Masthead

ଇଡି ପଞ୍ଝାରେ ଫରେଷ୍ଟଗାର୍ଡ

କଳାହାଣ୍ଡି (ବଡ଼ ଖବର ବ୍ୟୁରୋ): ଆଉ ଜଣେ ସରକାରୀ ଅଧିକାରୀଙ୍କ ଘରେ ପଶିଲା ଇଡି । ସରକାରୀ ଟଙ୍କା ହେରଫେର ଘଟଣାରେ ଚଢାଉ କରିଛି ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ । ଇଡ଼ି ଜାଲରେ କଳାହାଣ୍ଡି ଜୟପାଟଣା ଫରେଷ୍ଟ ରେଞ୍ଜ । ଅଢେଇ କୋଟି ସରକାରୀ ଟଙ୍କା ହେରଫେର ଅଭିଯୋଗରେ ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସରକାରୀ ଟଙ୍କା ଲୁଟ୍‌ ହୋଇଥିବା ତଥ୍ୟ ମିଳିବା ପରେ ଫରେଷ୍ଟ ଗାର୍ଡ ଅଶୋକ ସାହୁଙ୍କ ଘର ସମେତ ଅଫିସ ଓ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି ।

ଜୟପାଟଣା ଫରେଷ୍ଟ ରେଞ୍ଜ ଅଫିସରେ ଇଡି ଅଧିକାରୀ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଛନ୍ତି । ୧୦ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଯାଞ୍ଚ ପରେ ଅନେକ ତଥ୍ୟ ସାମ୍ନାକୁ ଆସିଥିବା ଜଣାପଡ଼ିଛି । ଅଶୋକ ସାହୁ ଥୁଆମୂଳ ରାମପୁର ବ୍ଳକ ମହୁଳପଟଣା ଅଧୀନ ବେଣାଖମାର ବିଟଗାର୍ଡ ଥିଲେ। ତେବେ ସେ ମ୍ୟୁଲ ଆକାଉଣ୍ଟ ବ୍ୟବହାର କରି କୋଟି କୋଟି କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର କରିଥିବା ଜଣାପଡ଼ିଛି ।

ବନ ବିଭାଗର ଅଧିକାରୀ ଗୋଟିଏ ମୋବାଇଲ ନମ୍ବରରେ ୧୨୧ଟି ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରୁଥିଲେ । ଜଙ୍ଗଲ ବିଭାଗର ଅନେକ ଯୋଜନାରେ ଆସିଥିବା ସରକାରୀ ପାଣ୍ଠିରୁ ସେ ଟଙ୍କା ଟ୍ରାନ୍ସଫର କରିଥିବା ଅଭିଯୋଗ ଆସିଛି । ପରବର୍ତ୍ତୀ ସମୟରେ ଏଟିଏମରୁ ସେଇ ଟଙ୍କାକୁ ଉଠାଣ କରାଯାଇଛି। ଜଙ୍ଗଲ ବିଭାଗ ପାଣ୍ଠିରୁ ପ୍ରାୟ ଅଢେଇ କୋଟି ଟଙ୍କାର ହେରଫେର ହୋଇଥିବା ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ