Masthead

କ’ଣ କଲେ ମିଥୁନଙ୍କ ପୁଅ ଓ ସ୍ତ୍ରୀ, ପୋଲିସ ଲଗାଇଛି ସାଘାଂତିକ ଦଫା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡର ପ୍ରସିଦ୍ଧ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ମହାକାଶ ଚକ୍ରବର୍ତ୍ତୀ ଏବେ ଅଢୁଆରେ । କେବଳ ସେ ନୁହଁନ୍ତି ତାଙ୍କ ମାଆ ଯୋଗିତା ବାଲି ମଧ୍ୟ ଅସୁବିଧାରେ ପଡ଼ିଛନ୍ତି। ଏହି ମା-ପୁଅଙ୍କ ବିରୋଧରେ ମୁମ୍ବାଇର ଓସିୱାରା ଥାନାରେ ବଳାତ୍କାର ଓ ଗର୍ଭପାତ ମାମଲା ରୁଜୁ ହୋଇଛି। ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିବା ଜଣେ ଅଭିନେତ୍ରୀ ତଥା ମଡେଲ ଏହି ଅଭିଯୋଗ ଆଣିଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୀଡିତା ତାଙ୍କ ଏଫ୍ଆଇଆରରେ ଲେଖିଛନ୍ତି ସେ(ପୀଡିତା) ଏବଂ ମହାକାଶଙ୍କ ମଧ୍ୟରେ ପ୍ରେମ ଗଡିଉଠିଥିଲା । ୨୦୧୫ରୁ ସେମାନଙ୍କ ମଧ୍ୟରେ ଗଢିଉଠିଥିଲା ସମ୍ପର୍କ । ପରେ, ମହାକାଶ ପୀଡିତାଙ୍କୁ ଘରକୁ ଡାକି ଏକ ମୃଦୁ ପାନୀୟରେ ଔଷଧ ଦେଇଥିଲେ। ଏହି ସମୟରେ ମହାକାଶ ବିନା ଅନୁମତିରେ ପୀଡିତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ । ପରେ ଅନେକ ଥର ସେ ପୀଡ଼ିତାଙ୍କୁ ବିବାହ ବିଷୟରେ କହିଥିଲେ। ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଅନେକ ଥର ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ ମହାକାଶ ।
ଏଫ୍ଆଇଆରରେ ଦର୍ଶାଯାଇଛି ମହାକାଶ ଚକ୍ରବର୍ତ୍ତୀ ପୀଡିତାଙ୍କ ସହିତ ପ୍ରାୟ ୪ବର୍ଷ ପର୍ୟ୍ୟନ୍ତ ଶାରୀରିକ ସମ୍ପର୍କ ରଖିଥିଲେ। ଯେତେବେଳେ ପୀଡିତା ଗର୍ଭବତୀ ହୋଇଥିଲେ, ମହାକାଶ ଗର୍ଭପାତ କରାଇବାକୁ ବାଧ୍ୟ କରିଥିଲେ । ମାତ୍ର ପୀଡିତା ରାଜି ହୋଇନଥିଲେ । ପରେ ମହାକାଶ ଚତୁରତାର ସହିତ ପୀଡ଼ିତାଙ୍କୁ ଔଷଧ ଦେଇ ଗର୍ଭପାତ କରାଇଥିଲେ। ଅନ୍ୟପକ୍ଷରେ ପୀଡିତା କହିଛନ୍ତି ଯେ ତାଙ୍କୁ ଦିଆଯାଇଥିବା ଔଷଧ ଗର୍ଭପାତ ବୋଲି ସେ ଜାଣି ନଥିଲେ।

ମହାକାଶଙ୍କ ମାଆ ଯୋଗିତା ବାଲି ପୀଡ଼ିତାଙ୍କୁ ଧମକ ଦେବା ସହ ଥାନାରୁ ମାମଲା ପ୍ରତ୍ୟାହାର କରିବାକୁ ଚାପ ପକାଇଥିବା ଏଫଆଇଆରରେ ଉଲ୍ଲେଖ କରାଯାଇଛି । ମହାକାଶ ଏବଂ ଯୋଗିତା ବାଲିଙ୍କ ବିରୋଧରେ ପୋଲିସ ୪୧୭ ୫୦୬, ୩୧୩, ୩୭୬ (୨), ୩୨୮, ୩୪ ଧାରାରେ ମାମଲା ରୁଜୁ କରିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା