା ଏହା ସ୍ୱୀକାର କରିଛନ୍ତି ଯେ, ତାଙ୍କ ସ୍ୱାମୀ ତୃତୀୟ ବିବାହ କରିବାକୁ କହିବାରୁ ମାନସିକ ଭାରସାମ୍ୟ ହରାଇ ସେ ଏପରି କାର୍ଯ୍ୟ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ