Masthead

ଭାରତ ମାନଚିତ୍ରକୁ ନେଇ ଟ୍ୱିଟର ଦେଖାଇଲା ବିବାଦୀୟ ମନ୍ତବ୍ୟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତର ମାନଚିତ୍ରକୁ ଭୁଲ ଦର୍ଶାଇ ବିବାଦରେ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର । ଅନେକ ବାଦ ବିବାଦ ପରେ ଭାରତର ଭୁଲ ମାନଚିତ୍ରକୁ ହଟାଇବା ପରେ ଟ୍ୱଟର ଏମଡିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ନିଜ ୱେବସାଇଟର ‘ଟ୍ୱିପ ଲାଇଭ୍’ ସେକ୍ସନରେ ଭାରତର ମାନଚିତ୍ରକୁ ଭୁଲ ଦର୍ଶାଇଥିଲା । ଏହି ମାନଚିତ୍ରରେ କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ କଶ୍ମୀର ଓ ଲଦାଖକୁ ଭାରତ ଠାରୁ ଅଲଗା ବୋଲି ଦର୍ଶାଇଥିଲା ଟ୍ୱିଟର। ଏହାକୁ ନେଇ ଟ୍ୱିଟର ଇଣ୍ଡିଆର ମ୍ୟାନେଜିଂ ଡାଇରେକ୍ଟର ମନୀଷ ମାହେଶ୍ୱରୀଙ୍କ ବିରୋଧରେ ଉତ୍ତରପ୍ରଦେଶ ବୁଲନ୍ଦ ସହରରେ ମାମଲା ରୁଜୁ ହୋଇଛି।

ବଜରଙ୍ଗ ଦଳର ଜଣେ କର୍ମୀଙ୍କ ଅଭିଯୋଗକ୍ରମେ ଏହି ମାମଲା ରୁଜୁ ହୋଇଛି। ଜଣେ ୟୁଜର ଏପରି ସାଂଘାତିକ ଭୁଲ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିବା ପରେ ଚାରିଆଡ଼ୁ ସମାଲୋଚନାର ଶିକାର ହୋଇ ଶେଷରେ ଭାରତର ଭୁଲ ମ୍ୟାପକୁ ହଟାଇ ଦେଇଛି ଟ୍ୱିଟର । ଏହି ଭୁଲ ପାଇଁ ଟ୍ୱିଟର ବିରୋଧରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । କାରଣ କୌଣସି ସାର୍ବଭୌମ ଦେଶର ମାନଚିତ୍ରକୁ ଭୁଲ ଦର୍ଶାଇବା ଏକ ଗୁରୁତର ଅପରାଧ । ଏଥିପାଇଁ ଜୋରିମାନା ସହିତ ଟ୍ୱିଟର ଅଧିକାରୀଙ୍କୁ ୭ ବର୍ଷ ଜେଲ୍ ମଧ୍ୟ ହୋଇପାରେ। ଏପରିକି ଏହି ୱେବସାଇଟକୁ ଭାରତରେ ବନ୍ଦ ମଧ୍ୟ କରାଯାଇପାରେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର