Masthead

ପୁଣି ଜାମ୍ମୁରେ ଡ୍ରୋନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଡ୍ରୋନ ଜରିଆରେ ସୀମା ଭାରତର ଟିକିନିଖି ଖବର ରଖିବାକୁ ଆତଙ୍କବାଦୀ ଉଦ୍ୟମ ଜାରି ରଖିଛନ୍ତି। ସପ୍ତାହକ ମଧ୍ୟରେ ତିନି ଥର ଡ୍ରୋନ ଜରିଆରେ ପାକିସ୍ତାନ ପଟୁ ଗତିବିଧି ନଜର ରଖାଯାଉଥିବା ଦେଖିବାକୁ ମିଳିବା ପରେ ବୁଧବାର ପୁଣି ଜମ୍ମୁ ସୀମାରେ ଦୁଇଟି ଡ୍ରୋନ ଦେଖିବାକୁ ମିଳିଛି। ଗୋଟିଏ କୁଞ୍ଜଓ୍ୱନିର ଏୟାର ଫୋର୍ସ ଷ୍ଟେସନ ସିଗନାଲ୍ ପାଖରେ ଦେଖିବାକୁ ମିଳିଥିବା ବେଳେ ଆଉ ଏକ ସକାଳେ କାଲୁଚକର ମିରନ ସାହିବ ଓ କୁଞ୍ଜଓ୍ୱନି ଆକାଶରେ ଉଡୁଥିବା ଦେଖିବାକୁ ମିଳିଥିଲା।

ସବୁଠୁ ବଡ଼ କଥା ହେଲା ଏହି ଦୁଇଟି ଡ୍ରୋନ୍ ୮୦୦ ମିଟର ଉଚ୍ଚରେ ଉଡୁଥିଲେ ଏବଂ ଏୟାରଫୋର୍ସ ଷ୍ଟେସନରୁ ୭ ରୁ ୧୦ କିଲୋମିଟର ଦୂରରେ ଉଡୁଥିଲା। ତେବେ ସେନା ପକ୍ଷରୁ ଟାର୍ଗେଟ କରାଯିବାରୁ ଡ୍ରୋନ୍ ୨ଟି ଫେରି ଯାଇଛନ୍ତି। ଗତ ୪ ଦିନ ଭିତରେ ଜମ୍ମୁ ଆକାଶରେ ୭ଟି ଡ୍ରୋନ୍ ଉଡ଼ୁଥିବା ଦେଖିବାକୁ ମିଳିଛି । ଗତ ୨୭ ତାରିଖରେ ଜମ୍ମୁର ବିମାନବନ୍ଦର ଉପରେ ଡ୍ରୋନ୍ ଦ୍ୱାରା ଆକ୍ରମଣ ହୋଇଥିଲା ଏହାପୂର୍ବରୁ ସୋମବାର ରାତିରେ ମଧ୍ୟ କୁଞ୍ଜଓ୍ୱନି ଅଞ୍ଚଳରେ ଏକ ଡ୍ରୋନ୍ ଉଡୁଥିବାର ଦେଖିବାକୁ ମିଳିଥିଲା।

ଅନ୍ୟପଟେ ସୀମା ସାଶସ୍ତ୍ର ବଳ (ଏସସିବି) ଭାରତ-ନେପାଳ ସୀମା ଦେଇ ଚାଇନାରୁ ଚାଲାଣ ହେଉଥିବା ଆଠଟି ଡ୍ରୋନ କ୍ୟାମେରା ଜବତ କରିଛି। ନେପାଳରୁ ଚୋରା ଚାଲାଣ ହୋଇ ବିହାରକୁ ଡ୍ରୋନ କ୍ୟାମେରା ଅଣାଯାଉଛି ବୋଲି ଏସଏସବି ସୂଚନା ଦେଇଛି। ଜୁନ୍ ୨୬ରେ ସର୍ଚ୍ଚ ଅପରେସନ କରାଯାଉଥିବା ବେଳେ ପୂର୍ବ ଚମ୍ପରନ ଅଞ୍ଚଳର ଏକ କାରରୁ ଆଠଟି ଡ୍ରୋନ ଉଦ୍ଧାର କରାଯାଇଥିଲା। ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ