Masthead

ଜନ୍ମ ମାଟିକୁ ମୁଣ୍ଡିଆ ମାରିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜନ୍ମ ମାଟିରେ ପହଞ୍ଚି ମୁଣ୍ଡିଆ ମାରିଲେ ରାଷ୍ଟ୍ରପତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉତ୍ତରପ୍ରଦେଶ ଗସ୍ତରେ ଯାଇ ନିଜ ଗାଁରେ ପହଞ୍ଚିଛନ୍ତି । କିନ୍ତୁ ରାଷ୍ଟ୍ରପତି ନିଜ ଗାଁରେ ପହଞ୍ଚିବା ବେଳେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି ତାହା ଆପଣଙ୍କୁ ଭାବବିହ୍ୱଳ କରିଦେବ । ଜନ୍ମସ୍ଥାନ ପ୍ରତି ରାଷ୍ଟ୍ରପତିଙ୍କର ଏପରି ଭଲପାଇବାକୁ ଆଜି ପୂରା ଦେଶ ଦେଖିଛି । ଉତ୍ତରପ୍ରଦେଶର ପରୋଁଖ ଗାଁରେ ଆଜି ରାଷ୍ଟ୍ରପତି ପହଞ୍ଚିବା ବେଳେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା । ରାଷ୍ଟ୍ରପତି ନିଜ ଗାଁରେ ପହଞ୍ଚି ହେଲିକପ୍ଟରରୁ ଓହ୍ଲାଇ ଗାଁରେ ପାଦ ଦେବା ମାତ୍ରେ ଗାଁ ମାଟିକୁ ମୁଣ୍ଡିଆ ମାରିବାକୁ ଭୁଲିନଥିଲେ ।

ଗାଁ ମାଟିକୁ ମୁଣ୍ଡରେ ମାରି ନିଜର ଯାତ୍ରା ଆରମ୍ଭ କରିଥିଲେ ରାଷ୍ଟ୍ରପତି । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ମୁଁ ଯେଉଁଠି ବି ରୁହେ, ଗାଁ ପ୍ରତି ଥିବା ଭଲପାଇବା ସବୁବେଳେ ମୋ ହୃଦୟରେ ରହିଛି । ମୋ ପାଇଁ ପରୋଁଖ କେବଳ ଗୋଟିଏ ଗାଁ ନୁହେଁ ବରଂ ଏହା ମୋ ମାତୃଭୂମି। ଏହି ଗାଁରୁ ଯାଇ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ପହଞ୍ଚି ପାରିଛି ।

ଯେଉଁଠି ଦେଶସେବା ପାଇଁ ମୋତେ ପ୍ରେରଣା ମିଳିଛି । ମାତୃଭୂମିରୁ ମିଳିଥିବା ଏହି ପ୍ରେରଣା ମୋତେ ହାଇକୋର୍ଟରୁ ସୁପ୍ରିମକୋର୍ଟ, ସୁପ୍ରିମକୋର୍ଟରୁ ରାଜ୍ୟସଭା, ରାଜ୍ୟସଭାରୁ ରାଜଭବନ, ରାଜଭବନରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ପହଞ୍ଚାଇଛି । ଗାଁର ଜଣେ ସାଧାରଣ ବ୍ୟକ୍ତିକୁ ଦେଶର ସର୍ବୋଚ୍ଚ ପଦରେ ବସିବା ସହ ଦାୟିତ୍ୱ ନିର୍ବାହ କରିବାର ସୌଭାଗ୍ୟ ମିଳିବ ତାହାର କେବେ କଳ୍ପନା କରିନଥିଲି । କିନ୍ତୁ ଆମର ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ଏହା ସମ୍ଭବପର ହୋଇପାରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା