Masthead

ରାଜରାସ୍ତାରେ ଅନ୍ନଦାତା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସଙ୍କଟରେ ଅନ୍ନଦାତା । ରାଜରାସ୍ତାରେ ଅନ୍ନଦାତା ଆମ ଚାଷୀଭାଇ । ଚାଷୀ ବିକିପାରୁନି ରବି ଧାନ । ଟୋକନ ହୋଇଯାଉଛି ଲାପ୍ସ । ମଣ୍ଡିରେ ଲାଗିରହିଛି ଅବ୍ୟବସ୍ଥା । ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ସମଗ୍ର ପଶ୍ଚିମ ଓଡ଼ିଶାରେ ଉଗ୍ର ହେଉଛି ଚାଷୀ ଆନ୍ଦୋଳନ । ବରଗଡ଼ ଜିଲ୍ଲାରେ ଚାଷୀ ସମସ୍ୟା ନେଇ ଆଜି ବରଗଡ଼-ସମ୍ବଲପୁର ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛି କୋଶଳ ସେନା । ସୋମବାର ଗୋଡ଼ଭଗା କ୍ୟାମ୍ପ ଛକରେ ଆନ୍ଦୋଳନ କରିଥିଲେ ଚାଷୀ । ଧାନକିଣାରେ ଅବ୍ୟବସ୍ଥା ନେଇ ପଶ୍ଚିମ ଓଡ଼ିଶାରେ ବହୁ ଚାଷୀ ଆତ୍ମହତ୍ୟା କରୁଥିବା ବେଳେ ସରକାରଙ୍କ ନିଦ ଭାଙ୍ଗୁନି । ଟୋକନ ଅବଧି ହଟାଇବାକୁ ଦାବି କରିଛନ୍ତି ଚାଷୀ । ସେପଟେ ଚାଷୀଙ୍କ ସହ ଆଲୋଚନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମେ ଅତାବିରା ତହସିଲଦାର ଓ ଆଇଆଇସି ପହଞ୍ଚିଥିଲେ । କିନ୍ତୁ ନିଷ୍କର୍ଷ ବାହାରିନଥିଲା ।

ପରେ ବରଗଡ଼ ଏସଡ଼ିପିଓ ଦୀପକ ଗୋଚ୍ଛାୟତ ଓ ଅତିରିକ୍ତ ଏସପି ଓ ଉପ ଜିଲ୍ଲାପାଳ ମଧ୍ୟ ଚାଷୀଙ୍କ ସହ ଘଣ୍ଟା ଘଣ୍ଟା ଆଲୋଚନା କରିଥିଲେ । ମାତ୍ର ଚାଷୀ ନିଜ ଜିଦ୍ରେ ଅଟଳ ରହିଥିଲେ । ଶେଷରେ ୩ ପ୍ଲାଟୁନ ଫୋର୍ସ ଆଣି ଆନ୍ଦୋଳନକାରୀଙ୍କୁ ବଳ ପ୍ରୟୋଗ କରି ଉଠାଇ ନିଆଯାଇଥିଲା । ଅନ୍ୟପଟେ ବିଜେପିର ରାଜ୍ୟ କାର୍ଯ୍ୟକାରୀଣି ବୈଠକରେ ଚାଷୀ ଓ ମଣ୍ଡି ସମସ୍ୟା ଉପରେ ଆଲୋଚନା ହୋଇଛି । ଦଳର ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର ରାଜ୍ୟ ସରକାର ଚାଷୀଙ୍କ ସମସ୍ୟା ସମାଧାନ କରିବାରେ ବିଫଳ ବୋଲି କହିଛନ୍ତି । ବାରମ୍ବାର ଅଭିଯୋଗ ପରେ କ’ଣ ପାଇଁ ସାମାଧାନ ହେଉନି ଚାଷୀ ସମସ୍ୟା । ମଣ୍ଡରୁ ଉୁଂନି ଧାନ । ଭାଙ୍ଗି ଯାଉଛି ଚାଷୀଙ୍କ ସୁଖ ସପନ । ଧାର କରଜ ସୁଝିବା ଚିନ୍ତା ଏବେ ଚାଷୀଙ୍କୁ ଘାରିଛି । ସମସ୍ୟାର ତୁରନ୍ତ ସମାଧାନ ନହେଲେ ଆଗାମୀ ଦିନରେ ଚାଷୀ ଆନ୍ଦୋଳନ ଉଗ୍ର ନେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା