Masthead

ମନକୁ ପାଉନି ମାଟ୍ରିକ ମାର୍କ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମନକୁ ପାଉନି ମାଟ୍ରିକ ମାର୍କ । ମିଳିଥିବା ମାର୍କରେ ଅସନ୍ତୋଷ ବ୍ୟକ୍ତ କରି ରାସ୍ତାକୁ ଓହ୍ଲାଇଲେ ଅଭିଭାବକ ଓ ଛାତ୍ରଛାତ୍ରୀ । ଆଉ ଥରେ ପରୀକ୍ଷା ନୁହେଁ, ଅଧିକ ନମ୍ବର ପାଇଁ ସେମାନେ କରୁଛନ୍ତି ଦାବି । ସେପଟେ ଭଞ୍ଜନଗରରେ ଘରୋଇ ସ୍କୁଲର ପରୀକ୍ଷା ଫଳ ପ୍ରକାଶ ପାଇନଥିବା କାରଣରୁ ଉପଜିଲ୍ଲାପାଳଙ୍କ ଅଫିସ ଘେରିଛନ୍ତି ପିଲା । ମନକୁ ପାଉନି ମ୍ୟାଟ୍ରିକ ମାର୍କ । ମାର୍କକୁ ନେଇ ହୋ ହାଲ୍ଲା କରିଛନ୍ତି ଛାତ୍ରଛାତ୍ରୀ । କଟକରୁ ପୁରୀ, ଭୁବନେଶ୍ୱରରୁ ଭଞ୍ଜନଗର ମ୍ୟାଟ୍ରିକ ମାର୍କକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖା ଦେଇଛି ଛାତ୍ର ଆଶାନ୍ତି । କିଏ କହୁଛି ମାର୍କ କମିଛି ତ ଆଉ କିଏ କହୁଛି ପାତରଅନ୍ତର ହୋଇଛି । ଆଜି ଦିନ ତମାମ ରାଜ୍ୟର ବିଭିନ୍ନ ସ୍ଥାନରେ ମାର୍କକୁ ନେଇ ହୋହାଲ୍ଲା କରିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ । କଟକ କଲେଜ ଛକ ସରସ୍ୱତୀ ଶିଶୁମନ୍ଦିରରେ ଶିକ୍ଷକଙ୍କୁ ଘେରିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ । ବୋର୍ଡ ଦେଇଥିବା ନମ୍ବରରେ ତ୍ରୁଟି ଥିବା କହିଛନ୍ତି ପିଲାମାନେ ।

ରାଜଧାନୀରେ ବି ସମାନ ଅବସ୍ଥା । ବ୍ରହ୍ମେଶ୍ୱର ସରକାରୀ ହାଇସ୍କୁଲରେ ମଧ୍ୟ ବିିକ୍ଷୋଭ କରିଛନ୍ତି ଛାତ୍ରଛାତ୍ରୀ । ଖାଲି ସେତିକି ନୁହେଁ ଉଚିତ ମୂଲ୍ୟାୟନ ନକଲେ ଆତା୍ମହୂତୀ ଦେବାକୁ ଧମକ ଦେଇଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ପୁରୀରେ ବି ସମାନ ଅବସ୍ଥା । ଅନ୍ୟପଟେ ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଉପଜିଲ୍ଲାପାଳଙ୍କ ଅଫିସ ଘେରିଛନ୍ତି ଛାତ୍ରଛାତ୍ରୀ । ସାଇ ଗୁରୁକୁଳ ନାମକ ଏକ ଘରୋଇ ସ୍କୁଲର ରେଜଲ୍ଟ ପ୍ରକାଶ ପାଇନଥିବା କାରଣରୁ ଛାତ୍ରଛାତ୍ରୀ ଉପଜିଲ୍ଲାପାଳଙ୍କ ଅଫିସ ଘେରି ଦାବିପତ୍ର ପ୍ରଦାନ କରିଛନ୍ତି । ଆଜି ଦିନ ତମାମ ରାଜ୍ୟର ବିଭିନ୍ନ ସ୍ଥାନରେ ମାର୍କକୁ ନେଇ ପିଲା ତାତିଛନ୍ତି । ପିଲାଙ୍କ ମନମୁତାବକ ମାର୍କ ଆସିନଥିବା ସେମାନେ ଅଭିଯୋଗ କରିଛନ୍ତି । ସେପଟେ ଚାରି ବର୍ଷର ମାର୍କୁ ଅଧାର କରି ମୂଲ୍ୟାୟନ ହୋଇଥିବା କହିଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ମାର୍କରେ ଅସନ୍ତୁଷ୍ଟ ଥିବା ପଲାମାନେ ବିଚଳିତ ନହୋଇ ପୁନଃ ପରୀକ୍ଷା ଦେଇ ପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ଏ ସବୁ ଭିତରେ ତୁରନ୍ତ ମାର୍କର ଦ୍ୱନ୍ଦ୍ୱକୁ ଦୂର କରିବାକୁ ଦାବି କରିଛନ୍ତି ବହୁ ବିଶିଷ୍ଟ ଶିକ୍ଷାବିତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି