Masthead

ହାଇକୋର୍ଟରେ ଖାଲି ପଡ଼ିଛି ବିଚାରପତି ପଦ

କଟକ (ବଡ଼ ଖବର ବ୍ୟୁରୋ): ହାଇକୋର୍ଟରେ ଖାଲି ପଡ଼ିଛି ବିଚାରପତି ପଦ । ବିଚାରଧିନ ମାମଲା ସଂଖ୍ୟା ରହିଛି ୧ଲକ୍ଷ ୮୨ ହଜାରରୁ ଅଧିକ । ନ୍ୟାସନାଲ ଜୁଡିସିଆଲ ଡାଟା ଗ୍ରିଡର ତଥ୍ୟ ଅନୁସାରେ ଅକ୍ଟୋବର ୧୬ ସୁଦ୍ଧା ଓଡ଼ିଶା ହାଇକୋର୍ଟରେ ୧ଲକ୍ଷ ୮୨ ହଜାର ୬୧୩ ମାମଲା ବିଚାରଧିନ ରହିଛି । ୨୦୨୦ ବର୍ଷ ଆରମ୍ଭରେ ବିଚାରାଧୀନ ମାମଲା ସଂଖ୍ୟା ହାଇକୋର୍ଟରେ ପ୍ରାୟ ଦେଢ ଲକ୍ଷ ଓ ୨୦୨୧ ଆରମ୍ଭରେ ୧ ଲକ୍ଷ ୭୨ ହଜାର ଥିବା ବେଳେ ଏବେ ଏହି ସଂଖ୍ୟା ୧ ଲକ୍ଷ ୮୨ ହଜାର ଅତିକ୍ରମ କରିଛି।

ଏବେ ୩୦ ବର୍ଷରୁ ଅଧିକ ପୁରୁଣା ୮୪୨ଟି ମାମଲା ହାଇକୋର୍ଟରେ ବିଚାରାଧୀନ ରହିଛି। ସେହିଭଳି ଭାବେ ବିଚାରାଧୀନ ମାମଲା ମଧ୍ୟରେ ୨୦ରୁ ୩୦ ବର୍ଷ ପୁରୁଣା ୪ ହଜାର ୩୩୧ଟି, ୧୦ରୁ ୨୦ ବର୍ଷ ପୁରୁଣା ୨୬ ହଜାର ୪୫୬ଟି, ୫ରୁ ୧୦ ବର୍ଷ ପୁରୁଣା ୪୩ ହଜାର ୪୨୧ଟି, ୩ରୁ ୫ ବର୍ଷ ପୁରୁଣା ୨୬ ହଜାର ୮୦ଟି, ୧ରୁ ୩ ବର୍ଷ ପୁରୁଣା ୨୭ ହଜାର ୮୯୦ଟି ମାମଲା ରହିଛି। ବିଚାରାଧୀନ ମାମଲା ମଧ୍ୟରେ ୮୧ ହଜାର ୨୫୨ଟି ରିଟ ପିଟିସନ୍ ରହିଛି।

୨୦୧୯, ଡିସେମ୍ବର ୩୧ ତାରିଖ ସୁଦ୍ଧା ୧ ଲକ୍ଷ ୫୦ ହଜାର ୬୩୭ଟି ମାମଲା ବିଚାରାଧୀନ ଥିଲା। ସେହିଭଳି ଭାବେ ୨୦୨୦, ଶେଷ ସୁଦ୍ଧା(୨୦୨୦, ଡିସେମ୍ବର ୩୧ ତାରିଖ) ସୁଦ୍ଧା ହାଇକୋର୍ଟରେ ୧ ଲକ୍ଷ ୭୨ ହଜାର ୮୮୫ ମାମଲା ବିଚାରାଧୀନ ରହିଥିଲା। କରୋନା ସଂକ୍ରମଣ ଯୋଗୁଁ ୨୦୨୦, ମାର୍ଚ୍ଚ ମାସରୁ କୋର୍ଟ କାର୍ଯ୍ୟ ପ୍ରଭାବିତ ହୋଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା